Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମା-ଝିଅ କାଠଯୋଡିକୁ ଡେଇଁଲେ, ତ୍ରିଶୁଳିଆ ବ୍ରିଜ୍ ଉପରେ ରହିଛି ସ୍କୁଟି, ଉଦ୍ଧାରକାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀ

8/07/2020 at 5:18 PM

କଟକ ୦୮।୦୭: ସମ୍ବଲପୁରରେ ମହାନଦୀକୁ ମା-ଝିଅ ଡେଇଁ ପଡିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ କଟକରେ ଏମିତି ଆଉ ଏକ ଅଭାବନୀୟ ଘଟଣା ଘଟିଛି। କଟକ ସ୍ଥିତ ତ୍ରିଶୁଳିଆ କାଠଯୋଡି ବ୍ରିଜରୁ ଡେଇଁ ପଡିଛନ୍ତି ମା-ଝିଅ। ବ୍ରିଜ୍‌ରେ ସ୍କୁଟି ରଖି ମା-ଝିଅ ନଦୀକୁ ଡେଇଁ ପଡିଛନ୍ତି। ଏହାର ସୂଚନା ମିଳିବା ମାତ୍ରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ନଦୀରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ମା-ଝିଅ ନଦୀକୁ ଡେଇଁବା କାରଣ ଅସ୍ପଷ୍ଟ ରହିଛି। ମା-ଝିଅ ଭୁବନେଶ୍ଵରର ଭିଏସଏସ ନଗରର  ବାସିନ୍ଦା  ବୋଲି ଜଣା ପଡିଛି। ସ୍କୁଟିରେ ଭୁବନେଶ୍ଵରରୁ ତ୍ରିଶୂଳିଆ ଯାଇ ସେମାନେ କାହିଁକି ଏପରି ଚରମ ପଦକ୍ଷେପ ନେଲେ ତାହା ଜଣା ପଡିନାହିଁ। ପାରିବାରିକ କାରଣ କିମ୍ବା ଅନ୍ୟ କିଛି କାରଣରୁ ଏପରି ଘଟିଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

ନିକଟରେ ସମ୍ବଲପୁରରେ ଏହି ଭଳି ଏକ ସମାନ ପ୍ରକାରର ଅଭାବନୀୟ ଘଟଣା ଘଟିଥିଲା। ଜଣେ ମହିଳା ତାଙ୍କ କନ୍ୟା ଶିଶୁକୁ ଧରି ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି। ତେବେ ବ୍ରିଜ୍ ଉପରୁ ସେହି ମହିଳାଙ୍କ ଟୁହ୍ଵିଲର ଓ ଚପଲ ମିଳିଥିବା ବେଳେ ପ୍ରାୟ ୧୦ ଦିନ ହେବ ତାଙ୍କର କିଛି ପତ୍ତା ମିଳିନାହିଁ। ବହୁ ଖୋଜାଖୋଜି ପରେ ମଧ୍ୟ ଅଗ୍ନିଶମ କର୍ମଚାରୀ ମାନେ ସେହି ମା-ଝିଅଙ୍କ ପତ୍ତା ପାଇନଥିବା ବେଳେ ଏପଟେ ମହିଳାଙ୍କ ଶାଶୁ ଘର ଓ ବାପଘର ଲୋକଙ୍କ ମଧ୍ୟର ବିବାଦ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ବାପଘର ଲୋକେ ସ୍ଵାମୀଙ୍କ ନିର୍ଯ୍ୟାତନା ଯୋଗୁଁ ମହିଳା ଜଣକ ଏପରି କରିଥିବା ସନ୍ଦେହ କରି ମହିଳାଙ୍କ ସ୍ଵାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ। ଏପଟେ ନିଖୋଜ ମହିଳାଙ୍କ ସ୍ଵାମୀ ତାଙ୍କ ଶ୍ଵଶ୍ଵର ଘର ବିରୋଧରେ ପାଲଟା ଅଭୀଯୋଗ କରିଥିଲେ। ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଗାଏବ କରି ସେମାନେ ଏପରି ମିଛ ଆରୋପ ଲଗାଉଥିବା ମଧ୍ୟ କହିଥିଲେ। ତେବେ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ବେଳେ ଏବେ ଯାଏ ମହିଳା ଓ ଶିଶୁ କନ୍ୟାଙ୍କ ପତ୍ତା ମିଳିନାହିଁ। ମାତ୍ର ଦୁଇ ସପ୍ତାହ ନହେଉଣୁ କଟକରେ ଏକ ସମାନ ଧରଣର ଘଟଣା ପାରିବାରିକ ବିବାଦର କରୁଣ ପରିଣତି ନେଇ ଆଲୋଡନ ସୃଷ୍ଟି କରିଛି।

   Related Posts