ସମ୍ବଲପୁରରେ ପୋଲିସର ଏନକାଉଣ୍ଟର: କୁଖ୍ୟାତ ଅପରାଧୀସରଫରାଜ୍ ଖାନ୍ ସମେତ ୨ ଗିରଫ
6/01/2020 at 5:49 PM

ସମ୍ବଲପୁର ୬।୧: ସମ୍ବଲପୁରରେ ସୋମବାର ପୋଲିସ ଏନକାଉଣ୍ଟର କରିଛି। ଡକାୟତୀ ଯୋଜନା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ବେଳେ ମୋଷ୍ଟ ୱାଣ୍ଟେଡ ଡକାୟର ସରଫରାଜ ଖାନ ଓ ତାର ଜଣେ ସହଯୋଗୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ପିସ୍ତଲ ଓ ଗୋଟିଏ ରାଉଣ୍ଡ ଗୁଳି ସମେତ ଏକ ମୋଟର ସାଇକେଲ ଜବତ କରିଛି।

ସରଫରାଜ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ଏହାର ଜବାବ ଦେଇଥିଲା। ଫଳରେ ସରଫରାଜ ଦେହରେ ଗୁଳି ବାଜିଥିବା ବେଳେ ତା ସହଯୋଗୀ ସମେତ ସରଫରାଜକୁ ପୋଲିସ କାବୁ କରିଥିଲା। ପୋଲିସର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ସରଫରାଜ ଖାନ ଷଷ୍ଠ ସ୍ଥାନରେ ଥିଲା। ଜିଲ୍ଲାକୁ ନୂଆ ଏସପି ଆସିବା ପରଠାରୁ ସେ ତାର ଅପରାଧ ସାମ୍ରାଜ୍ୟକୁ ସମ୍ବଲପୁରରୁ ଝାରଖଣ୍ଡ ସ୍ଥାନାନ୍ତରିତ କରିଥିଲା।

ତେବେ ନିକଟରେ ପୁଣି ଚୁପାଚାପ ସମ୍ବଲପୁର ଫେରିଆସି ତାର ଗୋଷ୍ଠୀଙ୍କୁ ଏକତ୍ର କରି ଅପରାଧ ଭିଆଇବାକୁ ଉଦ୍ୟମ କରିବା ବେଳେ ଧରାପଡିଛି। ସରଫରାଜକୁ ଗିରଫ କରିଥିବାରୁ ଏକ ବଡ ସଫଳତା ପାଇଛି ନିଶ୍ଟିତ। କାରଣ ସରଫରାଜ ବିରୋଧରେ ବିଭିନ୍ନ ଥାନାରେ ୯ଟି ଅପରାଧିକ ମାମଲାର ଥିବା ଜଣାପଡିଛି।