Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବ୍ଲାଙ୍କ୍ ଫାୟାରିଙ୍ଗ ବେଳେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ, ଗ୍ରାମବାସୀଙ୍କ ହବୁଡ଼ରେ ପଡ଼ି ଖାଇଲା ନିସ୍ତୁକ ମାଡ଼, ଡାକ୍ତରଖାନାରେ ଭର୍ତ୍ତି

27/10/2021 at 9:40 PM

ନୟାଗଡ଼, ୨୭/୧୦: ଦଶପଲ୍ଲା ଥାନା ମଧ୍ୟଖଣ୍ଡରେ ଲୋକଙ୍କ ଆକ୍ରମଣରେ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିକାଶ ବେହେରା ଗୁରୁତର । ଲୋକଙ୍କ କବଳରୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି ପୋଲିସ କରିଛି । ବିକାଶ ନାମରେ ରାଜ୍ଯର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ଦଶପଲ୍ଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଗତ ଦୁଇମାସ ତଳେ ଫୁଲବାଣୀର ଜଣେ ଡାକ୍ତରଙ୍କ କାର୍ ଅଟକାଇ ଡକାୟତି ଘଟଣା, କଟକ ଜିଲ୍ଲାରେ ବ୍ଯାଙ୍କ ଡକାୟତି ଘଟଣା ଏବଂ କିଛି ବର୍ଷ ତଳେ ଜଣେ ଭିଏଲ୍‌ଡବ୍ଲୁଙ୍କୁ ଫାୟାରଂ କରିବା ଭଳି ବହୁ ମାମଲା ବିକାଶ ନାମରେ ରହିଛି । ଆଜି ସନ୍ଧ୍ୟାରେ ବିକାଶ ନିଜ ଗାଁ ନିକଟ ମଧ୍ୟଖଣ୍ଡରେ ବ୍ଲାଙ୍କ୍ ଫାୟାରିଙ୍ଗ କରି ଆତଙ୍କ ସୃଷ୍ଟି କରୁଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ତାକୁ କାବୁ କରିବା ସହ ପ୍ରବଳ ମାଡ ମାରିଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକାଶକୁ ଉଦ୍ଧାର କରି  ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି । ଏପର୍ଯ୍ୟନ୍ତ ବିକାଶ ଅଚେତ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଜଣେ ମୋଷ୍ଟ ୱାଣ୍ଟେଡ଼ ଅପରାଧୀ ଗାଁକୁ ଆସି ଏତେ ଘଟଣା ଘଟାଉଥିବାବେଳେ ପୋଲିସ କିପରି ଜାଣିପାରୁନାହଁ ତାକୁ ନେଇ ପ୍ରଶ୍ନ ଉଠିଛି ।

   Related Posts