ଅଭାବନୀୟ : ଟ୍ରେନ୍‌ରେ କଟିଗଲେ ମା’ ଓ ଝିଅ

Published By : Prameya-News7 Bureau | November 23, 2019 IST

ଯାଜପୁର ୨୩।୧୧: ଯାଜପୁର ରୋଡ୍ ରେଳ ଓଭରବ୍ରିଜ୍ ନିକଟରେ ଟ୍ରେନ୍‌ରେ କଟି ମା’ ଓ ଝିଅଙ୍କର ମୃତ୍ୟୁ ହୋଇଛି । ତେବେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":188603,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯାଜପୁର ରୋଡ୍‌ ଅହମ୍ମଦନଗର ରେଳ ଓଭରବ୍ରିଜ୍‌ ନିକଟରେ ପୁରୀ ପାସେଞ୍ଜର୍ ଟ୍ରେନ୍‌ ଧକ୍କାରେ ମା ଓ ଝିଅଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଯାଜପୁର ରୋଡ୍‌ର ଚାନ୍ଦମା ଗାଁର ହୋଇଥିବା ସୂଚନା ମିଳିଛି ।

{"id":188604,"sizeSlug":"large"}

ପାରିବାରିକ କଳହରୁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଜିଆରପି ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.