Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଅନ୍ଧବିଶ୍ବାସ : ଝିଅକୁ ତାନ୍ତ୍ରିକ ନିକଟକୁ ପଠାଉଥିଲେ ମା’ ଓ ମାଉସୀ, ବାରମ୍ବାର ଦୁଷ୍କର୍ମର ଶିକାର ହେଉଥିଲେ ନାବାଳିକା

30/08/2020 at 10:33 AM

ଯମୁନାନଗର ୩୦।୮: ହରିୟାଣା ଯମୁନାନଗରରେ ୧୭ ବର୍ଷର ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ତାନ୍ତ୍ରିକ ନାବାଳିକାଙ୍କୁ ବହୁ ଥର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ନାବାଳିକାଙ୍କ ମା’ ଏବଂ ମାଉସୀ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ତାନ୍ତ୍ରିକଙ୍କ ନିକଟକୁ ନିଜ ଝିଅକୁ ପଠାଉଥିଲେ । ତନ୍ତ୍ରମନ୍ତ୍ର ନାଁରେ ତାନ୍ତ୍ରିକ ଜଣଙ୍କ ନାବାଳିକାଙ୍କ ସହ ରାତିସାରା ଦୁଷ୍କର୍ମ କରୁଥିଲେ । ନିଜ ସହ ଘଟୁଥିବା ଘଟଣାର ସଂପର୍କରେ ମାଙ୍କୁ କହିଲେ ମଧ୍ୟ ଏହା ସେମାନଙ୍କୁ ଭୁଲ ଲାଗିନଥିଲା ।

ଘଟଣା ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ନାବାଳିକାଙ୍କ ବାପାଙ୍କୁ ଏହା ଜଣାପଡିଥିଲା । ଏହା ପରେ ସେ ପୋଲିସ ନିକଟରେ ତାନ୍ତ୍ରିକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ପୋକ୍ସୋ ଆକ୍ଟ ଏବଂ ଆଇପିସି ଧାରା ୫୦୬ଆଧାରରେ ମାମଲା ରୁଜୁ କରିଛି । ତାନ୍ତ୍ରିତ ଏବଂ ପୀଡିତାଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ ।

ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଆଲଟ୍ରାସାଉଣ୍ଡ କରାଯିବା ପରେ ପେଟରେ ଷ୍ଟୋନ୍ ହୋଇଥିବା ଜଣାପଡିଥିଲା । ଏ ସଂପର୍କରେ ଜାଣିବା ପରେ ନାବାଳିକାଙ୍କ ମାଉସୀ ତାଙ୍କ ମା’ଙ୍କୁ ସଂପୃକ୍ତ ତାନ୍ତ୍ରିକ ବିଷୟରେ ଜଣାଇଥିଲେ । ଫଳରେ ଉଭୟ ଝିଅକୁ ନେଇ ସେଠାରେ ଚିକିତ୍ସା କରାଇବା ପାଇଁ ଯାଉଥିଲେ । ସେଠାରେ ସଂପୃକ୍ତ ତାନ୍ତ୍ରିକ ପୀଡିତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲା ।

   Related Posts