Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସାତ ମାସର ଝିଅକୁ ବାପା ମାରିଦେଲା ବୋଲି ମା’ର ଅଭିଯୋଗ, ବାପା ଦେଲା ଏମିତି ସଫେଇ…

18/11/2019 at 4:19 PM

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଥାନାରେ ଏକ ଅଭାବନୀୟ ଅଭିଯୋଗ ହୋଇଛି । ୭ମାସର ଛୁଆକୁ ବାପା ମାରିଦେଇଥିବା ଛୁଆର ମା ଅଭିଯୋଗ କରିଛନ୍ତି ।  ନେଇ ଅଭିଯୋଗ ପରେ ଟିଟିଲାଗଡ଼ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଟିଟିଲାଗଡ଼ ଥାନା ମାଣିଗାଓଁ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଗତକାଲି ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ  ଝଗଡା ହୋଇଥିଲା ।  କଥା କଟାକଟିରୁ ସ୍ବାମୀ- ସ୍ତ୍ରୀ ଙ୍କ ମଧ୍ୟରେ ହାତାହାତି ବି ହୋଇଥିଲା । ଝଗଡା ପରେ ସ୍ତ୍ରୀ  ଛୁଆକୁ ନେଇ ତାଙ୍କ ବାପା ଘରକୁ ଚାଲିଯାଇଥିଲେ । ତେବେ ହାତାହାତି ବେଳେ  ଛୁଆ ଦେହରେ ମାଡ ବାଜିଥିଲା ଓ ଏଥି ଯୋଗୁ ଛୁଆର ଆଜି ମୃତ୍ୟୁ ହୋଇଥିବା ମା ଅଭିଯୋଗ କରିଛନ୍ତି ।

 ସେ ପଟେ ମୃତ ସାତ ମାସର ଛୁଆର ଦେହ ଭଲ ନ  ଥିଲା । ସେଥିପାଇଁ ତାର ମୃତ୍ୟୁ ହୋଇଛି । ରାଗ ରଖି ମୋ ଉପରେ ସ୍ତ୍ରୀ ଜାଣିଶୁଣି ମିଛ ଅଭିଯୋଗ କରୁଛି । ମୁ ମୋ ଛୋଟ ଛୁଆକୁ କେମିତି ମାରିପାରିବି ବୋଲି ସଫେଇଦେଇଛି ବାପା ।. ତେବେ   ମା ର ଅଭିଯୋଗ ଆଧାରରେ ପୋଲିସ ବାପାକୁ ଅଟକ ରଖି ପଚରାଉଚୁରା କରିବା ସହ ମୃତ ଶିଶୁର ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି ପୋଲିସ ।

ସେପଟେ ମୃତ ଶିଶୁର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ହିଁ କହିହେବ ଶିଶୁର ମୃତ୍ୟୁର କାରଣ କଣ ବୋଲି କହିଛନ୍ତି ଟିଟିଲାହଡ ଆଇଆଇସି ।

   Related Posts