ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ମାଆ ଓ ଦୁଇ ପୁଅ

Published By : Prameya-News7 Bureau | June 26, 2020 IST

ବରଗଡ, ୨୬|୦୬ :  ବରଗଡ଼ ଜିଲ୍ଲା ଚାରପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିଷ ପିଇ ମାଆ ଓ ୨ ପୁଅ ଜୀବନ ହାରିଛନ୍ତି ।

{"id":292108,"width":584,"height":1232,"sizeSlug":"large"}

ମୃତକ ମାନେ ହେଲେ ମାଆ ଉତ୍ତରା ବନଛୋର ଓ ଦୁଇ ପୁତ୍ର ଜଗା ଓ ବଳିଆ ବନଛୋର । ପାରିବାରିକ କଳହରୁ ସେମାନେ ଗ୍ରାମରେ ଥିବା ବିଲରେ ବିଷ ପିଇ ଦେଇଥିବା ସୂଚନା ମିଳିଛି । ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ବରଗଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେମାନେ ଆଖି ବୁଜିଥିବା ସୂଚନା ମିଳିଛି ।

ବରଗଡ଼ ସଦର ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶନିବାର ମୃତଦେହ ଵ୍ୟଵଛେଦ କରାଯିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.