ବର୍ଷକରେ ୨୩ ଛୁଆର ବାପା ହୋଇଗଲେ ଯୁବକ, କହିଲେ ମହିଳାମାନେ ତାଙ୍କୁ କାହିଁକି ପସନ୍ଦ କରନ୍ତି ?

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯/୧୧ : ମାତ୍ର ଗୋଟିଏ ବର୍ଷରେ ୨୩ ଛୁଆଙ୍କର ଜୈବିକ ପିତା ହୋଇ ଚର୍ଚ୍ଚାରେ ଜଣେ ଯୁବକ । ବାସ୍ତବରେ, ପ୍ରଥମେ ସେ ସୌକିନ୍ ପାଇଁ ଶୁକ୍ରାଣୁ ଦାନ କରିଥିଲେ, କିନ୍ତୁ ପରେ ସେ ଏହାକୁ ଏକ ପୂର୍ଣ୍ଣକାଳୀନ କାମ ଭାବେ ଜାରି ରଖିଥିଲେ । ତେବେ ବର୍ତ୍ତମାନ ଉକ୍ତ ଯୁବକଙ୍କ ଏହି କାରନାମାର ତଦନ୍ତ ଆରମ୍ଭ ହୋଇଛି।

{"id":369630,"width":574,"height":382,"sizeSlug":"large"}

ସୂଚନା ଅନୁସାରେ, ଏହି ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି । ଏଲନ୍ ଫାନ ନାମକ ଜଣେ ଯୁବକ ସ୍ପର୍ମ୍ ଡୋନେଟ୍ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ଯୁବକଜଣକ କହିବା କଥା ଯେ ତାଙ୍କର ସ୍ପର୍ମ ହେଲଦି ହୋଇଥିବାରୁ ମହିଳାମାନେ ତାଙ୍କୁ ପସନ୍ଦ କରନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏଲନ୍ ପୂର୍ବରୁ ଦୁଇଟି ସନ୍ତାନଙ୍କ ପିତା ହୋଇସାରିଛନ୍ତି । କିନ୍ତୁ ସ୍ପର୍ମ୍ ଡୋନେଟ୍ କରି ସେ ବର୍ଷକରେ ପ୍ରାୟ ୨୩ ଛୁଆ ଜନ୍ମ କରିଛନ୍ତି । ସେ ପଞ୍ଜୀକୃତ ଫର୍ଟିଲିଟି ସେଣ୍ଟରରେ ମଧ୍ୟ ଶୁକ୍ରାଣୁ ଦାନ କରନ୍ତି ।

{"id":369632,"width":576,"height":492,"sizeSlug":"large"}

ଅଷ୍ଟ୍ରେଲିଆର ବ୍ରିସବେନରେ ରହୁଥିବା ୪୦ ବର୍ଷିୟ ଏଲନ୍ ଫାନଙ୍କର ବର୍ତ୍ତମାନ ଯାଞ୍ଚ ଆରମ୍ଭ ହୋଇଛି । କିଛି କ୍ଲିନିକ୍ ଏଲନଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏଲନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି ଯେ, ସେ ବୈଧ କ୍ଲିନିକରେ ଶୁକ୍ରାଣୁ ଦାନ କରିଛନ୍ତି ଏବଂ ନିର୍ଦ୍ଧାରିତ ସୀମାଠାରୁ ଅଧିକ ପିଲା ଜନ୍ମ କରିଛନ୍ତି । ଅଷ୍ଟ୍ରେଲିଆର ବିକ୍ଟୋରିଆ ଆଇନ ଅନୁଯାୟୀ ଜଣେ ପରୁଷ ସର୍ବାଧିକ ୧୦ ଟି ପରିବାର ତିଆରି କରିପାରିବେ ବା ୧୦ ଥର ସ୍ପର୍ମ୍ ଡୋନେଟ୍ କରିପାରିବେ । ଏଲନ୍ କହିଛନ୍ତି ମହିଳାଙ୍କୁ ମନା କରିବା ତାଙ୍କ ପାଇଁ ବହୁତ କଠିନ କାମ । ଏଲନ୍ ଏହା ମଧ୍ୟ କହିଛନ୍ତି ଯେ, ଗୋଟିଏ ଦିନରେ ସେ ୩ ଜଣ ମହିଳାଙ୍କୁ ସ୍ପର୍ମ୍ ଡୋନେଟ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.