Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||

ସବୁଠୁ ଦାମୀ ଆଇଟମ୍‌ ଗାର୍ଲ ହୋଉଛନ୍ତି ବଲିଉଡର ଏହି ଅଭିନେତ୍ରୀମାନେ

23/08/2019 at 12:00 PM

ମୁମ୍ବାଇ୨୩|୮: ବଲିଉଡରେ ଆଇଟମ୍‌ ଗାର୍ଲଙ୍କ ଡିମାଣ୍ଡ ସବୁବେଳେ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳେ। ଅଧିକାଂଶ ଫିଲ୍ମରେ ଆଇଟମ୍‌ ଡାନ୍ସର ଜଲୱା ପାଇଁ ଗୀତ ହିଟ୍‌ ହୋଇଥାଏ। କେବେ କେବେ ଫିଲ୍ମ ଧମାଲ ନକଲେ ମଧ୍ୟ ଫିଲ୍ମର ଆଇଟମ୍‌ ଡାନ୍ସ ସୁପରହିଟ୍‌ ହୋଇଥାଏ। ତେବେ ବଲିଉଡର ସବୁଠୁ ଦାମୀ ଆଇଟମ୍‌ ଗାର୍ଲଙ୍କ ଉପରେ ପକାନ୍ତୁ ନଜର।

୧- ସନୀ ଲିୟନୀ- ସନ୍ନୀ, କରନଜୀତ କୌର ଭୋରା ନାଁରେ ମଧ୍ୟ ପରିଚିତା।ନିଜର ଆଇଟମ୍‌ ସଙ୍ଗ ଦ୍ବାରା ସମସ୍ତଙ୍କୁ ପଛରେ ପକାନ୍ତି ବଲିଉଡରେ ଏହି ହଟ୍‌ ଅଭିନେତ୍ରୀ।ତାଙ୍କ ଆଇଟମ୍‌ ସଂଗ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି।ଫ୍ୟାନ୍ସ ତାଙ୍କ ଭିଡିଓ ଦେଖି କୁହନ୍ତି ଯେ, ସନ୍ନୀ କେବଳ ଆଇଟମ୍‌ ସଂଗ ପାଇଁ ହିଁ ଜନ୍ମ ହୋଇଛନ୍ତି।ସମଗ୍ର ବିଶ୍ବରେ ଲୋକେ ତାଙ୍କ ବୋଲ୍ଡନେସ ପାଇଁ ପାଗଳ।ଯେକୌଣସି ଫିଲ୍ମର ଆଇଟମ୍‌ ସଂଗ କରିବା ପାଇଁ ସେ ୫-୬ କୋଟି ଟଙ୍କା ନିଅନ୍ତି।

୨- ପ୍ରିୟଙ୍କା ଚୋପଡା- ଉଭୟ ବଲିଉଡ ଓ ହଲିଉଡର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ଚୋପଡା ଏବେ ବିଦେଶରେ ନିଜ ଜଲୱା ଦେଖାଉଛନ୍ତି।ପ୍ରିୟଙ୍କା ମଧ୍ୟ କିଛି ଫିଲ୍ମରେ ଆଇଟମ୍‌ ସଂଗ କରିଛନ୍ତି। ଆଇଟମ୍‌ ସଂଗ କରିବା ପାଇଁ ପ୍ରିୟଙ୍କା ୩-୪ କୋଟି ଟଙ୍କା ନିଅନ୍ତି।

୩- କ୍ୟାଟ୍ରିନା କୈଫ- ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା ନିଜ ଅଭିନୟଠୁ କମ୍‌ ଅନ୍ୟାନ୍ୟ ଜିନିଷ ପାଇଁ ହିଟ୍‌ ହୁଅନ୍ତି। ତାଙ୍କ ଲୁକ୍‌, ଡାନ୍ସ, ଫିଗର, ଷ୍ଟଣ୍ଟ ବେଶ ଚର୍ଚ୍ଚାରେ ରହେ।କ୍ୟାଟ୍ରିନାଙ୍କ ଗୀତ ଚିକ୍‌ନୀ ଚମେଲି ଆଜି ମଧ୍ୟ ଦର୍ଶକଙ୍କ ପାଇଁ ଅତ୍ୟନ୍ତ ମନଲୋଭା ଆଇଟମ୍‌ ସଂଗ। ଏଥିରେ ସେ ନିଜ ବେଷ୍ଟ ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଆଇଟମ୍‌ ସଂଗ କରିବା ପାଇଁ ସେ ୩-୪ କୋଟି ଚାର୍ଜ କରନ୍ତି।    

୪- ଦୀପିକା ପାଦୁକୋଣ- ବଲିଉଡର ଚର୍ଚ୍ଚିତା ଅଭିନେତ୍ରୀ ଦୀପିକା ଅନେକ ଫିଲ୍ମ କରିଛନ୍ତି ଯାହା ୧୦୦କୋଟି କ୍ଲବରେ ସାମିଲ ହୋଇପାରିଛି। ଏହା ବ୍ୟତୀତ ବଲିଉଡରେ ସବୁଠୁ ଅଧିକ ସଫଳ ହେବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ଦୀପିକା।ଦୀପିକା ଲଗାତାର ବଲିଉଡକୁ ସୁପରହିଟ ଫିଲ୍ମ ଦେଇଛନ୍ତି ଯାହା ଅଧିକ ଆୟ ମଧ୍ୟ କରେ।ଦୀପିକା ଅଧିକ ଆଇଟମ୍‌ ସଂଗ କରନ୍ତି ନାହିଁ।ତଥାପି ଆଇଟମ୍‌ ସଂଗ କଲେ ସେ ୩ କୋଟି ଟଙ୍କା ନିଅନ୍ତି।

୫- ଜାକ୍‌ଲିନ୍‌ ଫର୍ଣ୍ଣାନ୍‌ଣ୍ଡିଜ- ବଲିଉଡ ଅଭିନେତ୍ରୀ ଜାକ୍‌ଲିନ୍‌ ମଧ୍ୟ ଅଧିକ ଆଇଟମ୍‌ ସଂଗରେ ନଜର ଆସିନାହାନ୍ତି। ହେଲେ ଫିଲ୍ମ ବାଗୀ-୨ରେ ଆଇଟମ୍‌ ସଂଗ ୧୨୩ ପାଇଁ ଜାକ୍‌ଲିନ୍‌ ୨ କୋଟି ଟଙ୍କା ଚାର୍ଜ କରିଥିଲେ।   
୬- ମଲାଇକା ଅରୋଡା- ଆଜିକାଲି ମଲାଇକା ଅରୋଡା ଅଧିକାଂଶ ଆଇଟମ୍‌ ସଂଗରେ ନଜର ଆସୁନାହାନ୍ତି। ହେଲେ ଯେତେବେଳେ ସେ ଆଇଟମ୍‌ ସଂଗ କରୁଥିଲେ ପ୍ରତି ଗୀତ ପାଇଁ ପାଖାପାଖି ୨ କୋଟି ଟଙ୍କା ନିଅନ୍ତି।ଫିଗର ଓ ଫିଟ୍‌ନେସ ପାଇଁ ଚର୍ଚ୍ଚାରେ ରହୁଥିବା ମଲାଇକାଙ୍କ ଆଇଟମ୍‌ ସଂଗ ଦର୍ଶକ ବହୁତ ପସନ୍ଦ କରନ୍ତି।
୭- ଉର୍ବଶୀ ରୌତେଲା- ବଲିଉଡ ଅଭିନେତ୍ରୀ ଉର୍ବଶୀଙ୍କ ଆଇଟମ୍‌ ସଂଗ ଅଧିକ ହିଟ୍‌ ନହେଲେ ମଧ୍ୟ ସେ ପ୍ରତି ଗୀତ ପାଇଁ ୫ କୋଟି ଟଙ୍କା ଚାର୍ଜ କରନ୍ତି। କିନ୍ତୁ ଉର୍ବଶୀଙ୍କ ଆଇଟମ୍‌ ସଂଗ ସାରା ଜମାନା ହସିନୋଁ କା ଦିୱାନା ବହୁତ ଅଧିକ ହିଟ୍‌ ହୋଇଥିଲା।   

   Related Posts