ନା ଦୁର୍ଯ୍ୟୋଧନ, ନା ଶକୁନି : ଇଏ ହେଉଛନ୍ତି ମହାଭାରତର ସବୁଠାରୁ ଘୃଣିତ ପାତ୍ର

Published By : Prameya-News7 Bureau | June 10, 2020 IST

ଭୁବନେଶ୍ୱର ୧୦/୦୬ : ମହାଭାରତର ପ୍ରତ୍ୟେକ ଚରିତ୍ର ଯେକୌଣସି ବ୍ୟକ୍ତିଙ୍କୁ ପ୍ରଭାବିତ କରିବା ଭଳି କ୍ଷମତା ରଖିଛି | ଆପଣ କେଉଁ ଚରିତ୍ରକୁ ପସନ୍ଦ କରନ୍ତୁ ବା ନ କରନ୍ତୁ କିନ୍ତୁ କୌଣସି ଚରିତ୍ରକୁ ଅଣଦେଖା କରିପାରିବେ ନାହିଁ | ମହାଭାରତରେ ଏମିତି କିଛି ଚରିତ୍ର ରହିଛି ଯାହାକୁ ଲୋକେ ଘୃଣା କରିଥାନ୍ତି | ସେମାନନେ ହେଲେ ଦୁର୍ଯ୍ୟଧାନ, ଦୁଃଶାସନ, ଶକୁନି | କିନ୍ତୁ ମହାଭାରତରେ ଆଉ ଜଣେ ଚରିତ୍ର ରହିଛି ଯାହାକୁ ଲୋକେ ସାବୁଠାରୁ ଅଧିକ ଘୃଣା କରିଥାନ୍ତି | ସେ ହେଲେ ଗୁରୁ ଦ୍ରୋଣଙ୍କ ପୁତ୍ର ଅଶ୍ବଥମା | ଅଶ୍ବଥମା ମଧ୍ୟ ପଣ୍ଡୁ ପୁତ୍ର ଅର୍ଜୁନ ଓ କର୍ଣ୍ଣଙ୍କ ଭଳି ଧନୁର୍ଦ୍ଧର ଥିଲେ | ତଥାପି ତାଙ୍କୁ ସମସ୍ତେ ଘୃଣା କରୁଥିଲେ | ସେ ଏମିତି କଣ କରିଥିଲେ ଯେଉଁଥିପାଇଁ ତାଙ୍କୁ ସମସ୍ତେ ଘୃଣା କରୁଥିଲେ | ସେ ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଥିଲେ | କୌରବ ପକ୍ଷରୁ ଯୁଦ୍ଧ କରିଥିଲେ |

{"id":284312,"sizeSlug":"large"}

ଦୁର୍ଯ୍ୟୋଧନଙ୍କ ପକ୍ଷରୁ ତ କର୍ଣ୍ଣ ମଧ୍ୟ ଯୁଦ୍ଧ କରିଥିଲେ | କିନ୍ତୁ ଇତିହାସ ତାଙ୍କୁ ଦାନବୀର ଭାବେ ଜାଣିଛି | ଗୁରୁ ଦ୍ରୋଣ ମଧ୍ୟ କୌରବ ପକ୍ଷରୁ ଯୁଦ୍ଧ କରିଥିଲେ | ଦୁର୍ଯ୍ୟୋଧନଙ୍କ ସାଥ ତ ଗଙ୍ଗା ପୁତ୍ର ଭୀଷ୍ମ ପିତାମହ ମଧ୍ୟ ଦେଇଥିଲେ | କିନ୍ତୁ ତାଙ୍କୁ କେହି ଘୃଣା କରିନଥିଲେ | କିନ୍ତୁ ଅଶ୍ବଥମାଙ୍କୁ କାହିଁକି ଘୃଣା କରନ୍ତି | ଜାଣନ୍ତୁ ପୁରା ଘଟଣା | ଶାନ୍ତି ପାଇଁ ତମାମ ପ୍ରୟାସ କରି ଅସଫଳ ହେବା ପରେ କୌରବ ଓ ପାଣ୍ଡବ ସେନା ମଧ୍ୟରେ ଯୁଦ୍ଧ ହୋଇଥିଲା | କୌରବଙ୍କ ତରଫରୁ ଗଙ୍ଗା ପୁତ୍ର ଭୀଷ୍ମ ପିତାମହଙ୍କୁ ସେନାପତି କରାଯାଇଥିଲା | ଅପରପକ୍ଷରେ ପାଣ୍ଡବଙ୍କ ସେନାପତି ଥିଲେ ଧୃପଦ ପୁତ୍ର ଦୃଷ୍ଟଦ୍ୟୁମ୍ନ | ଯୁଦ୍ଧର ପ୍ରଥମ ୧୦ ଦିନ ଉଭୟ ପକ୍ଷରୁ ଜୋରଦାର ଯୁଦ୍ଧ ହୋଇଥିଲା | ଉଭୟ ପକ୍ଷର ଅନେକ ସେନା ମୃତ୍ୟୁବରଣ କରିଥିଲେ | ଅନେକ ଯୋଦ୍ଧା ମଧ୍ୟ ମୃତ୍ୟୁବରଣ କରିଥିଲେ | ଫଳାଫଳ କଣ ହେବ ସେନେଇ ଆଶଙ୍କା ସୃଷ୍ଟି ହୋଇଥିଲା |

{"id":284315,"width":576,"height":320,"sizeSlug":"large"}

ଶ୍ରୀଖଣ୍ଡୀଙ୍କୁ ଭୀଷ୍ମ ପିତାମହଙ୍କ ସାମ୍ନାରେ ଛିଡା କରି ଭୀଷ୍ମଙ୍କୁ ଯୁଦ୍ଧକ୍ଷେତ୍ରରୁ ହଟାଇଥିଲେ ପାଣ୍ଡବ | ତଥାପି କୌରବ ସେନା ହାର ମାନିନଥିଲା | ଏହାପରେ ଗୁରୁ ଦ୍ରୋଣଙ୍କ ସହ ଯୁଦ୍ଧ ଚାଲିଲା | ଏମିତି ଆଉ ୫ ଦିନ ବିତିଗଲା | କିନ୍ତୁ ଗୁରୁ ଦ୍ରୋଣଙ୍କ ପରାଜିତ ହେଲା ଭଳି ପାଣ୍ଡବଙ୍କୁ ପ୍ରତୀତ ହେଉନଥିଲା | ଏହାପରେ ପାଣ୍ଡବ ଜାଣିପାରିଲେ ଗୁରୁ ଦ୍ରୋଣଙ୍କୁ ମଧ୍ୟ ସିଧା ସଳଖ ଭାବେ ଯୁଦ୍ଧ କ୍ଷେତ୍ରରୁ ପରାସ୍ତ କରିହେବ ନାହିଁ | ଶେଷରେ ତାଙ୍କୁ ଯୁଦ୍ଧ କ୍ଷେତରୁ ହଟାଇବା ପାଇଁ ଷଡଯନ୍ତ୍ର ରଚନା କରାଯାଇଥିଲା | ଏହି ଷଡଯନ୍ତ୍ର ହିଁ ଅଶ୍ବଥମାଙ୍କ ପ୍ରତିରୋଧର ମୂଳ ଧାର ବୋଲି କୁହାଯାଏ | କୌରବ ଷଡଯନ୍ତ୍ର କରିବାରେ ମାହିର ଥିଲେ | ଏହାର ଜ୍ୱଳନ୍ତ ଉଦାହରଣ ଅଭିମନ୍ୟୁଙ୍କ ବଧ |

{"id":284316,"width":582,"height":391,"sizeSlug":"large"}

ଗୁରୁ ଦ୍ରୋଣ ଯୁଦ୍ଧକ୍ଷେତ୍ରରେ ଅଟଳ ହୋଇ ଛିଡା ହୋଇଥିଲେ ଏବଂ ପ୍ରତିଦିନ ପାଣ୍ଡବଙ୍କୁ ପରାସ୍ତ କରିବା ପାଇଁ କିଛି ନା କିଛି ଭିଉ ଚକ୍ରବ୍ୟୁହ ରଚନା କରୁଥିଲେ | ସେ ରୌଦ୍ର ରୂପ ଧାରଣ କରି ପାଣ୍ଡବଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ | ସେ ପ୍ରତିଦିନ ପାଣ୍ଡବ ସେନାଙ୍କ ସଂହାର କରୁଥିଲେ | ଷଡଯନ୍ତ୍ର ହଉ କିମ୍ବା ଯୋଜନା ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ମୋହକୁ ନେଇ ଗୁରୁ ଦ୍ରୋଣଙ୍କୁ ପରାସ୍ତ କରିବାକୁ ପାଣ୍ଡବ ଯୋଜନା ପ୍ରସ୍ତୁତ କଲେ | ଗୁରୁ ଦ୍ରୋଣ ନିଜ ପୁତ୍ର ଅଶ୍ବଥମାଙ୍କୁ ବହୁତ ଭଲ ପାଉଥିଲେ |

{"id":284289,"sizeSlug":"large"}

ଦ୍ରୋଣାଚାର୍ଯ୍ୟଙ୍କୁ ପରାସ୍ତ କରିବା ପାଇଁ ପାଣ୍ଡବ ଯୁଦ୍ଧକ୍ଷେତ୍ରକୁ ଏକ ଅଶ୍ବଥମା ନାମକ ହାତୀକୁ ଆଣିଥିଲେ | ଯୁଦ୍ଧରେ ସେହି ହାତୀକୁ ବଧ କରି କହିବେ ଯେ ଭୀମ ଅଶ୍ବଥମାଙ୍କୁ ମାରିଦେଲେ | ତାଙ୍କ ବିଜୟୀ ସ୍ୱର ଶୁଣି ଦ୍ରୋଣାଚାର୍ଯ୍ୟଙ୍କୁ ଝଟକା ଲାଗିବ | ପାଣ୍ଡବ ଭଲ ଭାବେ ଜାଣିଥିଲେ ଦ୍ରୋଣାଚାର୍ଯ୍ୟ ପଚାରିବେ କଣ ସତରେ ତାଙ୍କ ପୁତ୍ର ପ୍ରାଣ ହରାଇଛି | ପ୍ରଥମେ ଧର୍ମରାଜ ଯୁଧିଷ୍ଠିର ମିଛ କହିବା ପାଇଁ ପ୍ରସ୍ତୁତ ନଥିଲେ କିନ୍ତୁ ପରେ ଶ୍ରୀକୃଷ୍ଣ ଓ ନିଜ ଭାଇମାନଙ୍କ ଚାପରେ ପଡି ସେ ମିଛ କହିବା ପାଇଁ ରାଜି ହୋଇଥଲେ | ପୁତ୍ରର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ ଦ୍ରୋଣ | ସେ ଗୋଟିଏ ଜାଗାରେ ବସି କାନ୍ଦୁଥିବାବେଳେ ଦୃଷ୍ଟଦ୍ୟୁମ୍ନ ତାଙ୍କୁ ବଧ କରିଥିଲେ | ପରେ ଅଶ୍ବଥମା ନିଜ ପିତାଙ୍କ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପାଣ୍ଡବ ଏହିଭଳି ଛଳ କରି ତାଙ୍କ ପିତାଙ୍କୁ ବଧ କରିବେ ବୋଲି ସେ କେବେ ଭାବିନଥିଲେ | ଏହି ଘଟଣା ତାଙ୍କୁ ଅତ୍ୟନ୍ତ ବ୍ୟଥିତ କରିଦେଇଥିଲା | ଏହାପରେ ସେ ପ୍ରତିଜ୍ଞା କରିଥିଲେ ଯେ ପିତାଙ୍କ ବଧର ପ୍ରତିଶୋଧ ନିଶ୍ଚୟ ନେବେ | ଏହି ପ୍ରତିଶୋଧ ହିଁ ତାଙ୍କୁ ମହାଭାରତର ଘୃଣାର ପତ୍ର କରିଦେଲା |

{"id":284317,"width":585,"height":403,"sizeSlug":"large"}

ଯୁଦ୍ଧ ସମାପ୍ତ ହେଲାବେଳେ ଅଶ୍ବଥମା ପାଣ୍ଡବଙ୍କୁ ବଧ କରିବା ପାଇଁ ରାତିରେ ତାଙ୍କ ଶିବିରକୁ ଯାଇଥିଲେ | ରାତି ଅନ୍ଧାରରେ ସେ ଜାଣି ନ ପରି ପାଣ୍ଡବଙ୍କ ବଦଳରେ ଦୌପଦୀ ଓ ପାଣ୍ଡବଙ୍କ ପାଞ୍ଚ ପୁତ୍ରଙ୍କୁ ବଧ କରିଥିଲେ | ଅର୍ଜୁନ କ୍ରୋଧରେ ଅଶ୍ବଥମାଙ୍କୁ ଵଧ କରିବାକୁ ଗଲେ | ଅର୍ଜୁନଙ୍କୁ ପ୍ରତି ଉତ୍ତର ଦେବା ପାଇଁ ଅଶ୍ବଥମା ବ୍ରହ୍ମାସ୍ତ୍ର ଆବାହନ କରିଥିଲେ | ଫଳରେ ଅର୍ଜୁନଙ୍କୁ ମଧ୍ୟ ବ୍ରହ୍ମାସ୍ତ୍ର ଆବାହନ କରିବାକୁ ପଡିଥିଲା | ବ୍ରହ୍ମାସ୍ତ୍ର ପରସ୍ପର ସହ ଧକ୍କା ହେଲେ ପ୍ରକୃତିରେ ମହାପ୍ରଳୟ ଘଟିଥାନ୍ତା | ପ୍ରକୃତିକୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଓ ମହର୍ଷି ବେଦବ୍ୟାସ ଏଥିରେ ହସ୍ତକ୍ଷେପ କରିଥିଲେ | ସେ ଉଭୟଙ୍କୁ ବ୍ରହ୍ମାସ୍ତ୍ର ଫେରାଇ ନେବା ପାଇଁ ଆଦେଶ ଦେଇଥିଲେ | ଅର୍ଜୁନ ବ୍ରହ୍ମାସ୍ତ୍ର ଫେରାଇ ନେଇଥିଲା କିନ୍ତୁ ଅଶ୍ବଥମାଙ୍କୁ ବ୍ରହ୍ମାସ୍ତ୍ର ଫେରାଇ ନେବାର ଜ୍ଞାନ ନଥିଲା | ଶେଷରେ ବ୍ରହ୍ମାସ୍ତ୍ର ଅନ୍ୟ କେଉଁ ଆଡେ ଛାଡିବାକୁ ଅଶ୍ବଥମାଙ୍କୁ କୁହାଯାଇଥିଲା | ତେବେ ଅଶ୍ବଥମାଙ୍କ ପ୍ରତିଶୋଧ ନିଆଁ ଶାନ୍ତ ହୋଇନଥିଲା | ପାଣ୍ଡବଙ୍କ ବଂଶର ଆଉ ଗୋଟିଏ ଉତ୍ତରାଧିକାରୀ ବାକିଥିଲା | ସେ ହେଲା ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭସ୍ଥ ଶିଶୁ | ଅଶ୍ବଥମା ବ୍ରହ୍ମାସ୍ତ୍ର ଉତ୍ତରାଙ୍କ ଗର୍ଭକୁ ଛାଡି ଦେଇଥିଲେ | କିନ୍ତୁ ଶ୍ରୀକୃଷ୍ଣ ଉତ୍ତରାଙ୍କ ଗର୍ଭସ୍ଥ ଶିଶୁକୁ ରକ୍ଷା କରିଥିଲେ |

{"id":284292,"width":573,"height":324,"sizeSlug":"large"}

ଅଶ୍ବଥମାଙ୍କୁ ତାଙ୍କ କର୍ମର ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନେଲେ | ଅଶ୍ବଥମା ମଥାରେ ଥିବା ମଣିକୁ ଛଡେଇ ନିଆଯାଇଥିଲା | ଏହାସହ ଶ୍ରୀକୃଷ୍ଣ ଅଶ୍ବଥମାଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ | ଶ୍ରୀକୃଷ୍ଣ ଅଶ୍ବଥମାଙ୍କୁ ଅଭିଶାପ ଦେଇଥିଲେ ଯେ ଅନନ୍ତ କାଳ ଯାଏଁ ସେ ନିଜ କୁକର୍ମର ଦଣ୍ଡ ଭୋଗିବେ | ସେହିଦିନ ଠାରୁ ବିଶ୍ୱାସ ରହିଛି ଯେ ଅଶ୍ବଥମା ଏବେ ମଧ୍ୟ ଜୀବିତ ଅଛନ୍ତି ଏବଂ ନିଜ କୁକର୍ମର ଫଳ ଭୋଗୁଛନ୍ତି | ନିଜର ଏହି କୁକର୍ମ ଯୋଗୁଁ ଅଶ୍ବଥମା ଯୁଗ ଯୁଗ ଧରି ଘୃଣାର ପାତ୍ର ହୋଇ ରହିଗଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.