Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

IPL ଇତିହାସରେ ସବୁଠାରୁ ଦାମୀ ଅଧିନାୟକ ହେବେ ଏହି ଭେଟେରାନ୍‌ ଖେଲାଳି, ଟିମରେ ସାମିଲ ହେବାକୁ ଏତେ କୋଟି ଟଙ୍କା ଅଫର କଲା ନୂଆ ଫ୍ରାଞ୍ଚାଇଜ୍‌

30/11/2021 at 9:21 PM

ନୂଆଦିଲ୍ଲୀ ୩୦/୧୧ : ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲର ଆସନ୍ତା ସିଜିନ୍ ପାଇଁ ନୂଆ ଟିମ ସହିତ ମେଗା ଅକ୍ସନ୍‌ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟରେ ଥିବା ୮ଟି ଟିମ ନିଜ ଦଳରେ ୪ଜଣ ଖେଳାଳିଙ୍କୁ ରିଟେନ୍‌ କରିବାର ବିକଳ୍ପ ଦିଆଯାଇଛି । ଏହା ବାଦ୍‌ ଅନ୍ୟ ଖେଳାଳିମାନଙ୍କୁ ପୁନଶ୍ଚ ଅକ୍ସନରେ ସାମିଲ କରାଯିବ ।

ନିଜ ପ୍ରାଞ୍ଚାଇଜ ପଞ୍ଜାବ କିଙ୍ଗସ୍‌ ଛାଡିବାକୁ ଆପାତତ୍‌ ସ୍ପଷ୍ଟ କରିସାରିଛନ୍ତି ଭେଟେରାନ୍‌ ଲୋକେସ୍ ରାହୁଲ । ସେ ନୂଆ ଦଳରେ ସାମିଲ ହେବାକୁ ନେଇ ଚର୍ଚ୍ଚା ହେଉଛି । ଆଇପିଏଲରେ ନୂଆକରି ସାମିଲ ହେଉଥିବା ଲକ୍ଷ୍ନୌ ଟିମରେ ରାହୁଲ ସାମିଲ ହେବା ସହିତ ଅଧିନାୟକ ହେବା ନେଇ ଚର୍ଚ୍ଚା ହେଉଛି ।

ଭାରତୀୟ କ୍ରିକେଟ୍ ଦଳର ଓପନର୍ କେ.ଏଲ୍ ରାହୁଲ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ । ଏହା ସହିତ ସେ ଦଳକୁ ବିଭିନ୍ନ ଉପାୟରେ ଜିତାଇବାର କ୍ଷମତା ମଧ୍ୟ ରଖିଛନ୍ତି । ସେ ଓପନିଂ ସହିତ ଅଧିନାୟକତ୍ୱ ଭାର ସମ୍ଭାଳନ୍ତି ଏବଂ ୱିକେଟ୍ ରକ୍ଷକ ମଧ୍ୟ । ଦଳରେ ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ଅନେକ ଫ୍ରାଞ୍ଚାଇଜ୍ ତାଙ୍କୁ କିଣିବାକୁ ଚାହିଁବେ । ଆଠଟି ଦଳ କେବଳ ୪ ଜଣ ପୁରୁଣା ଖେଳାଳିଙ୍କୁ କିଣିପାରିବେ । ପୁରୁଣା ଟିମରୁ ରିଲିଜ୍‌ କରାଯାଉଥିବା ଖେଳାଳିଙ୍କ ମଧ୍ୟରୁ ୨ଟି ନୂଆ ଟିମରେ କେବଳ ୩ ଜଣଙ୍କୁ ସାମିଲ କରାଯାଇପାରିବ ।

ସୂଚନାନୁସାରେ, ନୂଆକରି ଆଇପିଏଲ୍‌ରେ ଏଣ୍ଟ୍ରି କରିବାକୁ ଯାଉଥିବା ଲକ୍ଷ୍ନୌ ରାହୁଲଙ୍କୁ ୨୦ କୋଟି ଟଙ୍କାରେ କିଣିବାକୁ ଅଫର ଦେଇଛି । ଯାହାକି ଆଇପିଏଲ ଇତିହାସରେ ସର୍ବାଧିକ । ଇନସାଇଡ୍ ସ୍ପୋର୍ଟ ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌ ଟିମର ମାଲିକାନା ହାସଲ କରିଥିବା RPSG ରାହୁଲଙ୍କୁ ଦିଜ ଦଳରେ ସାମିଲ କରିବାକୁ ଅଫର ଦେଇଛି ।

ରାହୁଲ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାକୁ ଯାଉଛନ୍ତି। ଯଦି ସେ ଲକ୍ଷ୍ନୌ ଟିମର ସାମିଲ ହେଉଛନ୍ତି ତେବେ ୨୦ କୋଟି ଟଙ୍କା ପାଇବେ । ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ଦାମୀ ଖେଳାଳି ଥିଲେ । ୨୦୧୮ରେ ତାଙ୍କୁ ୧୮ କୋଟି ଟଙ୍କାରେ କିଣିଥିବା ଆର୍‌ସିବି ।

   Related Posts