ଲକଡାଉନ୍ ଯୋଗୁଁ ସବୁଠାରୁ ଅଧିକ ଉପଯୋଗ ହେଉଛି ଏହି ଆପ୍ : ଟପ୍ ରେ ରହିଛି...

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬/୦୪ : କରୋନା ଯୋଗୁଁ ଦେଶକୁ ଲକଡାଉନ ରଖ ଯାଇଛି | ଲୋକେ ନିଜ ନିଜ ରହୁଛନ୍ତି | ଘରେ ବସି ଲୋକେ ଟିଭିରେ ନାନା କାର୍ଯ୍ୟକ୍ରମ ଦେଖୁଛନ୍ତି ଅଥବା ମୋବାଇଲରେ ସମୟ କାଟୁଛନ୍ତି | ଏହି ସମୟରେ ମଧ୍ୟରେ ଆପ ଡାଉନଲୋଡ଼ ଏବଂ ତାର ଉପଯୋଗ ଅଧିକ ମାତ୍ରାରେ ହେଉଛି | ସବୁଠାରୁ ଅଧିକ ଉପଯୋଗ ହେଉଥିବା ଆପ ମଧ୍ୟରେ ଟପରେ ରହିଛି ଟିକଟକ | ଏହି ସର୍ଟ ଭିଡିଓ ଆପ ସମସ୍ତ ମେସେଜିଙ୍ଗ ଓ ସୋସିଆଲ ମିଡ଼ିଆ ଆପ ଉପରେ ଭାରି ପଡିଛି | ଟିକଟକରେ ଅଧିକାଂଶ ଲୋକେ ମଜାଳିଆ ଭିଡିଓ ତିଆରି କରିଥାନ୍ତି | କିନ୍ତୁ କରୋନା ଯୋଗୁଁ ଏବେ ଲୋକେ ଏଥିରେ ସଚେତନତା ଭିଡିଓ ମଧ୍ୟ ତିଆରି କରୁଛନ୍ତି | ବର୍ତ୍ତମାନ ଏହି ଆପର ଲୋକପ୍ରିୟତା ସବୁଠାରୁ ଉର୍ଦ୍ଧ୍ବରେ |

{"id":260337,"sizeSlug":"large"}

ବିଶେଷକରି ସହରାଞ୍ଚଳରେ ଏହି ଆପ ବହୁତ ଲୋକପ୍ରିୟ | ସେନ୍ସର ଟାୱାର ରିପୋର୍ଟ ଅନୁଯାୟୀ, କରୋନା ସଂକ୍ରମଣ ସମୟରେ ଲକଡାଉନ ନିୟମ ପାଳନ କରୁଥିବା ୟୁଜର୍ସ ଘରେ ବସି ବସି ବୋର ହେବା ଯୋଗୁଁ ଅଧିକ ମାତ୍ରାରେ ଟିକଟକ ଭିଡିଓ ଦେଖୁଛନ୍ତି ଏବଂ ଏହାର ମଜା ନେଉଛନ୍ତି | ପିଲା ଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଟିକଟକରେ ଭିଡିଓ ତିଆରି କରୁଛନ୍ତି ଏବଂ ସେୟାର କରୁଛନ୍ତି |

{"id":260338,"sizeSlug":"large"}

ଫେସବୁକ ମଧ୍ୟ ସୂଚନା ଦେଇଛି ଯେ ବର୍ତ୍ତମାନ ହ୍ୱାଟ୍ସ ଆପର ବ୍ୟବହାର ବହୁତ ବଢିଯାଇଛି | ଲୋକେ ଘରେ ବନ୍ଦ ଥିବାରୁ ନିଜ ବନ୍ଧୁ ସମ୍ପର୍କୀୟଙ୍କୁ ହ୍ୱାଟ୍ସ ଆପ ଭିଡିଓ କଲ କରି କଥା ହେଉଛନ୍ତି | ସରକାରଙ୍କ ସାମାଜିକ ଦୂରତା ନିୟମ ପାଳନ କରି କେହି କାହା ଘରକୁ ଯିବା ଆସିବା କରୁନାହାନ୍ତି | ସେଥିପାଇଁ ଭିଡିଓ କଲ ମାଧ୍ୟମରେ ଦେଖା ହେଇ କଥାବାର୍ତ୍ତା କରୁଛନ୍ତି | ସଂକ୍ରମିତ ପ୍ରଭାବିତ ଅଞ୍ଚଳରେ ହ୍ୱାଟ୍ସ ଆପ କଲ ବ୍ୟବହାର ପ୍ରାୟ ଦୁଇ ଗୁଣ ବଢିଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.