ଦୁନିଆର ସବୁଠାରୁ ମହଙ୍ଗା ବିବାହ ବିଚ୍ଛେଦ : ବିଚ୍ଛେଦ ପରେ ପତ୍ନୀ ହୋଇଯିବେ ବିଶ୍ୱର ସବୁଠାରୁ ଧନୀ ମହିଳା, ଜାଣନ୍ତୁ କିଏ

Published By : Prameya-News7 Bureau | January 10, 2019 IST

ୱାସିଂଟନ ୧୦|୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି | ଆମାଜନର ଫାଉଣ୍ଡର ଜେଫ ବେଯୋଶ ଏବଂ ତାଙ୍କ ସ୍ତ୍ରୀ ମେକେଞ୍ଜି ବେଯୋଶଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି | ପତି- ପତ୍ନୀ ପରସ୍ପର ଠାରୁ ଅଲଗା ହେବେ ବୋଲି ଘୋଷଣା କରିଛନ୍ତି | ଏନେଇ ଉଭୟ ଟ୍ୱିଟରରେ ପୋଷ୍ଟ କରି ସମଗ୍ର ବିଶ୍ୱକୁ ଜଣାଇଛନ୍ତି | ତାଙ୍କ ବିବାହ ବିଚ୍ଛେଦ ଜନିତ ଆଇନଗତ କାର୍ଯ୍ୟ ଆମେରିକାର ୱାସିଂଟନରେ ହେବ | ଏହି ବିବାହ ବିଚ୍ଛେଦ ବୋଧେ ଦୁନିଆର ପ୍ରଥମ ଯାହାର ସେଟେଲମେଣ୍ଟ ରାଶି ସବୁଠାରୁ ଅଧିକ | କାରଣ ବେଯୋଶ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି | ତାଙ୍କର ପାଖାପାଖି ୯.୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି | ଆମାଜନରେ ବେଯୋଶଙ୍କର ୧୬ ପ୍ରତିଶତ ସେୟାର ରହିଛି |

{"id":72469}

ବେଯୋଶ ଏବଂ ମେକେଞ୍ଜି ବିଗତ ୨୫ ବର୍ଷ ହେଲା ଏକାଠି ଥିଲେ | ବେଯୋଶଙ୍କର ଆହୁରି ଅନେକ କମ୍ପାନୀ ରହିଛି | ଏଥିରେ ଏକ ସ୍ପେସ ଏଜେନ୍ସି ବ୍ଲୁ ମଧ୍ୟ ସାମିଲ ରହିଛି | ଆମେରିକାର ଲୋକପ୍ରିୟ ଖବରକାଗଜ ଦି ୱାସିଂଟନ ପୋଷ୍ଟ ମଧ୍ୟ ବେଯୋଶଙ୍କର |

{"id":72470,"width":587,"height":330}

ଉଭୟ ପତ୍ନୀ ପତ୍ନୀ  ଏଭଳି ଏକ ରାଷ୍ଟ୍ରରେ ବିବାହ ବିଚ୍ଛେଦ କରୁଛନ୍ତି ଯେଉଁଠି ନିୟମ ରହିଛି ସ୍ୱାମୀଙ୍କ ସମ୍ପତ୍ତିର ଅଧା ସ୍ତ୍ରୀ ନେବେ | ଏଭଳି ହେଲେ ବେଯୋଶଙ୍କ ସମ୍ପତ୍ତି ଅଧା ହୋଇଯିବ, ଯାହା ପାଖାପାଖି ୪. ୭୬ ଲକ୍ଷ କୋଟି | ଏଭଳି ସ୍ଥିତିରେ ମେକେଞ୍ଜି ଦୁନିଆର ସବୁଠାରୁ ଧନୀ ମହିଳା ହୋଇଯିବେ |

{"id":72478}

ବେଯୋଶଙ୍କ କମ୍ପାନୀ ଆମାଜନ ଏପଲ ଏବଂ ମାଇକ୍ରୋସଫ୍ଟ ଭଳି କମ୍ପାନୀକୁ ପଛରେ ପକାଇ ଦୁନିଆର ନମ୍ବର-୧ କମ୍ପାନୀ ହୋଇଛି | କିନ୍ତୁ ପତ୍ନୀଙ୍କ ଠାରୁ ବିଚ୍ଛେଦ ପରେ ବେଯୋଶ ଆଉ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ରହିବେନାହିଁ | ଏହା ପୂର୍ବରୁ ବିଲ ଗେଟସ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ | ବର୍ତ୍ତମାନ ବିଲ ଗେଟସଙ୍କ ସମ୍ପତ୍ତି ପାଖାପାଖି ୬.୭ ଲକ୍ଷ କୋଟି ଟଙ୍କା ରହିଛି |

{"id":72479,"width":577,"height":433}

ଜେଫ ବେଯୋଶ ଏବଂ ମେକେଞ୍ଜିଙ୍କର ୪ଟି ସନ୍ତାନ ଅଛନ୍ତି, ୩ ପୁଅ ଏବଂ ଗୋଟିଏ ଝିଅ | ଜେଫ ବେଯୋଶଙ୍କ ବୟସ ୫୪ ବର୍ଷ | ମେକେଞ୍ଜିଙ୍କର ବୟସ ୪୮ ବର୍ଷ | ରିପୋର୍ଟ ଅନୁସାରେ ଉଭୟଙ୍କ ବିବାହର ବର୍ଷେ ପରେ ଆମାଜନ ଆରମ୍ଭ ହୋଇଥିଲା |

{"id":72471}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.