ପୁଣି ଚର୍ଚ୍ଚାରେ dating app ଗ୍ଲିଡେନ, extra marital ଆଫାୟର୍ସକୁ ନେଇ ବଢୁଛି ଭୁବନେଶ୍ୱରିଆଙ୍କ ଆଗ୍ରହ

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ : ଏକ୍ସଟ୍ରା ମାରିଟଲ ଡେଟିଂ ଆପ୍‌କୁ ନେଇ ପୁଣି ଦେଶରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ନିକଟରେ ଏହି ଆପ୍ କରାଇଥିବା ସର୍ଭେ ଅନୁସାରେ ପ୍ରାୟ ୮ ଲକ୍ଷ ଭାରତୀୟ ଗ୍ଲିଡେନରେ ସେମାନଙ୍କର ରେଜିଷ୍ଟ୍ରେସନ କରାଇଛନ୍ତି। ତେବେ ସବୁଠାରୁ ଖାସ୍ କଥା ହେଲା ଆପ୍‌ରେ ରେଜିଷ୍ଟ୍ରେସନ କରାଇଥିବା ଲୋକଙ୍କ ମଧ୍ୟରେ ଥିବା ମହିଳାଙ୍କ ସଂଖ୍ୟା । ଲୋକଙ୍କ ଛୁଟି ଶେଷ ହେବା ସହ ପିଲାଙ୍କ ସ୍କୁଲ କଲେଜ ଖୋଲିବା ପରେ ଗତ ଜାନୁୟାରୀ ପ୍ରଥମ ସପ୍ତାହରେ ଏହି ସର୍ଭେ କରାଯାଇଥିଲା। ଏଥିରୁ ବେଙ୍ଗାଲୁରରେ ଲୋକେ ସର୍ବାଧିକ ରେଜିଷ୍ଟ୍ରେସନ କରାଇଥିବା ଜଣାପଡିଛି ।

{"id":217571,"sizeSlug":"large"}

ତେବେ ଏହା ପୂର୍ବରୁ ନଭେମ୍ବର ୨୦୧୯ରେ କରାଯାଇଥିବା ସର୍ଭେ ବେଳେ ଗ୍ଲିଡେନକୁ ଆସୁଥିବା ଲୋକଙ୍କ ମଧ୍ୟରେ ଦିଲ୍ଲୀ ସମେତ ନୋୟେଡା, ଗୁଡଗାଓଁ, ଚଣ୍ଡିଗଡ, ମୁମ୍ବାଇ, ଅହମ୍ମଦାବାଦ, ପୁଣେ,ନାଗପୁର, ସୁରତ, ହାଇଦ୍ରାବାଦ, ଚେନ୍ନାଇ, ଜୟପୁର, ଲକ୍ଷ୍ନୌ ଓ ଭୁବନେଶ୍ୱରର ସର୍ବାଧିକ ଲୋକେ ପଞ୍ଜିକୃତ ହୋଇଥିବା ଜଣାପଡିଥିଲା। ବିବାହିତ ଜୀବନରେ ଅସନ୍ତୁଷ୍ଟ ଥିବା ଲୋକେ ଲାଗି ଫ୍ରାନ୍ସର ଏହି ଡେଟିଂ ସାଇଟ୍‌ରେ ନୂଆ ଜୀବନର ତଲାସ କରୁଛନ୍ତି। ଏଥିରେ ବିବାହୋତ୍ତର ସମ୍ପର୍କର ସନ୍ଧାନ କରୁଥିବା ବିବାହିତ ଲୋକଙ୍କ ଲାଗି ଗ୍ଲିଡେନ ଏବେ ବିଶ୍ୱର ସର୍ବ ବୃହତ୍ତ ତଥା ବିଶ୍ୱସ୍ଥ ପ୍ଲାଟଫର୍ମରେ ପରିଣତ ହୋଇଥିବା ଜଣାପଡଛି।

{"id":217572,"width":581,"height":408,"sizeSlug":"large"}

୨୦୦୯ ମସିହାରେ ଗ୍ଲିଡେନ ଲଞ୍ଚ କରିଥିଲା। ସେତେବେଳେ ଏହା ଥିଲା ବିଶ୍ୱର ପ୍ରଥମ ଡେଟିଂ ସାଇଟ୍। ୨୦୧୭ରେ ଏହାର ଭାରତ ପ୍ରବେଶ ହୋଇଥିବା ବେଳେ ଏଠାରେ ବିନା ମାର୍କେଟିଂ ଓ ବିଜ୍ଞାପନରେ ଏହାର ସବସ୍କ୍ରିପସନ୍ ବଢିବଢି ଚାଲିଥିବା କମ୍ପାନୀର ମ୍ୟାନେଜର ସୋଲେନ ପେଲେଟ କହିଛନ୍ତି। ଭାରତରେ ବିବାହୋତ୍ତର ସମ୍ପର୍କ ସ୍ୱୀକାର୍ଯ୍ୟ ନୁହେଁ। ତଥାପି ଏପରି ଆପ୍ ପ୍ରତି ଲୋକଙ୍କ ଆଗ୍ରହ ବେଳକୁ ବେଳ ବଢିବାରେ ଲାଗିଛି। ତେବେ ଅଧିକାଂଶ ଭାରତୀୟ ଫ୍ଲର୍ଟିଂ ଲାଗି ଏହି ଆପକୁ ବ୍ୟବହାର କରୁଥିବା ଜଣାପଡିଛି।

{"id":217573,"width":582,"height":452,"sizeSlug":"large"}

ଗ୍ଲିଡେନ ଡଟ୍ କମ୍ ମହିଳାଙ୍କ ଲାଗି ଏକ ଗ୍ରୁପ ଚଳାଉଛନ୍ତି। ଯେଉଁଥିରେ ମହିଳା ୟୁଜରଙ୍କ ପଞ୍ଜିକରଣ ସମ୍ପୂର୍ଣ୍ଣ ନିଶୁଳ୍କ ରହିଥିବା ବେଳେ ଏଥିଲାଗି ପୁରୁଷଙ୍କ ନିମନ୍ତେ ଏକ ନିର୍ଦ୍ଧିଷ୍ଟ ଶୁଳ୍କ ନିର୍ଦ୍ଧାରିତ ରହିଛି। ତେବେ ଏହି ପ୍ଲାଟଫର୍ମରେ ଯୋଗଦେବା ଲାଗି ୩୪ରୁ ୪୯ ବର୍ଷ ବୟସ୍କଙ୍କୁ କେବଳ ଅନୁମତି ମିଳୁଛି। ଭାରତରେ ଅଧିକାଂଶ ଓକିଲ, ଡାକ୍ତରଙ୍କ ସମେତ ଅନେକ ପେଷାର ଲୋକେ ଏହି ପ୍ଲାଟଫର୍ମ ସହ ଯୋଡି ହୋଇଛନ୍ତି। ତେବେ ଗ୍ଲିଡେନ ଲୋକଙ୍କ ପରିଚୟ ଗୋପନ ରଖିବାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଦେଉଛି। ହେଲେ ପ୍ଲାଟ ଫର୍ମରେ ଯୋଗଦେବା ଲାଗି ପିଲାଙ୍କ ସଂଖ୍ୟା, ବୈବୈହିକ ସ୍ଥିତି, ବ୍ୟବସାୟ, ଆୟ, ନିଜର ଶାରୀରିକ ଗଠନ, କେଶ ଓ ଆଖିର ରଙ୍ଗ,ଅଭ୍ୟାସ ସମେତ ଅନେକ ବ୍ୟକ୍ତିଗତ ସୂଚନା ଦେବା ଜରୁରି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.