ଏକଘରିକିଆ ହେବ ପାକିସ୍ତାନ : ଅରୁଣ ଜେଟ୍‌ଲୀ

Published By : Prameya-News7 Bureau | February 15, 2019 IST

ନୂଆଦିଲ୍ଲୀ ୧୫|୨:  ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଅରୁଣ ଜେଟଲୀ । ସେ କହିଛନ୍ତି ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ଉଦ୍ୟମ କରାଯିବ । ବିଦେଶ ମନ୍ତ୍ରାଳୟ ପାକିସ୍ତାନକୁ ଏକଘରିକିଆ କରିବ । ଆତଙ୍କବାଦୀ ଷଡଯନ୍ତ୍ର ରଚିଥିବା କାହାକୁ ମଧ୍ୟ ଛଡା ଯିବନି । ଜାତିସଂଘରେ ଆତଙ୍କବାଦ ପ୍ରସ୍ତାବ ପାକ୍ ପାଇଁ ଚେଷ୍ଟା ହେବ । ୩୩ବର୍ଷ ତଳେ ଭାରତ ଏହି ପ୍ରସ୍ତାବ ରଖିଥିଲା । କାଲି ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ପାକିସ୍ତାନକୁ ସର୍ବାଧିକ ଅନୁଗୃହୀକ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହୃତ ହେବ ।

ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.