ରାସ୍ତା କଡରୁ ମା ଓ ଶିଶୁକନ୍ୟା ଉଦ୍ଧାର, ନ୍ୟାୟ ପାଇଁ ମହିଳାଙ୍କ ନେହୁରା, ସହାୟତାର ହାତ ବଢ଼ାଇଲା ଚାଇଲ୍‌ଡ ଲାଇନ

Published By : Prameya-News7 Bureau | December 12, 2020 IST

ନୀଳଗିରି୧୨/୧୨(ଆ.ପ୍ର): ନୀଳଗିରି ବଉଳଗଡ଼ିଆ ରାସ୍ତା ସନ୍ତରାଗଡ଼ିଆ ଅଞ୍ଚଳରୁ ମା ଓ ୫ ମାସର ଶିଶୁ କନ୍ୟା  ଗତକାଲି ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସିତ ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଆଜି ମହିଳା ଜଣକ ନ୍ୟାୟ ପାଇଁ ସହରରେ ଘୁରିବୁଲିବା ପରେ ଚାଇଲଡ଼ଲାଇନ ପହଁଞ୍ଚି ସହାୟତାର ହାତ ବଢାଇଛି। ତେବେ ମହିଳା ଜଣକ ନିର୍ଯ୍ୟାତନାର ଶିକାର ନେଇ ନୀଳଗିରି ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ସନ୍ତରାଗଡ଼ିଆ ଅଂଚଳର ବନା ମଲ୍ଲିକଙ୍କ ସ୍ତ୍ରୀ ହେଉଛନ୍ତି ମାଳତୀ। ଗତକାଲି ସନ୍ଧ୍ୟାରେ ମାଳତୀ  ୫ ମାସର ଶିଶୁ କନ୍ୟାଙ୍କୁ ଧରି ନୀଳଗିରି ଆଡକୁ ଚାଲି ଚାଲି ଆସୁଥିବା ବେଳେ ସନ୍ତରାଗଡ଼ିଆ ବଜାର ଠାରୁ କିଛି ଦୂରରେ ରାସ୍ତା ଉପରେ ଟଳି ପଡିଥିଲେ। ମଝି ରାସ୍ତାରେ ଶିଶୁକନ୍ୟା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ନୀଳଗିରି ହସ୍ପିଟାଲ କୁ ଅଣାଯାଇଥିଲା। ମହିଳା ଜଣକ ଚେତା ଶୂନ୍ୟ ଥୁବାରୁ ଘଟଣା କିଛି ଜଣାପଡିନଥିଲା। ହାତରେ ଦିଅର ଓ ମହିଳା କମିଶନଙ୍କ ଫୋନ ନମ୍ବର ଥିବାରୁ ଘରୋଇ ସମସ୍ୟା ନେଇ କିଛି ଅଘଟଣ ଘଟିଥିବା ଆଶଙ୍କା କରାଯାଉଥିଲା।

ଆଜି ସକାଳେ ମହିଳା ଜଣକ ଶିଶୁ କନ୍ୟାଙ୍କୁ ଧରି ହସ୍ପିଟାଲ ଆଗରେ ଥିବା ଏକ ଚା ଦୋକାନରେ କାନ୍ଦିକାନ୍ଦି ନିଜର ଦୁଃଖ ବଖାଣିଛନ୍ତି। ପରେ ଘଟଣା ବିଷୟରେ ଚାଇଲଡ଼ ଲାଇନ ଜାଣିବା ପରେ ଚାଇଲଡ଼ ଲାଇନ ସଦସ୍ୟ ଚିତ୍ତରଞ୍ଜନ ପଣ୍ଡା ଓ ସ୍ୱୟଂପ୍ରଭା ଦଳେଇ ପହଞ୍ଚି ସମସ୍ତ ଘଟଣାର ତଦନ୍ତ କରିଥିଲେ। ପରେ ମହିଳା ଜଣକୁ ଥାନାକୁ ନେବାପରେ ଏକ ଲିଖିତ ଅଭିଯୋଗ ହୋଇଛି। ମାଳତୀଙ୍କ ସ୍ୱାମୀ ବନା ମଲ୍ଲିକ, ଦିଅର କାର୍ତିକ ମଲ୍ଲିକ, ଶାଶୁ ସରସ୍ୱତୀ ମଲ୍ଲିକ, ଯାଆ ତନିଷ୍ଠା ମଲ୍ଲିକ, ନଣଦେଇ ମାନେ ତାଙ୍କୁ ବାରମ୍ବାର ମାନସିକ ନିର୍ଯ୍ୟାତନା ଦେବାସହ ମାରଧର କରୁଥିବା ଅଭିଯୋଗ ହୋଇଛି। ଥାନାରେ ଲିଖିତ ଅଭିଯୋଗ ପରେ ୪୦୭ ନମ୍ବର ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.