ମା’ ଓ ଝିଅଙ୍କ ମୃତ୍ୟୁକୁ ବିତିଲାଣି ୪ ଦିନ, ଅଭିଯୁକ୍ତକୁ ଗିରଫ ଦାବିରେ ହୋଇନି ଶବ ସତ୍କାର

Published By : Prameya-News7 Bureau | September 23, 2020 IST

ପଟ୍ଟାମୁଣ୍ଡାଇ ୨୩।୯: ରାଜନଗର ଅଞ୍ଚଳରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଉଠି ପାରିନି ମୃତଦେହ । ମାମୁ ଘର ଦୁଆରେ ମା’ ଓ ଝିଅଙ୍କ ମୃତଦେହ ପଡିଛି । ଗାଁ ମନ୍ଦିର ଓ ଘରେ ଦେବାଦେବୀଙ୍କ ପୂଜା ବନ୍ଦ ରହିଛି । ଦୁର୍ଗନ୍ଧରେ ଫାଟି ପଡୁଛି ଗାଁ ଦାଣ୍ଡ । ଗ୍ରାମବାସୀଙ୍କ ଜିଦ୍ ଅଭିଯୁକ୍ତକୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଶବ ସତ୍କାର ହେବନାହିଁ ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରୁ ମା’ ପ୍ରମିଳା ନାଥ ନିଖୋଜ ଥିଲେ । ମା’ଙ୍କ ନିଖୋଜ ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ ବଡ ଝିଅ ସତ୍ୟପ୍ରିୟା । ତେବେ ରବିବାର ସକାଳେ ମାମୁ ଘର ବାଡି ପୋଖରୀରୁ ସତ୍ୟପ୍ରିୟାଙ୍କ ମୃତଦେହ ମିଳିଥିଲା । ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ନିଖୋଜ ମା’ଙ୍କ ମୃତଦେହ ମିଳିଥିଲା । ତାଙ୍କର ମୋବାଇଲ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟ ହଂସୁଆ ନଦୀ ଘାଟରୁ ମିଳିଥିଲା । ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରମିଳାଙ୍କ ସ୍ବାମୀ ପତିତପାବନ ନାଥ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.