Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମୋଷ୍ଟ୍ ଓ୍ବାଣ୍ଟେଡ୍ ଗୋବିନ୍ଦ ସାହୁ ଗିରଫ, ଆଖୁ କିଆରୀରେ ଲୁଚିଥିବା ବେଳେ ବାନ୍ଧିଲା ବଲାଙ୍ଗୀର ପୋଲିସ

19/10/2021 at 5:27 PM

କଳାହାଣ୍ଡି ୧୯।୧୦: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ ଗିରଫ । ଫେରାର ଥିବା ଗୋବିନ୍ଦ ସାହୁଙ୍କୁ ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ଗିରଫ କଲା ବଲାଙ୍ଗୀର ପୋଲିସ । ଟ୍ବିଟ୍ କରି ବଲାଂଗୀର ଏସପି ସୂଚନା ଦେଇଛନ୍ତି ।

ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୨ ଦିନ ପରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ପୋଲିସ ଉପସ୍ଥିତିରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲର ନିର୍ମାଣଧୀନ ଖେଳ ପଡିଆରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିଲା ।  ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ଜବତ କରିଛି ସାଇଣ୍ଟିଫିକ୍ ଟିମ୍ । ସେସବୁ ମମିତାଙ୍କର ବୋଲି ପରିବାରଲୋକ ଚିହ୍ନଟ କରିଛନ୍ତି । ଆବଶ୍ୟକ ପଡିଲେ ଜବତ ହାଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ।

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତ ୮ ତାରିଖଠାରୁ ନିଖୋଜ ଥିଲେ । ପରିବାରଲୋକ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ମାମଲା ରୁଜୁ କଲେ ।  ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।  ଗତ ୧୮ ତାରିଖରେ ଖୋଦ ବଲାଙ୍ଗୀର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଦନ୍ତ ଭାର ନେଇଥିଲେ । କଳାହାଣ୍ଡିରେ ତିନି ଗୋଟି ପୋଲିସ ଟିମ୍ ଚଢାଉ କରିଥିଲା ।ୟ  ମହାଲିଙ୍ଗ ସ୍ଥିତ ଖେଳ ପଡିଆର ରାତ୍ରୀ ଜଗୁଆଳି ଗୁପ୍ତେ ତାଣ୍ଡି ୧୨ ତାରିଖ ରାତିରେ ଖେଳ ପଡିଆରେ କିଛି କାମ ହୋଇଥିବା ସୂଚନା ଦେଇଥିଲେ । ତାଙ୍କ ସୂଚନା ଆଧାରରେ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ସିନ୍ଦକେଲା ଥାନାରେ ଜେରା କରାଯାଇଥିଲା । ଜେସିବି ଡ୍ରାଇଭରଙ୍କ ବୟାନ ଆଧାରରେ ପୋଲିସ ଖେଳପଡିଆ ମାଟି ତଳୁ ମର୍ଡର ମିଷ୍ଟ୍ରିର ସନ୍ଧାନ ମିଳିଥିଲା । ଯଦିଓ ପୋଲିସ କୌଣସି ଅଧିକୃତ ବୟାନ ଜାରି କରିନାହିଁ । ବରଂ ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରି ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ଗିରଫ କଲା ବଲାଙ୍ଗୀର ପୋଲିସ ।

   Related Posts