ବୟସ ମାତ୍ର ୫ ବର୍ଷ, ହେଲେ ବୁଲିଛନ୍ତି ୪୦ରୁ ଅଧିକ ଦେଶ: ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ‘ମୋଷ୍ଟ ଟ୍ରାଭେଲ୍ଡ ବେବି’ ଭାବେ ପାଇଲେ ସ୍ଥାନ

Published By : Prameya-News7 Bureau | June 03, 2021 IST

ଅଜମେର ୦୩/୦୬: ଜୀବନରେ ବେଳେବେଳେ ଆମେ ଏମିତି କିଛି କାମ କରିଥାଉ ଯାହା ସମ୍ପର୍କରେ ଆମେ କେବେ କିଛି ଯୋଜନା କରିନଥାଉ କି ଭାବି ବି ନଥାଉ କିନ୍ତୁ ତାହା ଅଚାନକ ହୋଇଯାଏ । ଏମିତି କିଛି ଘଟଣା ହୋଇଛି ୫ ବର୍ଷର ନିରୀହ ଧନାରୀ ସହ । ରାଜସ୍ଥାନ ଅଜମେରରେ ରହୁଥିବା ୫ ବର୍ଷର ଧନାରୀ ଏହି କଅଁଳ ବୟସରେ ୪୦ ରୁ ଅଧିକ ଦେଶ ଯାତ୍ରା କରିସାରିଛନ୍ତି । ମୋଷ୍ଟ ଟ୍ରାଭେଲ ବେବି (Most Traveled Baby)ର ଆୱାର୍ଡ ଜିତି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ଧନାରୀଙ୍କ ମାତା-ପିତା ସୋନିଆ ଓ ନରେନ ବୁଲାନି ଦୁହେଁ ଥାଇଲାଣ୍ଡର ପ୍ରମୁଖ ବ୍ୟବସାୟୀ ।

{"id":461028,"width":658,"height":371,"sizeSlug":"large","linkDestination":"none"}

ନିଜ ବ୍ୟବସାୟ ଯୋଗୁଁ ସେ ଅନେକ ଦେଶ ଯାତ୍ରା କରନ୍ତି । ବିଦେଶ ଯାତ୍ରାରେ ସେ ନିଜ ଝିଅକୁ ବି ସାଙ୍ଗରେ ନେଇଯାଆନ୍ତି । ମାତା-ପିତାଙ୍କ ସହ ବିଦେଶ ଯାତ୍ରା କରି ଧନାରୀ ୪୦ ରୁ ଅଧିକ ଦେଶ ଯାତ୍ରା କରିସାରିଛନ୍ତି । ଧନାରୀଙ୍କ ମା' ସୋନିଆ କହିଛନ୍ତି ଯେ ନିଜ ଶିଶୁର ଠିକ ଯତ୍ନ ନେବା ପାଇଁ ଶିଶୁକୁ ସମୟ ଦେବା ବହୁତ ଆବଶ୍ୟକ । ସେଥିପାଇଁ ସେମାନେ ଝିଅକୁ କେବେ ବି ଏକା ଛାଡି ଯାତ୍ରା କରନ୍ତିନି । ଧନାରୀ ବାପା-ମା' ଏକ ମାତ୍ର ଅଲିଅଳି ଝିଅ । ସେଥିପାଇଁ ସେମାନେ ଯୁଆଡେ ଗଲେ ଝିଅକୁ ସାଙ୍ଗରେ ନେଇଯାଆନ୍ତି । ବିଜନେସ ମିଟିଂରେ ମଧ୍ୟ ଝିଅକୁ ସାଙ୍ଗରେ ନେଇଯାଆନ୍ତି । କିଛି ଦେଶକୁ ଧନାରୀ ୪-୫ ଥର ଯାଇସାରିଛନ୍ତି । ଧନାରୀଙ୍କ ବାପା-ମା; ଉଭୟ ବ୍ୟବସାୟୀ ।

ଥାଇଲାଣ୍ଡ ସ୍କୁଲରେ କେ-୨ ଶ୍ରେଣୀରେ ପଢ଼ନ୍ତି ଧନାରୀ । ବିମାନରେ ଯାତ୍ରା ସମୟରେ ଡ୍ରଇଂ କରିବା ତାଙ୍କୁ ବହୁତ ପସନ୍ଦ । ବିମାନରେ ଏୟାର ହଷ୍ଟେସମାନଙ୍କ ସହ ମଧ୍ୟ ଘଣ୍ଟା ଘଣ୍ଟା କଥା ହୁଅନ୍ତି । ପ୍ରଥମଥର ଧନାରୀ ଥାଇଲାଣ୍ଡରୁ ଭାରତକୁ ଯାତ୍ରା କରିଥିଲେ । ତେବେ ତାଙ୍କ ବୟସ ମାତ୍ରା ୧ ବର୍ଷ ଥିଲା । ସୋନିଆ କହିଛନ୍ତି ଘରେ ଥିବା ସମୟରେ ଝିଅର ମନ ବୁଝାଇବାକୁ ମୋବାଇଲ, ଟାବଲେଟ ଆଦି କେବେ ବି ଦିଅନ୍ତିନି । ନାରୀଙ୍କୁ ମାଇଣ୍ଡ ଗେମ ବହୁତ ପସନ୍ଦ ।

{"id":461029,"width":672,"height":379,"sizeSlug":"large","linkDestination":"none"}

ଧନାରୀ ଏବେ ଶୁଦ୍ଧ ଥାଇଲାଣ୍ଡ, କୋଟି ଦ ଆଇବାରୀ, UAE, ଇଣ୍ଡୋନେସିଆ, ମାଲେସିଆ, ହଙ୍ଗେରୀ, ଜର୍ମାନୀ, ଇଟାଲୀ, ସିଙ୍ଗାପୁର, ଫାସୋ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଅଷ୍ଟ୍ରିଆ ସ୍ୱିଜରଲ୍ୟାଣ୍ଡ, ଘାନା, ତୁର୍କୀ, ହଙ୍ଗକଙ୍ଗ, ବେଲଜିୟମ, ଫିଲିପାଇନ୍ସ, ନରୱେ, ସ୍ୱିଡ଼େନ, ଡେନମାର୍କ, ଜାପାନ, ଶ୍ରୀଲଙ୍କା, ଗ୍ରୀସ, ଆମେରିକା, ଭୁଟାନ, ମିଆଁମାର, ତାଇୱାନ, ନେପାଳ ସମେତ ଅନେକ ଦେଶ ଯାତ୍ରା କରିଛନ୍ତି । ଗତ ବର୍ଷ କରୋନା ଲକଡାଉନ ପରେ ପ୍ରାୟ ଅନେକ ଦେଶ ପାଇଁ ବିମାନ ସେବା ବନ୍ଦ ରହିଛି । ବାପା-ମା' ବର୍ତ୍ତମାନ ଝିଅ ସହ ୱାର୍ଲଡ ଟୁର୍ ଯିବାକୁ ଯୋଜନା କରିଛନ୍ତି । କିନ୍ତୁ ଏବେ ଲକଡାଉନ ପାଇଁ ସବୁ ବନ୍ଦ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.