ପିପିଲିରେ ଏନ୍‌କାଉଣ୍ଟର : ପୋଲିସ ଗୁଳିରେ ମୋଷ୍ଟ ଓ୍ବାଣ୍ଟେଡ ଭାଗୁ ଓରଫ ଭାଗିରଥୀ ପ୍ରଧାନ ଆହତ

Published By : Prameya-News7 Bureau | October 18, 2019 IST

ପିପିଲି ୧୮।୧୦: ପୁରୀ ଜିଲ୍ଲା ପିପିଲିରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ବାଲିଘାଟ ଅଞ୍ଚଳ ଅପରାଧୀ ଭାଗିରଥୀ ପ୍ରଧାନ (ଭାଗୁ) ଆହତ ହୋଇଛି । ପିପିଲି-ନିମାପଡା ତରକାଯା ଓଭରବ୍ରିଜ୍ ତଳେ ଏହି ଏନକାଉଣ୍ଟର ହୋଇଥିଲା । ତାର ବାମ ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ପୋଲିସ ଭାଗୁକୁ କଟକ ଏସସିବିରେ ଭର୍ତ୍ତି କରିଛି । ଅନ୍ୟପକ୍ଷରେ ତଳେ ପଡିଯିବାରୁ ତାଳବଣିଆ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଆଘାତ ଲାଗିଛି।

{"id":171262}

ଭାଗୁ ନାଁରେ ୨୦ଟି ଅପରାଧିକ ମାମଲା ରହିଛି । ତାଳବଣିଆ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ଭାଗୁ । ପୋଲିସ ତାପାଖରୁ ୯ ଏମଏମର ଏକ ବନ୍ଧୁକ, ଗୁଳି ଓ ବାଇକ୍ ଉଦ୍ଧାର କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.