ଗୋବରୀ ନଦୀ ଜୋରରେ ବୁଡି ମା’ ଓ ନାବାଳିକା ଝିଅର ମୃତ୍ୟୁ

Published By : Prameya-News7 Bureau | August 06, 2019 IST

ମହାକାଳପଡା ୬|୮:  ଗୋବରୀ ନଦୀ ଜୋରରେ ବୁଡି ମା ଓ ଝିଅଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଥାନା ଗଗୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":141387}

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଥାନା ଗଗୁଆ ଗାଁର ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅ ଗୋବରୀ ନଦୀ ଜୋରରେ ଶୌଚ ହେବା ପାଇଁ ଯାଇଥିଲେ । କୌଣସି କାରଣ ବଶତଃ ଉଭୟ ମା ଓ ଝିଅ ବୁଡିଯାଇଥିଲେ । ବିଳମ୍ବ ହେବାରୁ ଘରଲୋକ ତାଙ୍କୁ ବହୁ ଖୋଜାଖୋଜି କରି ପାଇନଥିଲେ । ବହୁ ଖୋଜାଖୋଜି ପରେ ଜୋରରୁ ଉଭୟଙ୍କ ମୃତଦେହ ଗ୍ରାମବାସୀ ଉଦ୍ଧାର କରିଛନ୍ତି ।

{"id":141389}

 ମୃତକ ହେଲେ ୪୫ ବର୍ଷ ବୟସ୍କ ମେଉଳି ଜେନା ଓ ତାଙ୍କ ଝିଅ ୧୦ବର୍ଷର ଝୁରି ଜେନା । ଶୌଚ ହେବାକୁ ଯାଇଥିବା ବେଳେ ଗୋଡ ଖସି ଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.