ମମତା ବାନାର୍ଜୀଙ୍କ ବିଷୟରେ ଗୁଗୁଲରେ ସବୁଠାରୁ ଅଧିକ କ'ଣ ପ୍ରଶ୍ନ ପଚରା ଯାଇଥାଏ ଜାଣନ୍ତୁ

Published By : Prameya-News7 Bureau | February 07, 2019 IST

ଦିଲ୍ଲୀ ୭/୨ : ଏବେ ସିବିଆଇ ବିବାଦ ପରେ ମମତା ବାନାର୍ଜୀ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛନ୍ତି । ତେବେ ମମତା ଯେ ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ ଏହା ବାରମ୍ବାର ପ୍ରମାଣିତ ହୋଇଛି । ପ୍ରୋଟକଲ ଏବଂ ଆଇନ କାନୁନକୁ ସେ ନିଜ ଅନୁସାରେ ବିଚାରକୁ ନିଅନ୍ତି ଏ କଥା ମଧ୍ୟ ବାରମ୍ବାର ପ୍ରମାଣିତ ହୋଇଛି । ମୋଦି ଓ ମମତାଙ୍କ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଥିବା ସମୀକ୍ଷକମାନେ କହୁଥିଲେ ମଧ୍ୟ ଏ ଦୁଇଜଣଙ୍କ ମଧ୍ୟରେ ପ୍ରଚଣ୍ଡ ଶତୃତା ରହିଛି ଏହା ଜଳ ଜଳ ଦେଖାଯାଉଛି । ତେବେ ଆନ୍ତୁ ଜାଣିବା ପୃଥିବୀର ଅଧିକାଂଶ ଲୋକ ମମତାଙ୍କ ସମ୍ପର୍କରେ କଣ ଜାଣିବାକୁ ଚାହାଁନ୍ତି -

{"id":82767}

ମମତା ବାନାର୍ଜୀ ବିବାହ : ଗୁଗୁଲରେ ସବୁଠାରୁ ଅଧିକ ଲୋକେ ମମତାଙ୍କ ବିବାହ ବିଷୟରେ ସର୍ଚ୍ଚ କରିଛନ୍ତି | ମମତା କାହିଁକି ବିବାହ କରିନାହାନ୍ତି ଏନେଇ ବାରମ୍ବାର ପ୍ରଶ୍ନ ଉଠିଥାଏ | ମମତାଙ୍କ ସ୍ୱଭାବ ଟିକେ ଅଲଗା ପ୍ରକାର | ମମତା ସାମାଜିକ ପରମ୍ପରା ବିରୋଧୀ | ବାହାଘର ପରେ ଜଣେ ସ୍ତ୍ରୀର ସ୍ବାଧୀନତା ନଥାଏ ବୋଲି ସେ ସାରା ଜୀବନ ସମାଜସେବା କରିବା ପାଇଁ ନିଷ୍ପତ୍ତି ନେଇଥିଲେ |

{"id":82766,"width":583,"height":409}


ମମତା ବାନାର୍ଜୀ ଶିକ୍ଷା : ଦକ୍ଷିଣ କୋଲକାତାର ଯୋଗମାୟା ଦେବୀ କଲେଜରୁ ମମତା ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି | ଏହାପରେ କୋଲକାତା ୟୁନିଭର୍ସିଟିରେ ସେ ଇସ୍ଲାମିକ ଇତିହାସ ଉପରେ ମାଷ୍ଟର ଡିଗ୍ରୀ କରିଥିଲେ | ଶ୍ରୀ ଶିକ୍ଷାୟତନ କଲେଜରୁ ସେ ବିଏଡ଼ କରିବା ପରେ କୋଲକାତା ଯୋଗେଶ ଚନ୍ଦ୍ର ଚୌଧରୀ ଆଇନ କଲେଜରୁ ଆଇନ କରିଥିଲେ |

{"id":82765}


ମମତା ବାନାର୍ଜୀ ଜାତି : ମମତା ବାନାର୍ଜୀ ଜାତିରେ ବ୍ରାହ୍ମଣ | ମମତାଙ୍କ ଜନ୍ମ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା | ତାଙ୍କ ବାପାଙ୍କ ନାଁ ପ୍ରୋମିଲେଶ୍ୱର ବାନାର୍ଜୀ ଏବଂ ମା'ଙ୍କ ନାଁ ଗାୟତ୍ରୀ ଦେବୀ |

{"id":82764}


ମମତା ବାନାର୍ଜୀ ବାଙ୍ଗଲାଦେଶୀ : ମମତା ବାନାର୍ଜୀଙ୍କ ବାଙ୍ଗଲାଦେଶ ସହ କୌଣସି ସମ୍ପର୍କ ନାହିଁ | ତାଙ୍କ ଘର କୋଲକାତା ସ୍ଥିତ ହରିଶ ଚାଟାର୍ଜୀ ରୋଡରେ ଅବସ୍ଥିତ | ତାଙ୍କ ପୈତୃକ ବାସଭବନ କୋଲକାତା କାଲି ଘାଟରେ ଅବସ୍ଥିତ |

{"id":82763}


ମମତା ବାନାର୍ଜୀ ୧୯୮୪ : ମମତା ବାନାର୍ଜୀ ୧୯୮୪ ନିର୍ବାଚନରେ ଯାଦବପୁର ଆସନରୁ ଜିତି ସାଂସଦ ହୋଇଥିଲେ | ତାଙ୍କ ବିଜୟର ସବୁଠାରୁ ବଡ କଥା ହେଲା, ଏହି ନିର୍ବାଚନରେ ମମତା ସିପିଏମ ନେତା ସୋମନାଥ ଚାଟାର୍ଜୀଙ୍କୁ ପରାସ୍ତ କରିଥିଲେ |ତେବେ ମମତା ୧୯୭୦ ମସିହାରୁ ରାଜନୀତିରେ ପଦ ଦେଇଥିଲେ ।

{"id":82761}


ମମତା ବାନାର୍ଜୀ ମୋଦି : ୨୦୦୧ ଆରମ୍ଭରେ ବିଜେପି ବିରୋଧରେ ହୋଇଥିବା ଏକ ଷ୍ଟିଙ୍ଗ ଅପରେସନର ଖୁଲାସା ପରେ ମମତା ରାଗି ଯାଇଥିଲେ | ସେତେବେଳେ ସେ ନିଜ ଦଳକୁ ଏନ୍ଡ଼ିଏ ଠାରୁ ଅଲଗା କରିଦେଇଥିଲେ | ଏବେ କିନ୍ତୁ ମୋଦି ବିରୋଧୀ ଭାବେ ମମତାଙ୍କ ପରିଚୟ |

{"id":82762}


ମମତା ବାନାର୍ଜୀଙ୍କ ବୟସ : ମମତାଙ୍କ ବୟସ ୬୪ ବର୍ଷ | ସେ ୧୯୫୫ ମସିହାରେ ଜନ୍ମ ହୋଇଥିଲେ | ତାଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା | ସେତେବେଳେ ମମତା ବହୁତ ଗରିବ ଥିଲେ | ଗରିବ ପରିବାରରେ ସେ ବଢିଥିବା ହେତୁ ମମତାଙ୍କୁ ନୂଆ ନୂଆ ଦାମୀ ପୋଷାକ କିଣିବା ସଉକ ନାହିଁ | ଆଜି ମଧ୍ୟ ତାଙ୍କ ଘରକୁ ଅତିଥି ଆସିଲେ ସେ ମୁରମୁରେ ଏବଂ ପାଣି ହିଁ ଦେଇଥାନ୍ତି |

{"id":82759}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.