Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଏହି ୪ଟି ରାଶିର ବ୍ୟକ୍ତି ହୋଇଥାଆନ୍ତି ସବୁଠୁ ଧନୀ

21/01/2020 at 11:11 AM

ଆମେ ସମସ୍ତେ ଏହା ଭଲ ଭାବେ ଜାଣୁ ଯେ ଟଙ୍କା ରୋଜଗାର କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିଥାଏ କିନ୍ତୁ କେତେକ ଲୋକ ଏହାକୁ ଭାଗ୍ୟ ବୋଲି ମଧ୍ୟ ମାନିଥାଆନ୍ତି। କେତେକ ରାଶିର ବ୍ୟକ୍ତିର ଅଧିକ ଟଙ୍କା ରୋଜଗାର କରିବାକୁ ଉତ୍ସୁକ ଥାଆନ୍ତି ତେଣୁ ସେମାନଙ୍କ ଧନୀ ହେବାର ସମ୍ଭାବନା ଅଧିକ ଥାଏ।

ଧନର ସମ୍ବନ୍ଧ ଦ୍ବିତୀୟ ଏବଂ ଅଷ୍ଟମ ଘର ସହ ଥାଏ ଯେଉଁଠାରେ ବିଛା ଏବଂ ବୃଷ ରାଶିର ବ୍ୟକ୍ତିଙ୍କ ରାଜତ୍ବ ଚାଲିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଦୁଇ ରାଶିର ନାଁ ଏହି ତାଲିକାରେ ଥିବ। ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକ ବିଷୟରେ

୧. ବୃଷ ରାଶି : ଏହି ତାଲିକାରେ ସବୁଠୁ ପଥମରେ ଆସିଥାଏ ବୃଷ ରାଶି। ଶୁକ୍ର ଶାସିତ ବୃଷ ରାଶି ବିଶ୍ବର ସବୁଠୁ ସୁନ୍ଦର ଏବଂ ସୌଖୀନ ଜିନିଷ କିଣିଥାଆନ୍ତି। ଏମାନେ ଜୀବନରେ ବହୁତ ଟଙ୍କା ରୋଜଗାର କରିଥାଆନ୍ତି। ବୃଷ ରାଶିର ବ୍ୟକ୍ତି କଠିନ ପରିଶ୍ରମର ମହତ୍ତ୍ବ ବୁଝିଥାଆନ୍ତି। ଏହା ସହିତ ସେମାନେ ଜୀବନର ଆନନ୍ଦ ଉଠାଇଥାଆନ୍ତି। ଏମାନେ ଜିଦି ସ୍ବଭାବର ହୋଇଥାଆନ୍ତି।

୨.ବିଛା ରାଶି : ଏହି ତାଲିକାରେ ଦ୍ବିତୀୟ ରାଶି ହେଉଛି ବିଛା ରାଶି। ଏହି ରାଶିର ବ୍ୟକ୍ତିଙ୍କୁ ଭୌତିକ ବସ୍ତୁରେ ରୁଚି ରହିଥାଏ। ଗାଡ଼ି,ବଡ଼ ଘର,ଅଜସ୍ର ଧନ ସମ୍ପତ୍ତି ପ୍ରତି ଏମାନଙ୍କର ଆଗ୍ରହ ରହିଥାଏ। ବିଛା ରାଶିର ବ୍ୟକ୍ତିମାନେ ଦୁନିଆକୁ ଅଲଗା ନଜରରେ ଦେଖିଥାଆନ୍ତି। ଏହି ରାଶିର ବ୍ୟକ୍ତିମାନେ ଦୃଢ଼ପ୍ରତିଜ୍ଞ ହୋଇଥାଆନ୍ତି ଏବଂ ଯେଉଁ ଜିନିଷ ଏମାନଙ୍କୁ ଥରେ ପସନ୍ଦ ହୋଇଥାଏ ଏମାନେ ତାକୁ ପାଇବା ପାଇଁ ଜୀବନ ଲଗାଇ ଦେଇଥାଆନ୍ତି।

୩. କର୍କଟ ରାଶି : ତୃତୀୟ ରାଶି ହେଉଛି କର୍କଟ। ଏମାନେ କେବଳ ସୁଯୋଗକୁ ଅପେକ୍ଷା କରିଥାଆନ୍ତି। ଏମାନେ ଅତ୍ୟନ୍ତ ଭାବୁକ ହୋଇଥାଆନ୍ତି। ଏହି ରାଶିର ବ୍ୟକ୍ତି ସବୁବେଳେ ନିଜ ପରିବାର ନିକଟରେ ରହିଥାଆନ୍ତି। ଏମାନେ ସବୁବେଳେ ଘର ଲୋକଙ୍କ ଇଚ୍ଛା ପୂରଣ କରିବାକୁ ଚାହିଁଥାଆନ୍ତି। ଏମାନେ ନିଜ ପରିବାରର ସ୍ବପ୍ନକୁ ସାକାର କରିବାକୁ କଠିନ ପରିଶ୍ରମ କରିଥାଆନ୍ତି।

୪.ସିଂହ ରାଶି : ସିଂହ ରାଶିର ବ୍ୟକ୍ତି ଭିଡ଼ରେ ନିଜର ପରିଚୟ ଜାହିର କରିବାକୁ ଚାହିଁଥାଆନ୍ତି। ସେମାନେ ଅନ୍ୟଙ୍କଠୁ ଭିନ୍ନ ହେବାକୁ ଚାହିଁଥାଆନ୍ତି। ସେମାନେ ଚାହିଁଥାଆନ୍ତି ଯେ ଲୋକେ ତାଙ୍କୁ ନୋଟିସ୍ କରନ୍ତୁ,ପ୍ରଶଂସା କରନ୍ତୁ ଏବଂ ତାଙ୍କୁ ନିଜର ଆଦର୍ଶ ମାନନ୍ତୁ। ସେମାନେ ନେତୃତ୍ବ ନେବାର କ୍ଷମତା ରଖିଥାଆନ୍ତି। ଏମାନଙ୍କର ବଡ଼ ବଡ଼ ଇଚ୍ଛା ରହିଥାଏ। ଏମାନେ ମହଙ୍ଗା ଗାଡ଼ି କିଣିବାକୁ ଚାହିଁଥାଆନ୍ତି। ଦାମୀ ମୋବାଇଲ୍ ବ୍ୟବହାର କରିବାକୁ ଚାହିଁଥାଆନ୍ତି।

   Related Posts