ଗାଡି ନମ୍ବରର ମୂଲ୍ୟ ୩୧ ଲକ୍ଷ ଟଙ୍କା : ଜାଣନ୍ତୁ କିଏ କିଣିଛନ୍ତି ଏହି ନମ୍ବର

Published By : Prameya-News7 Bureau | February 05, 2019 IST

ଥିରୁଅନନ୍ତପୁରମ ୫/୨ : ମଣିଷ ନିଜ ସଉକ ପୁରା କରିବା ପାଇଁ କିଛି ବି କରିପାରେ | ଏହା ଆମେ ସମସ୍ତେ ଜାଣିଛୁ | କିନ୍ତୁ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଲା ସଉକ ପୁରା କରିବା ପାଇଁ ମଣିଷ ପାଖେ ସେତିକି ସମ୍ବଳ ମଧ୍ୟ ଥିବା ଦରକାର | ନିଜ ସଉକ ପୁରା କରିବା ପାଇଁ ଜଣେ ବ୍ୟକ୍ତି ନିଜ ଗାଡିର ନମ୍ବର ୩୧ ଲକ୍ଷ ଟଙ୍କାରେ କିଣିଛନ୍ତି | ଥିରୁଅନନ୍ତପୁରମ ଅଂଚଳର ଜଣେ ବ୍ୟକ୍ତି ନିଜର କାର Porsche 718 Boxster ର ନମ୍ବର ପ୍ଲେଟ ପାଇଁ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି | କାରର ରେଜିଷ୍ଟ୍ରେସନ ନମ୍ବର ହେଲା KJ-01CK-1


ଏହା ପୂର୍ବରୁ ସବୁଠାରୁ ଦାମୀ ନମ୍ବରର ରେକର୍ଡ ହରିୟାଣାର Mercedes-Benz S-Class ପାଖରେ ଥିଲା | ଏହି କାରର ନମ୍ବର ୨୬ ଲକ୍ଷ ଟଙ୍କାରେ କିଣା ଯାଇଥିଲା | ରେଜିଷ୍ଟ୍ରେସନ ନମ୍ବରର ନିଲାମୀ ସୋମବାର ଦିନ ଥିରୁଅନନ୍ତପୁରମର ଆରଟିଓ ଅଫିସର ଦ୍ୱାରା କରାଯାଇଥିଲା | ନିଲାମୀ ଆରମ୍ଭ ହୋଇଥିଲା ୫୦୦ ଟଙ୍କାରୁ | ବାଳଗୋପାଳ ନାମକ ଜଣେ ବ୍ୟକ୍ତି ୩୦ ଲକ୍ଷ ଟଙ୍କାରେ ଏହି ନମ୍ବର ଜିତିଥିଲେ | ନିଲାମୀ ଚାଲିଥିବା ବେଳେ ପ୍ରତିଥର ୫ ଲକ୍ଷ ଟଙ୍କା ଲେଖାଏଁ ବଢି ବଢି ଚାଲିଥିଲା |

{"id":82130,"width":588,"height":305}


୨୦୧୭ ମସିହାରେ ମଧ୍ୟ ବାଳଗୋପାଳ ନିଜ Toyota Land Cruiser ପାଇଁ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ | ସେତେବେଳେ ବାଳଗୋପାଳ KL-01CB-1 ରେଜିଷ୍ଟ୍ରେସନ ନମ୍ବର କିଣିଥିଲେ | ବାଳଗୋପାଳ ଦେବୀ ଫାର୍ମାର ମାଲିକ | ଦେବୀ ଫାର୍ମା ପ୍ରମୁଖ ଔଷଧ ବିତରଣ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ | ବାଳଗୋପାଳଙ୍କ ପାଖେ ଅନେକ ବିଳାସପୂର୍ଣ୍ଣ କାର ଅଛି |


ବାଳଗୋପାଳ ଫେଂସି ଗାଡି ନମ୍ବର ବହୁତ ପସନ୍ଦ କରନ୍ତି | ଏଥିପାଇଁ ତାଙ୍କୁ ଟଙ୍କା ଖର୍ଚ୍ଚ କରିବା ପାଇଁ ବାଧେ ନାହିଁ ବୋଲି କହିଛନ୍ତି ବାଳଗୋପାଳ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.