Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଅଧିକାଂଶ ମହିଳା ନିଜ ବକ୍ଷୋଜ ନେଇ ଖୁସି ନୁହନ୍ତି

6/02/2020 at 8:40 PM

ୱାଶିଂଟନ୍ ୦୬/୦୨ – ସାରା ବିଶ୍ବରେ ଅଧିକାଂଶ ମହିଳା ସେମାନଙ୍କ ବକ୍ଷୋଜର ଆକାର ନେଇ ଖୁସିନୁହନ୍ତି । ଏକ ବିଶ୍ୱସ୍ତରୀୟ ସର୍ଭେରୁ ଆସିଛି ଏହି ତଥ୍ୟ । ସାଧାରଣ ସ୍ୱାସ୍ଥ୍ୟ ନେଇ ବୈଜ୍ଞାନୀକ ମାନେ ଏହି ସର୍ଭେରୁ ପାଇଥିବା ଏପରି ତଥ୍ୟ କହୁଛି ଯେ,ଅଧିକାଂଶ ମହିଳା ନିଜ ବକ୍ଷୋଜର ଆକାର ନେଇ ସନ୍ତୁଷ୍ଟ ନୁହନ୍ତି । ଯଦିଓ ଏହି ପସନ୍ଦ ଦେଶ ଦେଶ ଭିତ୍ତିରେ ଅଲଗା ଅଲଗା ।

 ଆଙ୍ଗ୍ଲିଆ ରସକିନ୍‌ ୟୁନିଭରସିଟି ( ଏଆରୟୁ)ର ପ୍ରଫେସର ଭିରେନ ସ୍ୱାମୀଙ୍କ ନେତୃତ୍ବରେ କରାଯାଇଥିଲା ଏହି ସର୍ଭେ । ଦ ବ୍ରେଷ୍ଟ ସାଇଜ୍ ସାଟିସଫାକ୍ସନ( ବିଏସଏସଏସେ) ନାମରେ ନାମିତ ଏହି ସର୍ଭେରେ ୧୦୦ ଜଣ ଅନ୍ତର୍ଜାତୀୟ ବିଶେଷଜ୍ଞ ସାମିଲ ହୋଇଥିଲେ । ୪୦ ଟି ଦେଶରେ କରାଯାଇଥିବା ଏହି ସର୍ଭେରେ ୧୮,୪୫୧ ଜଣ ମହିଳାଙ୍କ ମତାମତ ନେଇଥିଲେ ଏହି ବିଶେଷଜ୍ଞ।ଏହି ସର୍ବ ବୃହତ କ୍ରସ କଲଚରାଲ ଷ୍ଟଡି ସଂପର୍କୀତ ତଥ୍ୟ ତଥା ସିଦ୍ଧାନ୍ତ ବଡି ଇମେଜ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । 

ଗବେଷକ ମାନେ ପାଇଥିବା ତଥ୍ୟ ଅନୁଯାୟୀ , ସର୍ଭେରେ ଅଂଶଗ୍ରହଣ କରିଥିବା ମହିଳାଙ୍କ ମଧ୍ୟରୁ ୪୮ ପ୍ରତିଶତ , ସେମାନଙ୍କର ବର୍ତ୍ତମାନର ବକ୍ଷୋଜ ଆକାରଠାରୁ ଅଧିକ ବଡ ଆକାର ଚାହୁଁଥିବା ବେଳେ ୨୩ ପ୍ରତିଶତ ମହିଳା ସେମାନଙ୍କ ବକ୍ଷୋଜ ଆକାର ଛୋଟ ହେବା ଚାହୁଁଥିଲେ । ତେବେ ମାତ୍ର ୨୯ ପ୍ରତିଶତ ମହିଳା ସେମାନଙ୍କ ବକ୍ଷୋଜ ଆକାର ନେଇ ସନ୍ତୁଷ୍ଟ ଥିବା ପ୍ରକାଶ କରିଥିଲେ । ଏହି ସର୍ଭେରେ ଅଂଶ ଗ୍ରହଣ କରିଥିବା ମହିଳାଙ୍କ ହାରାହାରି ବୟସ ୩୪ ବର୍ଷ ଥିବା ଜର୍ଣ୍ଣାଲରେ ପ୍ରକାଶ ପାଇଛି । 

 ନିଜର ବକ୍ଷୋଜ ଆକାର ନେଇ ସନ୍ତୁଷ୍ଟ ନଥିବା ମହିଳାମାନେ ଏହା ମଧ୍ୟ ମାନିଛନ୍ତି ଯେ, ସେମାନେ ସେମାନଙ୍କ  ବକ୍ଷୋଜର ପରୀକ୍ଷା ନେଇ ଖୁବ୍‌ କମ୍‌ ସମୟ ଦେଇଥାନ୍ତି , କାରଣ ତାର ଫଳାଫଳ ଏବଂ ବକ୍ଷୋଜର ଆକାର ବଦଳିବା ନେଇ ସେମାନଙ୍କର ବିଶ୍ବାସ କମ୍ । ତେବେ ଏହା ସହ ବ୍ରେଷ୍ଟ କ୍ୟାନସରର ସହଳ ନିରୂପଣ ତଥା ବ୍ରେଷ୍ଟ କେୟାରର ସଂପର୍କ ଥିଲେ ବି ମହିଳାମାନେ ସେଥିପ୍ରତି ବେଶି ଧ୍ୟାନ ଦେଇ୍ ନଥାନ୍ତି । ଏହି ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଯେ, ବକ୍ଷୋଜ ଆକାର ଜନୀତ ଅସନ୍ତୋଷ ସହ ଦୁର୍ବଳ ମାନସିକ ସ୍ଥିତିର ସଂପର୍କ ରହିଛି । ବକ୍ଷୋଜ ନେଇ ଅସନ୍ତୁଷ୍ଟ ମହିଳାମାନେ ସେମାନଙ୍କ ଶାରିରୀକ ଓଜନ ଏବଂ ଶାରିରୀକ ସ୍ଥିତି ନେଇ ମଧ୍ୟ ଅସନ୍ତୁଷ୍ଟ ଥାଆନ୍ତି ।

 ସର୍ଭେ ଅନୁଯାୟୀ ବ୍ରାଜିଲ, ଜାପାନ, ଚୀନ, ଇଜିପ୍ଟ ଏବଂ ବ୍ରିଟେନ୍‌ର ମହିଳା ମାନେ ସେମାନଙ୍କ ବକ୍ଷୋଜର ଆକାର ନେଇ ବେଶି ଅସୁଖୀ । ତେବେ ଭାରତ, ପାକିସ୍ତାନ, ଲେବାନନ, ଇଜିପ୍ଟ ଓ ବ୍ରିଟେନ୍‌ ଭଳି ଦେଶର ମହିଳାଙ୍କ କ୍ଷେତ୍ରରେ  ଅଧିକ ମାତ୍ରାରେ ଯଥାର୍ଥ ବା ଆଦର୍ଶ ଆକାରର ବକ୍ଷୋଜ  ଦେଖାଯାଇଥାଏ । ଅନ୍ୟପକ୍ଷରେ ଜାପାନ, ଫିଲିପାଇନ୍ସ, ଜର୍ମାନୀ, ଅଷ୍ଟ୍ରିଆ, ମାଲେସିଆ ଆଦି ଦେଶର ମହିଳାଙ୍କ କ୍ଷେତ୍ରରେ  ଯଥାର୍ଥ ଆକାର  ବା ଆଦର୍ଶ ବକ୍ଷୋଜ କମ୍ ବୋଲି କହୁଛି ସର୍ଭେ । ତେବେ ବିଭିନ୍ନ ଦେଶରେ ଆଦର୍ଶ ବକ୍ଷୋଜ ବା ତାହାର ଆକାର ଭିନ୍ନ ଭିନ୍ନ ହୋଇଥିଲେ ବି କିଛିଟା ସମାନତା ବି ରହିଛି ।

ଏହି ସର୍ଭେକୁ ଏକ ଗୁରୁତ୍ୱପୂର୍ଣ୍ଣ ସର୍ଭେ ବୋଲି ଦାବି କରି ପ୍ରଫେସର ଭିରେନ ସ୍ବାମୀ କହିଛନ୍ତି, ବକ୍ଷୋଜର ଆକାର ନେଇ ମହିଳାଙ୍କ ଚିନ୍ତା ଏକ ଗୁରୁତ୍ବପୂର୍ଣ୍ଣ ତଥା ସାଂଘାତିକ ସାଧାରଣ ସ୍ୱାସ୍ଥ୍ୟ ଚିନ୍ତା । କାରଣ ଏହା ସହ ମହିଳାଙ୍କ ଶାରିରୀକ ଏବଂ ମାନସୀକ ସୁସ୍ଥତାର ସଂପର୍କ ରହିଛି । 

ବ୍ରେଷ୍ଟ କ୍ୟାନସର ମହିଳାଙ୍କ ଠାରେ ଦେଖାଯାଉଥିବା ଏକ ବଡ ସ୍ୱାସ୍ଥ୍ୟଗତ ବିପତ୍ତି  ବା  ମାରକ କହିଲେ ଭୁଲ ହେବନି । ଏହାର ବ୍ରେଷ୍ଟ ସାଇଜ ଡିସାଟିସଫେକ୍ସନ ବା ବକ୍ଷୋଜ ଆକାର ଜନୀତ ଅସନ୍ତୋଷ ସହ ସଂପର୍କ ରହିଛି । କାରଣ ବକ୍ଷୋଜ ସହ ମହିଳାଙ୍କ ମନୋଭାବ, ଚିନ୍ତାଧାରା, ଆକାଂକ୍ଷା, ଲାଜ ଏବଂ ଅପମାନବୋଧର ମଧ୍ୟ ରହିଛି ସଂପର୍କ । ତେବେ ବୟସ ବଢିବା ଅନୁସାରେ ବକ୍ଷୋଜ ଆକାର ପ୍ରତି ମହିଲାଙ୍କ ନଜର ବି କମିଥାଏ ବୋଲି କହିଛି ସର୍ଭେ ।

   Related Posts