Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବାପାଙ୍କ ହତ୍ୟାକୁ ବିତିଲାଣି ୨୦ବର୍ଷ କିନ୍ତୁ ହତ୍ୟାକାରୀକୁ ମିଳିନି ଦଣ୍ଡ, ଦିଲ୍ଲୀରେ ୮ ମାସ ହେଲା ନ୍ୟାୟ ପାଇଁ ଘୁରି ବୁଲୁଛନ୍ତି ମା’ ଓ ଝିଅ

18/09/2019 at 5:04 PM

ନୂଆଦିଲ୍ଲୀ ୧୮।୯: ଦିଲ୍ଲୀ ରାଜରାସ୍ତାରେ ୮ ମାସ ହେଲାଣି ନ୍ୟାୟ ପାଇଁ ଘୁରି ବୁଲୁଛନ୍ତି ମା’ ଓ ଝିଅ।  ବାପାଙ୍କ ହତ୍ୟାକୁ ୨୦ ବର୍ଷ ବିତିଲାଣି କିନ୍ତୁ ହତ୍ୟାକାରୀକୁ ଦଣ୍ଡ ମିଳିନି । ଏମାନଙ୍କ ଘର କଳାହାଣ୍ଡି  ଭବନୀପାଟଣାରେ । ଦିଲ୍ଲୀରେ ନ୍ୟାୟ ପାଇଁ ଗୁହାରି କରୁଛନ୍ତି ରୁକଶାନା ବାନୋ ଏବଂ ତାଙ୍କ ମା’ ଶାହିଦା ବେଗମ। 

ଅନ୍ୟ ଜାତିର ଅବଦୁଲ ହବିବଙ୍କୁ ପ୍ରେମ ବିବାହ କରି କୁମୁଦିନିରୁ ଶାହିଦା ପାଲଟି ଥିଲେ । ସମସ୍ତ ରୀତି ନୀତି ସହ। ଯାହାର ନିକାହନାମା ମଧ୍ୟ ରହିଛି ତାଙ୍କ ପାଖରେ। କିନ୍ତୁ ୩ ଟି ସନ୍ତାନ ପରେ ଅବଦୁଲର ୩ ଭାଇ ତାଙ୍କୁ ଜମିବାଡି ପାଇଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଶାହିଦା।

ଓଡିଶାରେ କାହାଠୁ ନ୍ୟାୟ ନମିଳିବା ପରେ ସିବିଆଇ ତଦନ୍ତ ଦାବି କରି ଦିଲ୍ଲୀରେ ଘୁରିବୁଲୁଛନ୍ତି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଦେଖା କରିବାକୁ ଚେଷ୍ଟା କରୁଛନ୍ତି ନ୍ୟାୟ ଅପେକ୍ଷାରେ। ନ୍ୟୁଜ୍ ୭ରେ କ୍ୟାମେରା ଆଗରେ କହିଛନ୍ତି  ନିଜ କରୁଣ କାହାଣୀ । ଯାହା ଅନେକ ପ୍ରଶ୍ନ ଉଠାଇଛି ସିଷ୍ଟମ ଉପରେ।

   Related Posts