ନିର୍ବାଚନ ବର୍ଷରେ ଭୋଟରଙ୍କୁ ପାଇଁ ଦିଲ୍ ଖୋଲିଦେଲେ ମୋଦି ସରକାର: ନିର୍ବାଚନ ବର୍ଷରେ ସବୁଠାରୁ ଲୋକପ୍ରୀୟ ବଜେଟ୍, ରାହୁଲ କହିଲେ କୃଷକଙ୍କୁ ଅପମାନ

Published By : Prameya-News7 Bureau | February 01, 2019 IST

ନୂଆଦିଲ୍ଲୀ ୧|୨: ମୋଦି ସରକାରଙ୍କ ଶେଷ ବଜେଟ୍ ଦେଶବାସୀଙ୍କ ପାଇଁ ବମ୍ପର ବଜେଟ ।  ନିର୍ବାଚନ ବର୍ଷରେ କୃଷକ, ମଧ୍ୟବିତ୍ତ ଏବଂ ଶ୍ରମିକଶ୍ରେଣୀ ପାଇଁ ହାତ ଖୋଲା ବଜେଟ୍‌ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ପିୟୁସ ଗୋୟାଲ । ଏହି କାମଚଳା ବଜେଟ୍‌ କୁ ଦେଶର ସବୁଠାରୁ ଲୋକପ୍ରୀୟ ବଜେଟ୍‌ ବୋଲି କୁହାଯାଉଛି …..

{"id":80776}

ନିର୍ବାଚନ ବର୍ଷରେ ଭୋଟରଙ୍କୁ ପାଇଁ ଦିଲ୍‌ ଖୋଲିଦେଲେ ମୋଦି ସରକାର ।  ୧୨କୋଟି କୃଷକ, ୩କୋଟି କରଦାତା ଆଉ ୩୦କୋଟି ଶ୍ରମିକଙ୍କୁ ଖୁସି କଲା ଭଳି ବଜେଟ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ପିୟୁଷ ଗୋୟାଲ ।  ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ ଏହା ନୂଆ ଭାରତର ବଜେଟ୍‌ । ଅଣ ସଂରକ୍ଷିତ କ୍ଷେତ୍ରରେ କାମ କରୁଥିବା ୪୦କୋଟି  ଲୋକଙ୍କୁ ଏଭଳି ଉପହାର କୌଣସି ସରକାର ଦେଇନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

{"id":80777}

ଯାହାକି ବିରୋଧିଙ୍କୁ ମଧ୍ୟ ଏକପ୍ରକାର ଚୁପ୍‌ କରିଦେଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ବଜେଟରେ  କୃଷକ ମାନଙ୍କ ପାଇଁ  ଦିନକୁ ୧୭ଟଙ୍କା ଘୋଷଣା କରି ଦେଶର ମେରୁଦଣ୍ଡ କୃଷକ ମାନଙ୍କୁ ଅପମାନ କରାଯାଇଛି । ମୋଦି ସରକାରର ୫ବର୍ଷର ଗର୍ବ ଓ ଅହଂକାର କୃଷକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

{"id":80778}

ବଜେଟକୁ ନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଚଳିତ ବଜେଟ୍‌ ଦେଶର ଶ୍ରମିକ , କୃଷକ ଓ କରଦାତାଙ୍କ ଆଶାର ବଜେଟ । ସେପଟେ କଂଗ୍ରେସ ନେତା ଶଶି ଥରୁରୁ କିହଛନ୍ତି ଏହି ବଜେଟ୍‌ ହାବେଳି ବାଣ ସଦୃଶ ହୋଇଛି ।  ଚିଦାମ୍ବରମ କହିଛନ୍ତି କଂଗ୍ରେସର ଗରିବ କଲ୍ୟାଣ ଯୋଜନାକୁ  ନକଲ କରାଯ।ଇଛି ।

{"id":80780}

ଆଉ ସମାଲୋଚନା କରି କହିଛନ୍ତି ଏହି ବଜେଟ୍‌ ଭୋଟ୍‌ ଅନ ଆକାଉଣ୍ଟ ନୁହେଁ  ଆକାଉଣ୍ଟ ଅନ ଭୋଟ୍‌ ।  ନିତି ଆୟୋଗ ଭାଇସ୍‌ ଚେୟାରମ୍ୟା ବଜେଟକୁ ଏକ ଦାୟୀତ୍ବ ସଂମ୍ପର୍ଣ୍ଣ , ସକରାତ୍ମକ କୃଷକ ଆଭିମୁଖ୍ୟ ବଜେଟ୍‌ ବୋଲି କହିଛନ୍ତି  …. 

{"id":80779}

ନିର୍ବାଚନ ପୂର୍ବରୁ ୨୦୧୯-୨୦ର ଏହି  ବଜେଟ୍‌ ନିଶ୍ଟୟ ଏକ ଭଲ ପଦକ୍ଷେପ । ତେବେ ଆଗାମି ସରାକର ଗଠନ ପାଇଁ ମୋଦିଙ୍କୁ ଏହି ପପୁଲିଷ୍ଟ ବଜେଟ୍‌ କେତେ ସହାୟାତ ହେଉଛି ତାହା ଦେଖିବାକୁ ବାକି ରହିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.