Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ପାକିସ୍ତାନର ସବୁଠାରୁ ମୋଟା ବ୍ୟକ୍ତିଙ୍କ ମୃତ୍ୟୁ : ସେନା ହେଲିକେପ୍ଟରରେ ନିଆଯାଇଥିଲା ହସ୍ପିଟାଲ, ଭାଙ୍ଗିବାକୁ ପଡିଥିଲା ଘର କାନ୍ଥ

8/07/2019 at 7:14 PM

ଲାହୋର ୮/୭ : ପାକିସ୍ତାନର ସବୁଠାରୁ ମୋଟା ବ୍ୟକ୍ତି ନୁଋଲ ହସନଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କୁ କିଛି ଦିନ ପୁର୍ବରୁ ଲାହୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଲଗାତାର ବିଗୁଡୁଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ରକ୍ଷା କରିପାରିନଥିଲେ ।  

ସାଦିକାବାଦରେ ରହୁଥିବା ନୁଋଲ ହସନ ଜଣେ ଟ୍ୟାକ୍ସି ଡ୍ରାଇଭର ଥିଲେ । ତାଙ୍କ ଓଜନ ୩୩୦ କିଲୋ ଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ପାକିସ୍ତାନୀ ସେନା ହେଲିକେପ୍ଟରରେ ହସ୍ପିଟାଲକୁ ନିଆଯାଇଥିଲା । ଏଥିପାଇଁ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାବେଦ ନିର୍ଦେଶ ଦେଇଥିଲେ । ତାଙ୍କୁ ଯେତେବେଳେ ହସ୍ପିଟାଲକୁ ନିଆଯାଇଥିଲା ସେତେବେଳେ ଘରର କାନ୍ଥ ଭାଙ୍ଗିବାକୁ ପଡିଥିଲା । ସେନାର ୧୧୨୨ ଜଣ ଜବାନ ତାଙ୍କୁ ହସ୍ପିଟାଲ ନେବାରେ ସାହାଯ୍ୟ କରିଥିଲେ । ତାଙ୍କୁ ହସ୍ପିଟାଲ ପହଞ୍ଚାଇବା ପ୍ରକ୍ରିଯାକୁ ‘ରେସକ୍ୟୁ ୧୧୨୨’ ନାଁ ଦିଆଯାଇଛି ।

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନୁଋଲ ହସନ ମୃତ୍ୟୁ ହୋଇଛି । ହସନଙ୍କ ମୃତ୍ୟୁ ରହସ୍ୟମୟୀ ପରିସ୍ଥିତିରେ ହୋଇଛି । ତାଙ୍କ ମୃତ୍ୟୁ କାହିଁକି ଓ କେମିତି ହେଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କୁ ବେକଲ୍ପିକ ଭେଣ୍ଟିଲେସନରେ ରଖାଯାଇଥିଲା । ତାଙ୍କ ଅବସ୍ଥାରେ ଧିରେ ଧିରେ ସୁଧାର ଆସୁଥିଲା କିନ୍ତୁ ଅଚାନକ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ହସନଙ୍କ ସମ୍ପର୍କିୟଙ୍କ କହିବାନୁଯାୟୀ, ମୋଟାପଣ ଯୋଗୁଁ ସେ ସବୁବେଳେ ଚିନ୍ତିତ ରହୁଥିଲେ । ସେ ଥରେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର କହିଥିଲେ କେବଳ ଅପରେସନ ଜରିଆରେ ତାଙ୍କ ଓଜନ ହ୍ରାସ କରାଯାଇ ପାରିବ । ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହାପରେ ସୋଶିଆଲ ମିଡିଆ ଜରିଆରେ ସେ ଲୋକଙ୍କୁ ସାହାଯ୍ୟ ପାଇଁ ଗୁହାରି କଲେ । ଫଳରେ କିଛି ଡାକ୍ତର ତାଙ୍କ ଚିକିତ୍ସା ଫ୍ରିରେ କରିବେ ବୋଲି କହିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁଯାୟୀ, ହସନ ପାକିସ୍ତାନର ସବୁଠାରୁ ମୋଟା ଓ ଓଜନିଆ ବ୍ୟକ୍ତି ଥିଲେ । କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତା ପୁର୍ବରୁ ୨୦୧୭ ମସିହାରେ ୩୬୦ କିଲୋ ଓଜନର ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ସେହି ବ୍ୟକ୍ତିଙ୍କର ଲାପ୍ରୋସ୍କୋପିକ ସର୍ଜରୀ କରାଯାଇଥିଲା । ଫଳରେ ତାଙ୍କ ଓଜନ ୨୦୦ କିଲୋ କମିଯାଇଥିଲା ।

   Related Posts