ଭାରତର ସବୁଠାରୁ ରହସ୍ୟମୟ ଦୁର୍ଗ : ଏଠାରେ ଅଚାନକ ଗାୟବ ହୋଇଯାଇଥିଲା ପୁରା ବରଯାତ୍ରୀ
4/07/2019 at 5:21 PM

ପ୍ରାଚୀନ ଦୁର୍ଗ ସବୁବେଳେ ରହସ୍ୟମୟ ଏବଂ ଜିଜ୍ଞାସାପୂର୍ଣ୍ଣ ହୋଇଥାଏ । ଦୁନିଆରେ ଏମିତି ଅନେକ ଦୁର୍ଗ ରହିଛି ଯାହାର ରହସ୍ୟ ସମ୍ପର୍କରେ ଆଜି ଯାଏଁ କେହି ସଠିକ ଭାବେ ଜାଣିନାହାନ୍ତି । ଏମିତି ଏକ ଭାରତରେ ମଧ୍ୟ ଅଛି, ଯାହା ଅତ୍ୟନ୍ତ ରହସ୍ୟମୟୀ । ଆସନ୍ତୁ ଜାଣିବା ଏହି ରହସ୍ୟମୟୀ ଦୁର୍ଗ ସମ୍ପର୍କରେ

ଏହି ରହସ୍ୟମୟୀ ଦୁର୍ଗ ହେଲା ଗଢକୁଣ୍ଡାର ଦୁର୍ଗ । ଏହା ଉତ୍ତରପ୍ରଦେଶ ଝାନ୍ସି ଠାରୁ ୭୦ କିମି ଦୁରରେ ଅବସ୍ଥିତ । ଏକାଦଶ ଶତାବ୍ଦୀରେ ନିର୍ମିତ ଏହି ଦୁର୍ଗ ୫ ମହଲା ବିଶିଷ୍ଠ । ଏଥିରୁ ୩ ମହଲା ଉପରେ ରହିଥିବାବେଳେ ବାକି ୨ଟି ମହଲା ମାଟି ତଳେ ରହିଛି । ଏହି ଦୁର୍ଗ କେବେ ଏବଂ କିଏ ନିର୍ମାଣ କରିଥିଲେ ତାହା ଆଜି ଯାଏଁ ଜଣାପଡିନାହିଁ । କିନ୍ତୁ ଏହି ଦୁର୍ଗ ୧୫୦୦ ରୁ ୨୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । ଏଠାରେ ଚନ୍ଦେଲ, ବୁନ୍ଦେଲ ଓ ଖଂଗାର ଭଳି ଅନେକ ଶାସକ ଶାସନ କରିଥିଲେ ବୋଲି କୁହାଯାଏ ।

ଏଠାରେ ଦୁର୍ଗର ସୁରକ୍ଷା ଦୃଷ୍ଟିରୁ ତିଆରି ହୋଇଥିବା ଏମିତି ଏକ ନମୁନା ଅଛି ଯାହା ଲୋକଙ୍କୁ ଭ୍ରମିତ କରିଥାଏ । ଦୁର୍ଗ ୪-୫ କିମି ଦୂରରୁ ହିଁ ଦେଖାଯାଏ । କିନ୍ତୁ ପାଖକୁ ଆସୁ ଆସୁ ଏହା ଆଉ ଦେଖାଯାଏନାହିଁ । ଯେଉଁ ରାସ୍ତାରେ ଦୁର୍ଗ ଦୂରରୁ ଦେଖାଯାଏ ସେହି ରାସ୍ତା ଦେଇ ଗଲେ ଦୁର୍ଗ ବଦଳରେ ଲୋକୋ ଆଉ କେଉଁଠି ଯାଇ ପହଞ୍ଚି ଯାଇଥାନ୍ତି । ଦୁର୍ଗକୁ ଯିବା ପାଇଁ ଅଲଗା ରାସ୍ତା ରହିଛି ।

ଗଢକୁଣ୍ଡାର ଦୁର୍ଗ ଭାରତର ରହସ୍ୟମୟୀ ଦୁର୍ଗମାନଙ୍କ ମଧ୍ୟରୁ ଗୋଟିଏ । ଆଖପାଖ ଅଞ୍ଚଳର ଲୋକେ କୁହନ୍ତି, ବହୁତ ବର୍ଷ ପୂର୍ବରୁ ସେଠାକୁ ପାଖ ଗାଁରୁ ଏକ ବରଯାତ୍ରୀ ଆସିଥିଲା । ବରଯାତ୍ରୀମାନେ ଏହି ଦୁର୍ଗକୁ ବୁଲିବାକୁ ଯାଇଥିଲେ । ବୁଲି ବୁଲି ସେମାନେ ମାଟି ତଳେ ଥିବା ୨ ମହଲାକୁ ଚାଲିଗଲେ ।

ଏହାପରେ ସେମାନେ ରହସ୍ୟମୟୀ ଭାବେ କୁଆଡେ ଉଭାନ୍ ହୋଇଗଲେ । ଆଜି ପର୍ଯ୍ୟନ୍ତ ସେହି ୫୦-୬୦ ଜଣଙ୍କ ପତା ମିଳିନାହିଁ । ଏହା ପରେ ମଧ୍ୟ ଏମିତି କିଛି ଘଟଣା ଘଟିଥିଲା । ଯେଉଁଥିପାଇଁ ଦୁର୍ଗର ତଳକୁ ଯାଉଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଥିଲା ।

ଏହି ଦୁର୍ଗ ଏକ ଭୁଲଭୁଲେୟା ସଦୃଶ୍ୟ । ନ ଜାଣି ଏହି ଦୁର୍ଗର ଅଧିକ ଭିତରକୁ ଗଲେ ରାସ୍ତା ଭୁଲି ହୋଇଯାଇଥାଏ । ଦୁର୍ଗ ଭିତରେ ଅନ୍ଧାର ଥିବା ଯୋଗୁଁ ଦିନରେ ବି ଏଠାରେ ଭୟ ଲାଗିଥାଏ । ଏହି ଦୁର୍ଗରେ ଏକ ଖଜଣାର ରହସ୍ୟ ମଧ୍ୟ ରହିଛି ବୋଲି କୁହାଯାଏ । ଖଜଣା ଖୋଜିବା ଚକ୍କରରେ ଏନେକ ଲୋକଙ୍କ ପ୍ରାଣ ଯାଇଛି । ଏହି ଖଜଣାକୁ ଖୋଜିବା ପାଇଁ ଅନେକ ଲୋକ ଚେଷ୍ଟା କରି ବିଫଳ ହୋଇଛନ୍ତି ।
