ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ବିହାରର ଏହି ବିଷ୍ଣୁ ମନ୍ଦିର, ଜାଣନ୍ତୁ ଏହାର ରହସ୍ୟ

Published By : Prameya-News7 Bureau | January 29, 2021 IST

ବିହାର ୨୯।୧: କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ହିନ୍ଦୁ ଧର୍ମର ଅନେକ ପ୍ରାଚୀନ ମନ୍ଦିର ରହିଛି । ଏହି ମନ୍ଦିର ସବୁ ପ୍ରସିଦ୍ଧ ହେବା ପଛରେ ଏହା ସହିତ ଜଡିତ ପୌରାଣିକ କଥା ମଧ୍ୟ ଅଛି । କିନ୍ତୁ ଅନେକ ମନ୍ଦିର ଅଛି ଯାହା ନିଜର ଇତିହାସ ପାଇଁ ନୁହେଁ ବରଂ ନିଜର ସୁନ୍ଦରତା ପାଇଁ ପ୍ରସିଦ୍ଧ ହୋଇଥାନ୍ତି ।

ଏପରି ଏକ ମନ୍ଦିର ରହିଛି ବିହାରର, ସୁପୌଲ ଜିଲ୍ଲାର ଗଣପତଗଞ୍ଜ କ୍ଷେତ୍ରରେ ପ୍ରାଚୀନ ବିଷ୍ଣୁ ମନ୍ଦିର, ଯାହା ଦେଖିବାକୁ ଭବ୍ୟ ଏବଂ ଖୁବ୍ ଆକର୍ଷକ । ମନ୍ଦିରର ନାମରୁ ସ୍ପଷ୍ଟ ହେଉଛି ଏହା ବିଷ୍ଣୁ ଭଗବାନଙ୍କୁ ସମର୍ପିତ ହୋଇଛି । ଏହି ମନ୍ଦିରର ନିର୍ମାଣ ଠିକ୍ ଚେନ୍ନାଇର ପ୍ରସିଦ୍ଧ ବିଷ୍ଣୁ ମନ୍ଦିର ପରି ହୋଇଛି । ମନ୍ଦିରର ସ୍ଥାପତ୍ୟ କଳା ଏହାକୁ ଆହୁରି ଦର୍ଶନୀୟ କରିଛି ।

ଏହି ମନ୍ଦିର ସୀମାଞ୍ଚଳରେ ରହୁଥିବା ଲୋକଙ୍କ ସହିତ ବିହାରର ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ମନ୍ଦିରର ନିର୍ମାଣ ଗଣପତଗଞ୍ଜ ର ନିବାସୀ ଜୟନାରାୟଣ ମଲ୍ଲିକଙ୍କ ସୁପୁତ୍ର ଡ. ପିକେ ମଲ୍ଲିକଙ୍କ ଦ୍ବାରା କରାଯାଇଥିଲା । ଯାହା ୨୦୦୯ ମସିହାରେ ଆରମ୍ଭ କରାଯାଇଥିଲା ।

ଏହି ବିଷ୍ଣୁ ଧାମକୁ ବରଦରାଜ ପେରୁମାଲ ଦେବସ୍ଥାନ ନାମରେ ମଧ୍ୟ ଜଣାଯାଏ । ଏହି ମନ୍ଦିରରେ ପୂଜା କରୁଥିବା ପୂଜାରୀ ଜଣେ ମାମୁଲି ପୂଜାରୀ ନୁହଁନ୍ତି ବରଂ ଚେନ୍ନାଇର ପ୍ରସିଦ୍ଧ ବିଷ୍ଣୁ ମନ୍ଦିରରେ ପୂଜା କରୁଥିବା ଜଣେ ଶିକ୍ଷିତ ପୂଜାରୀ । ତାଙ୍କ ଦ୍ବାରା ମନ୍ଦିରରେ ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ପୂଜା ଅର୍ଚ୍ଚନା କରାଯାଇଥାଏ ।

ବିଷ୍ଣୁ ଭଗବାନଙ୍କ ସହିତ ମନ୍ଦିରରେ ଅନ୍ୟ ଦେବା ଦେବୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାପିତ କରାଯାଇଛି । ଯାହାଙ୍କର ପୂଜା ବୈଷ୍ଣବ ଆଚାର୍ଯ୍ୟ କରିଥାନ୍ତି । ବିଷ୍ଣୁ ଭଗବାନଙ୍କର ଏହି ମନ୍ଦିର ଚେନ୍ନାଇର ପ୍ରସିଦ୍ଧ ସ୍ଥାପତ୍ୟକଳା ଏବଂ ବାସ୍ତୁ କଳାର ଭବ୍ୟ ଛବି ଦେଇଥାଏ । ଆସ୍ଥାର ସହିତ ପର୍ଯ୍ୟଟନସ୍ଥଳୀ ଭାବରେ ମଧ୍ୟ ଏହାକୁ ଜଣାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.