ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ତପୁ ଓରଫ ପ୍ରଶାନ୍ତ ଦାସ ଗିରଫ

Published By : Prameya-News7 Bureau | December 27, 2018 IST

wp:core-embed/youtube {"url":"https://www.youtube.com/watch?v=TKjLZ1oXRss","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=TKjLZ1oXRss
/wp:core-embed/youtube

କଟକ୨୭|୧୨: ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ତପୁ ଓରଫ ପ୍ରଶାନ୍ତ ଦାସ ଗିରଫ । ଏକ ଅଜ୍ଞାତ ସ୍ଥାନରେ ରଖି ତପୁକୁ ପୋଲିସ ଜେରା କରିବା ସହ ବିଭିନ୍ନ ସ୍ଥାନରେ ଘନ ଘନ ଚଢାଉ କରୁଛି । ତାଠୁ ଲକ୍ଷାଧିକ ଟଙ୍କା ସହ ବନ୍ଧୁକ, ଗୁଳି ଜବତ କରିଛି ପୋଲିସ । ତପୁ ନାଁରେ ଜଗତସିଂପୁର ଓ କଟକରେ ପ୍ରାୟ ୪୦ରୁ ଅଧିକ ସଂଗୀନ ମାମଲା ରହିଛି ।

{"id":67851}

ପୋଲିସ ପଞ୍ଝାରେ ମୋଷ୍ଟ ୱାଣ୍ଟେଡ୍ ତପୁ ଓରଫ ପ୍ରଶାନ୍ତ ଦାସ । ଦୀର୍ଘ ଦିନ ହେଲାଣି କଟକ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ତପୁକଥା କଥାକେ ଗୁଳି ଫୁଟାଇ ଚଳାଇଥିଲା ଆତଙ୍କରାଜ । ସତେ ଯେମିତି ଗୁଳି ଫୁଟାଇବା ତା ପାଇଁ ପାଲଟି ଯାଇଥିଲା ସଉକ । ନିକଟରେ ଏକ ଜନ୍ମଦିନ ଭୋଜିରେ ବି ଖୁସିରେ ଗୁଳି ଚଳାଇଥିଲା ସେ । ପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ସାମ୍ରାଜ୍ୟ ବିସ୍ତାର କରିଥିବା ତପୁ ଧଳସାମନ୍ତ ବ୍ରଦର୍ସଙ୍କ ଗିରଫ ପରେ କଟକ ଚାଲି ଆସିଥିଲା । ଗତ ମାର୍ଚ୍ଚ ୨ରେ ହୋଲି ଖେଳ ସମୟରେ ପ୍ରତାପନଗରୀ ଧାକୁଲେଇ ପୀଠରେ ଗୁଳି ମାଡ କରିଥିଲେ ତପୁ ଆଣ୍ଡ କୋ । ଗୁଳିକାଣ୍ଡରେ ତିନି ଜଣ ଗୁରତର ଆହତ ହୋଇଥିଲେ । ସେହିଦିନଠାରୁ କଟକ ଛାଡି ଫେରାର ହୋଇଯାଇଥିଲା ତପୁ । ଆଉ କଟକ ପୋଲିସ ପାଇଁ ପାଲଟି ଯାଇଥିଲା ମୋଷ୍ଟ ଓ୍ବାଣ୍ଟେଡ ।

{"id":67852}

ତପୁକୁ ଧରିବା ପାଇଁ ପୋଲିସ ଭାଇଜାଗ ଓ ବେଙ୍ଗଳୁରୁରେ ରେଡ କରିଥିଲା । କିନ୍ତୁ ସାତିର ଦିମାକ ତପୁ ପୋଲିସ ଆଖିରେ ଧୁଳି ଦେଇ ଖସିଯାଇଥିଲା । ତେବେ ସୋମବାର ରାତିରେ ତପୁକୁ ଭୁବନେଶ୍ବରରୁ ଗିରଫ କରିଛି ପୋଲିସ । ଗଣମାଧ୍ୟମଠୁ ଦୂରରେ ରଖି ଏକ ଅଜ୍ଞାତ ସ୍ଥାନରେ ରଖି ତପୁକୁ ମାରାଥନ୍ ଜେରା କରୁଛି କଟକ ସଦର ଥାନା ପୋଲିସ । ସେହି ତଥ୍ୟ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ତା ନିକଟରୁ ଲକ୍ଷାଧିକ ଟଙ୍କା ସହ ବନ୍ଧୁକ, ଗୁଳି, ମୋବାଇଲ୍ ଓ ସିମ୍ କାର୍ଡ ଜବତ କରିଛି । ପୋଲିସ ରେକର୍ଡ ଅନୁସାରେ କଟକ ଓ ଭୁବନେଶ୍ବରରେ ୪୦ ରୁ ଅଧିକ ସଙ୍ଗାନ ମାମଲା ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.