କରୋନା ଠାରୁ ଆହୁରି କଷ୍ଟ: କିଟ୍‌ କିଟ୍ ଅନ୍ଧାର ରାତିରେ ଜୀବନ ଯାତ୍ରା, ଭିଡିଓର ଏହି ଦୃଶ୍ୟ ଆହୁରି ଯନ୍ତ୍ରଣା ଦାୟକ

Published By : Prameya-News7 Bureau | May 11, 2020 IST

ନୂଆପଡ଼ା୧୧/୫: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଅବଧି ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏହାସହ ପ୍ରବାସୀ ଓଡିଆ ଶ୍ରମିକମାନେ ଘର ବାହୁଡା ଆରମ୍ଭ କରିଛନ୍ତି। ହେଲେ ଯାତ୍ରୀ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। କିନ୍ତୁ ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିମାନେ ପ୍ରବାସୀ ଜୀବନ ବିକଳେ ମାଲବାହି ଟ୍ରକ ଉପରେ ଚଢ଼ି ଘରକୁ ଫେରୁଛନ୍ତି।

wp:html /wp:html

ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଗାଁ କୁ ଫେରିବା ନେଇ ନିୟମ ଲାଗୁ ହେବାପରେ କୌଣସି ମତେ ମୁମ୍ବାଇ ନାଗପୁରରେ କାମ କରୁଥିବା ଶତାଧିକ ଶ୍ରମିକ ନୂଆପଡା-ଛତିଶଗଡ଼ ସିମାନ୍ତବର୍ତ୍ତୀ ଅଞ୍ଚଳ ଖରିଆର ରୋଡ ଠାରେ ପହଞ୍ଚିଥିଲେ ।

ଯାତ୍ରୀବାହି ବସ ଅଭାବରୁ ପାଖାପାଖି ୮୦ ରୁ ଉର୍ଦ୍ଧ୍ବ ଛୁଆରୁ ବୁଢା ଦୁଇଟି ଟ୍ରକ (ଟ୍ରେଲର) ଉପରେ ବସି ଅସୁରକ୍ଷିତ ଅବସ୍ଥାରେ ଗାଁ ମୁହାଁ ହୋଇଛନ୍ତି । ଦୀର୍ଘ ଦିଦ ହେବ  ମୁମ୍ବାଇ, ନାଗପୁରରୁ ଚାଲି ଚାଲି ତଥା କୌଣସି ମତେ ଆସୁଥିବା ଶ୍ରମିକ ମାନେ ପଡୋଶୀ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ,ବଙ୍ଗୋମୁଣ୍ଡା ଭଳି ବିଭିନ୍ନ ବ୍ଲକକୁ ଯିବେ ବୋଲି ପ୍ରକାଶ କରିଛନ୍ତି ।

ତେବେ କରୋନା ମହାମାରି କୁ ରୋକିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଡାଏ ଯୋଜନା ଲାଗୁ କରାଯାଇଥିବା ବେଳେ ଏଭଳି ଅସୁରକ୍ଷିତ ଗମନା ଗମନ ସରକାରଙ୍କ ନିତି ନିୟମ ପ୍ରତି ସିଧା ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସାମାଜିକ ଦୂରତା ପାଳନ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିବା ନିୟମକୁ କେହି ପାଳନ କରୁନଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏଭଳି ଅସୁରକ୍ଷିତ ଯିବା ଆସିବା ସମୟରେ କିଛି ଅଘଟଣ ପାଇଁ ଦାୟୀ କିଏ ରହିବ ,ସାଧାରଣ ରେ ପ୍ରଶ୍ନବାଚୀ  ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.