Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

କଳାହାଣ୍ଡି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ମାଆ ସହ ୨ ଶିଶୁଙ୍କ ଚାଲିଗଲା ଜୀବନ

27/07/2021 at 5:59 PM

କଳାହାଣ୍ଡି, ୨୭/୦୭: କଳାହାଣ୍ଡିର କେସିଙ୍ଗା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମାଆ ସହ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତି କରିଯାଇଥିବା ଜଣାପଡ଼ିଛି ।

ମୃତକ ହେଲେ ଟିଟଲାଗଡ ବାସିନ୍ଦା ୩୮ ବର୍ଷୀୟା ଆନନ୍ଦିନୀ ମିଶ୍ର, ୧୧ ବର୍ଷୀୟା ରୋଜି ଦାସ, ୯ ବର୍ଷୀୟା ଏଲି ଦାସ । ପୁତୁରା ବାଦଲ ବିକାଶ ମିଶ୍ର ଏଥିରେ ଗୁରୁତର ହୋଇଛି । ଗାଡ଼ି ଡ୍ରାଇଭର ୨୩ ବର୍ଷିୟ ଅରୁଣ ବିଶି ମଧ୍ୟ ଆହତ ହୋଇଥିବା ବେଳେ ଦୁଇ ଆହାତଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତି କରାଯାଇଛି। ବର୍ଷା ପାଇଁ ଜାତୀୟ ରାଜପଥରେ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥବା ଅନୁମାନ କରାଯାଉଛି ।

ଭାରସାମ୍ୟ ହରାଇ କାରଟି ରାସ୍ତା ପାର୍ଶ୍ଵ ତାଳ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । କେସିଙ୍ଗା ଥାନା ଅନ୍ତର୍ଗତ ଏନ ୨୬ ଚାଂଚେର ନିକଟରେ ଏହି ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି । ମୃତ ମହିଳା ଏବଂ ତାଙ୍କ ୩ ପିଲା ଭବାନୀପାଟଣାରୁ ଟିଟିଲାଗଡ଼ ନିଜ ଘରକୁ ଏକ ସୁଇଫ୍ଟ କାରରେ  ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ତାଳ ଗଛରେ ପିଟି ହୋଇଥିଲା । ଏଥିରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଗୁରୁତର ଆହତ ହୋଇ କେସିଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

   Related Posts