Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଆ ଝିଅ ମିଶି ଜଣେ ଯୁବକ ସହ ରଖିଥିଲେ ଅବୈଧ ସମ୍ପର୍କ, ରାସ୍ତାରୁ କଣ୍ଟା ହଟାଇବା ପାଇଁ ପ୍ରେମିକ ସହ ମିଶି ମାରିଦେଲେ କେଲୁ ଦାସଙ୍କୁ

30/07/2019 at 1:05 PM

ଭାଗଲପୁର୩୦|୭: ପରକୀୟା ପ୍ରେମରେ ଅନ୍ଧ ହୋଇ ସ୍ବାମୀକୁ ହତ୍ୟା କରିବା ପାଇଁ ଝିଅକୁ ନିୟୋଜିତ କରିଥିଲା ମାଆ। ସୂଚନାଯୋଗ୍ୟ ଯେ ଉଭୟ ମାଆ ଓ ଝିଅଙ୍କର ଜଣେ ଯୁବକଙ୍କ ସହ ଥିଲା ଅବୈଧ ସଂପର୍କ ।

ବିହାର ଭାଗଲପୁର ଅନ୍ତର୍ଗତ ରାମାସି ଅଞ୍ଚଳରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି। ଅବୈଧ ସଂପର୍କକୁ ନେଇ ସ୍ବାମୀ ,ସ୍ତ୍ରୀ ଓ ଝିଅ ଭିତରେ ସବୁବେଳେ ଝଗଡ଼ା ହେଉଥିଲା। ସ୍ତ୍ରୀର ପରକୀୟା ପ୍ରିତି ସଂପର୍କରେ ସ୍ବାମୀ ଜାଣିସାରିଥିଲେ । ସେହିଭଳି ସ୍ତ୍ରୀ ଯାହାସହ ଅବୈଧ ସମ୍ପର୍କ ରଖିଥିଲା ତା ସହ ଝିଅ ମଧ୍ୟ ଶାରିରୀକ ସମ୍ପର୍କ ରଖିଥିବା ବାପା କେଲୁ ଦାସ ଜାଣିଯାଇଥିଲେ ।

ସେଥିପାଇଁ ସର୍ବଦା ଘରେ ଝଗଡା ହେଉଥିଲା । ପରକୀୟା ପ୍ରେମରେ କେଲୁ ଦାସ ପ୍ରତିବନ୍ଧକ ସାଜିଥିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ସ୍ତ୍ରୀ ସରିତା ଦାସ । ଝିଅ ଜୁଲିକୁ ପ୍ରଥମେ ନେଇଥିଲା ବିଶ୍ବାସକୁ । ତାପରେ ସରିତା , ଜୁଲି ଓ ସେମାନଙ୍କ ପ୍ରେମିକ ଦୀନେଶ ମିଶି ରଚନା କରିଥିଲେ ଜଘଣ୍ୟ ଷଡଯନ୍ତ୍ର । କେଲୁଦାସ ଘରେ ଥିବାବେଳେ ସ୍ତ୍ରୀ ଓ ଝିଅର ଉପସ୍ଥିତିରେ ଦୀନେଶ ଏକ ଧାରୁଆ ଅସ୍ତ୍ରରେ କେଲୁଦାସଙ୍କ ବେକ କାଟି ହତ୍ୟା କରିଥିଲା ।  ହତ୍ୟା କଲା ପରେ ଶବକୁ ଘର ଅଗଣାରେ ପୋତି ଇଟା ଢ଼ାଙ୍କି ଦେଇଥିଲେ। ହେଲେ ପୋଲିସ କରିଛି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ଗିରଫ ହୋଇଛନ୍ତି ମା ଓ ଝିଅ । କିନ୍ତୁ ଦୀନେଶ ପେରାର ହୋଇଯାଇଛି ।

ଗ୍ରାମବାସୀଙ୍କଠୁ ମିଲିଥିବା ସୂଚନା ଅନୁସାରେ ସମ୍ପୂର୍ଣ୍ଣ ଘଟଣାଟି ଏହିପରି- ରାମାସି ଗାଁରେ ରହୁଥିବା କେଲୁ ଦାସଙ୍କ ସ୍ତ୍ରୀ ସରିତା, ଝିଅ ଜୁଲି ଓ ସାନ ପୁଅ ଦେବାନନ୍ଦ ଏକ ଭଡା ହୋଟେଲ ଚଲାଉଥିଲେ। ହେଲେ ସରିତା ଓ ଜୁଲିର ଚାଲିଚଳନ କିଛି ଭଲ ନଥିଲା । ବହୁ ଲୋକଙ୍କ ସହ ସେମାନଙ୍କ ସମ୍ପର୍କ ଥିଲା । ଏହାକୁ ନେଇ ବାପା, ଝିଅ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ବି ଲାଗୁଥିଲେ।

ସୂଚନାମୁତାବକ ପାଖ ଗାଁର ଦିନେଶ ନାମକ ଜଣେ ଯୁବକ ଲଗାତର ଭାବେ ହୋଟେଲକୁ ଆସୁଥିଲା। ଦିନେଶ ସହ ମାଆ ସରିତା ଓ ଝିଅ ଜୁଲି ଉଭୟଙ୍କ ଅବୈଧ ସଂପର୍କ ଗଢ଼ି ଉଠିଥିଲା । ସ୍ବାମୀ କେଲୁ ଦାସ ସବୁ କଥା ଜାଣିଯାଇଥିଲେ । ଫଳରେ ପରିବାରରେ ଅଶାନ୍ତି ଆହୁରି ବଢିଯାଇଥିଲା । ସରିତା ଓ ଜୁଲିକୁ ହୋଟେଲ ଯିବାକୁ ଦେଇନଥିଲେ କେଲୁ ଦାସ । ସେଥିପାଇଁ ଅବୈଧ ପ୍ରେମରେ ଅନ୍ଧ ହୋଇଯାଇଥିବା ମାଆ, ଝିଅ ପ୍ରେମିକ ଦିନେଶ  ମିଶି କେଲୁ ଦାସଙ୍କୁ ହତ୍ୟା କରିଥିଲେ।

ହେଲେ ସତ କେବେ ଲୁଚି ରହେନା । ସୋମବାର ଦିନ ବାହାରେ ରହୁଥିବା କେଲୁ ଦାସଙ୍କ ବଡ ପୁଅ ଦୟାନନ୍ଦ ଘରୁ ଆସିଥିଲେ । ବାପାଙ୍କୁ ନ ପାଇ ମା ଓ ଭଉଣୀଠୁ ତାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ମା ଓ ଭଉଣୀ ଯେଉଁ ଉତ୍ତର ଦେଇଥିଲେ ସେଥିରେ ଦୟନନ୍ଦ ସନ୍ତୁଷ୍ଚ ହୋଇନଥିଲେ ।  ପରେ ବାପାଙ୍କ ହତ୍ୟା ଘଟଣା ପର୍ଦ୍ଦାଫାଶ କରିଥିଲେ। ଦୟାନନ୍ଦ ଘରେ କିଛି ଅଘଟଣ ଘଟିଥିବା ଆଶଙ୍କା କରି  ପାଖ ଥାନରେ ବାପାଙ୍କ ନିଖୋଜ ନେଇ ଏତଲା ଦେଇଥିଲେ।   

 ସରିତା ଓ ଜୁଲିଙ୍କ ଚାଲିଚଳନ ଯେହେତୁ ଠିକ ନଥିଲା ତେଣୁ ସେମାନଙ୍କୁ ପୋଲିସ ସନ୍ଦେହ କରିବା ଆରମ୍ଭ କରିଥିଲା । ତେଣୁ ପୋଲିସ ଉଭୟଙ୍କୁ ପଚାରଉଚାର ଜାରି ରଖିଥିଲା। ଏହି ସମୟରେ କେଲୁ ଦାସଙ୍କ ଘର ଅଗଣାରୁ ଦୁର୍ଗନ୍ଧ ଆସିଥିଲା। ତୁରନ୍ତ ଗାଁ ଲୋକେ ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଲୁ ଦାସଙ୍କ ମୃତ ଦେହକୁ ଖୋଳି ବାହାର କରିଥିଲା।

ଏହି ଘଟଣାରେ ମୃତ କେଲୁ ଦାସଙ୍କ ଝିଅ ଓ ସ୍ତ୍ରୀ ଉଭୟଙ୍କୁ ପୋଲିସ ଗିରଫ କରିଛି। ପ୍ରେମିକ ଦିନେଶକୁ ଧରିବା ପାଇଁ ଛାନଭିନ୍ନ ଜାରି ରଖିଛି।

   Related Posts