Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପୋଲିସ,ଏନଆଇଏକୁ ଚକମା ଦେଇଥିଲା, କୋଭିଡରୁ ବର୍ତ୍ତିଲାନି ନକ୍ସଲ ବିନୋଦ,ମୁଣ୍ଡ ଉପରେ ଥିଲା ପୁରସ୍କାର

13/07/2021 at 8:01 PM

ଦାନ୍ତେୱାଡା ୧୩।୭: ଇନାମୀ ନକ୍ସଲ କମାଣ୍ଡର ବିନୋଦ କରୋନା ଜନିତ ସ୍ୱାସ୍ଥ୍ୟଗତ ଜଟିଳତା କାରଣରୁ ସୋମବାର ପ୍ରାଣ ହରାଇଛି। ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ବିନୋଦ ମୁଣ୍ଡ ଉପରେ ଛତିଶଗଡ ପୋଲିସ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ସେହିପରି ଜାତୀୟ ତଦନ୍ତକାରୀ ସଂସ୍ଥାନ (ଏନଆଇଏ) ବିନୋଦ ସମ୍ପର୍କରେ ସୂଚନା ଲାଗି ୫ ଲକ୍ଷ ଟଙ୍କାର ପୁରସ୍କାର ରଖିଛି। ତେବେ କରୋନାରେ ନକ୍ସଲ କମାଣ୍ଡର ପ୍ରାଣ ହରାଇଥିବା ଜିଲ୍ଲା ଏସପି ସୂଚିତ କରିଛନ୍ତି।

ବିନୋଦ ୨୦୧୮ ଲୋକସଭା ନିର୍ବାଚନ କାଳରେ ଦାନ୍ତେୱାଡା ଜିଲ୍ଲା ଦକ୍ଷିଣ ବସ୍ତର କୁଆକୋଣ୍ଡାରେ ବିଜେପି ବିଧାୟକ ଭୀମା ମାଣ୍ଡବୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଥିଲା। ମାଣ୍ଡବୀଙ୍କ ହତ୍ୟା ଲାଗି ବିନୋଦ ନିର୍ଦ୍ଦେଶରେ ନକ୍ସଲମାନେ ରାସ୍ତାରେ ଆଇଇଡି ବିଛାଇଥିଲେ। ନିର୍ବାଚନ ପ୍ରଚାରରୁ ଫେରିବା ରାସ୍ତାରେ ମାଣ୍ଡବୀଙ୍କ ବାହନ ଆଇଇଡି ଉପରେ ଉଠିବାମାତ୍ରେ ବିସ୍ଫୋରଣ ହୋଇଥିଲା। ଫଳରେ ମାଣ୍ଡବୀଙ୍କ ସମେତ ଗାଡିରେ ଥିବା ୩ ଜଣ ସୁରକ୍ଷା କର୍ମୀ ଓ ବାହନ ଚାଳକ ମଧ୍ୟ ପ୍ରାଣ ହରାଇଥିଲେ।

ଘଟଣା ନେଇ ବସ୍ତର ମାଓବାଦୀ ଗୋଷ୍ଠୀ ନିଜକୁ ଦାୟି କରିଥିବା ବେଳେ ସେବେଠାରୁ ବିନୋଦର ତଲାସ ଜାରି ଥିଲା।  ତେବେ ଏପର୍ଯ୍ୟନ୍ତ ପୋଲିସ ଓ ଏନଆଇଏକୁ ଚକମା ଦେଇ ଆସୁଥିବା ବିନୋଦ କରୋନାରୁ ନିଜକୁ ରକ୍ଷା କରିପାରିନି । କୋଭିଡ ସଂକ୍ରମିତ ହେବା ପରେ ନକ୍ସଲ କ୍ୟାମ୍ପରେ ଉପଲବ୍ଧ ଚିକିତ୍ସାରେ ଥିବା ବେଳେ ତାର ମୃତ୍ୟୁ ହୋଇଛି। ତେବେ କେବଳ ବିନୋଦ ନୁହେଁ ଛତିଶଗଡ, ଝାରଖଣ୍ଡ ଓ ଅନ୍ୟ ରାଜ୍ୟମାନଙ୍କରେ ନକ୍ସଲ ସଙ୍ଗଠନ ଏବେ କରୋନାରେ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଉପଦ୍ରୁତ ରାଜ୍ୟରେ ପୋଲିସ ଯେଉଁ ନକ୍ସଲ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହିଁବେ ସେମାନଙ୍କୁ କରୋନା ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।

ଘୋଷଣା ମୁତାବକ କେତେକ କ୍ଷେତ୍ରରେ ନକ୍ସଲମାନେ ଆତ୍ମସମର୍ପଣ କରି ସୁଯୋଗର ସୁବିଧା ମଧ୍ୟ ପାଉଛନ୍ତି। ତେବେ ବିନୋଦ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରୁ ନଥିଲା କି ଚିକିତ୍ସା ଲାଗି ଶେଷ ପର୍ଯ୍ୟନ୍ତ ହସ୍ପିଟାଲ ଯାଇ ନଥିଲା। ନକ୍ସଲ କ୍ୟାମ୍ପରେ ଉପଲବ୍ଧ ଚିକିତ୍ସା ସେବାରେ ଶେଷ ପର୍ଯ୍ୟନ୍ତ କରୋନା ସହ ଲଢି ପ୍ରାଣ ହରାଇଛି।

   Related Posts