Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମା’-ଝିଅଙ୍କୁ ମରଣାନ୍ତକ ଆକ୍ରମଣ, ମିଶାସକ୍ତ ଅବସ୍ଥାରେ ୮ ମାସର ଶିଶୁକୁ ଫିଙ୍ଗିଦେଲେ

2/10/2021 at 1:27 PM

ନିଶ୍ଚିନ୍ତକୋଇଲି ୨।୧୦: ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ । ଏପରିକି ଆକ୍ରମଣରୁ ଶିଶୁ ବି ବାଦ ପଡ଼ିନାହିଁ । କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଗୋପାଳପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ଆୟୁବ ଖାଁ ନିଜ ପତ୍ନୀ ସଫିନା ବିବିକୁ ଘରୁ ବାହାର କରି ଅନ୍ୟତ୍ର ବିବାହ କରିଥିଲା । ସଫିନା ବିବି, ଝିଅ ଆୟେଶା ଓ ନାବାଳକ ପୁଅକୁ ଧରି ଗାଁ ମୁଣ୍ଡରେ ଅଲଗା ଭାବେ ଘରକରି ସେଠାରେ ପିଲାମାନଙ୍କୁ ନେଇ ରହୁଥିଲେ । ଶୁକ୍ରବାର ସଫିନା ଓ ତାର ଝିଅ ଓ ଝିଅର ୮ ମାସର ଶିଶୁ ପୁତ୍ର ସହ ଟିକା ନେବାକୁ ମେଡିକାଲ ଯାଇଥିବା ସମୟରେ ଆୟୁବ ଖାଁ ଓ ତାର ସହଯୋଗୀମାନେ ସଫିନା ରହୁଥିବା ଘରକୁ ଭାଙ୍ଗି ଦେଇଥିଲେ ।

ଏହି ଘଟଣାକୁ ନେଇ ମା’ ଓ ଝିଅ ସ୍ଥାନୀୟ ଭଦ୍ରେଶ୍ବର ଫାଣ୍ଡିରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ତପନ ନାୟକ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ସଫିନାର ପରିବାରକୁ ମାଡ ଗାଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସେ ନ୍ୟାୟ ପାଇଁ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି ।

ଏହାପରେ ଶନିବାରସକାଳେ ଆୟୁବ ଖାଁ ନିଜର ସହଯୋଗୀଙ୍କ ସହ ସଫିନା ବିବିଙ୍କ ଘରକୁ ଆସି ସଫିନା ଓ ତାଙ୍କ ଝିଅ ସହିତ ୮ ମାସର ଶିଶୁକୁ ମରଣାନ୍ତକ ଆକ୍ରମଣ କରିଥିଲା । ସଫିନା ଏବଂ ତାଙ୍କ ଝିଅ ଆୟେସା ବ୍ୟତୀତ ୮ ମାସର ଶିଶୁକୁ ନିଶାସକ୍ତ ଆୟୁବ ଖାଁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ସଫିନା ବିବିଙ୍କ ସହ ଝିଅ ଓ ଶିଶୁ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରେ ପୋଲିସ ଆୟୁବ ଖାଁକୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।

   Related Posts