Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଝିଅକୁ ବଞ୍ଚାଇବାକୁ ଯାଇ ତା ସହ ଚାଲିଗଲେ ମା’ : ଶୋକରେ ଭାସୁଛି ପୁରୁଣାପାଣି ଗାଁ

8/05/2021 at 6:36 PM

ବୈପାରୀଗୁଡା ୦୮/୦୫ : ହାତ ଧରାଧରି ହୋଇ ଚାଲିଗଲେ ମା-ଝିଅ । ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ବିଚିତ୍ର । ସେଠାରେ ଲୁଚି ରହିଥିଲା କାଳ । ଆଉ ଘରକୁ ଫେରିପାରିଲେନି ଉଭୟ ମା-ଝିଅ । ଗଭୀର ଜଳରେ ବୁଡି ଚାଲିଗଲା ଉଭୟଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ବୈପାରୀଗୁଡା ବ୍ଳକ୍‌ ପୁରୁଣାପାଣି ଗାଁରେ । ମୃତକ ହେ​‌ଲେ ଚଞ୍ଚଳା ଚାଲଣ (୩୦ ବର୍ଷ) ଏବଂ ଝିଅ ସମ୍ମତି ଚାଲଣ (୧୦ ବର୍ଷ) ।

ସୂଚନାଯୋଗ୍ୟ, ଉଭୟ ମା’ ଓ ଝିଅ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ନାବାଳିକା ଝିଅ ଗଭୀର ଜଳକୁ ଚାଲିଯାଇଥିଲା । ତେବେ ଝିଅକୁ ଉଦ୍ଧାର କରିବାକୁ ମା’  ମଧ୍ୟ ଗଭୀର ଜଳକୁ ଡେଇଁ ପଡିଥିଲା । ପହଁରା ଜାଣିନଥିବାରୁ ପୋଖରୀ​‌ରେ ବୁଡିଯାଇଥିଲେ ଉଭୟ । ନିକଟରେ ଥିବା କିଛି ମହିଳା ପାଟି କରି ଡାକିଥିଲେ ସୁଦ୍ଧା ଆଖପାଖରେ କେହି ନଥିଲେ । ପରେ ସେମାନେ ତୁରନ୍ତ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଖବର ଦେବାପରେ ଗାଁର କିଛି ଲୋକ ପୋଖରୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ବହୁ ଖୋଜାଖୋଜି ପରେ ମଧ୍ୟ ମିଳିନଥିଲେ ମା-ଝିଅ । ପରେ ଗାଁ ଲୋକେ ବୈପାରୀଗୁଡା ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ଅଗ୍ନିଶମ କର୍ମଚାରୀ । ବହୁ ଖୋଜା ଖୋଜି ପରେ ଗଭୀର ଜଳରୁ ଉଭୟ ମା-ଝିଅଙ୍କ ମୃତ ଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।

   Related Posts