Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ବିଶ୍ୱର ସବୁଠାରୁ ଦାମୀ କାର୍ କିଣିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

3/08/2020 at 9:07 PM

ନୂଆଦିଲ୍ଲୀ, ୦୩|୦୮:  ପର୍ତ୍ତୁଗାଲର ଚର୍ଚ୍ଚିତ ଫୁଟବଲ୍ ପ୍ଲେୟାର କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ସବୁଠାରୁ ଦାମୀ କାର୍ ବୁଗାଟି ଲା  ଭଏଚର୍ ନୋୟାର କିଣିଛନ୍ତି । ରୋନାଲ୍ଡୋ ଯେଉଁ କ୍ଲବ୍ ପାଇଁ ଫୁଟବଲ ଖେଳନ୍ତି ସେହି କ୍ଲବ ନିକଟରେ ୩୬ତମ ସିରି-ଏ ଚାମ୍ପିଅନସିପ୍ ଜିତିଥିଲା । ଏହାପରେ ଉପହାର ସଦୃଶ ରୋନାଲ୍ଡୋ ନିଜେ ଏହି କାର୍ କିଣିଛନ୍ତି ।

ଏହି କାର୍‌ର ଦାମ ହେଉଛି ଭାରତୀୟ ମୁଦ୍ରାରେ ପ୍ରାୟ ୭୫ କୋଟି ଟଙ୍କା । ବୁଗାଟି ଏପରି ମାତ୍ର ୧୦ଟି କାର୍ ପ୍ରସ୍ତୁତ କରିଛି । ବୁଗାଟି ଲା  ଭଏଚର୍ ନୋୟାର କିଣିବାକୁ ରୋନାଲ୍ଡୋ ପ୍ରାୟ ୮.୫ ମିଲିୟନ ଡଲାର ବା ୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି  ।

୩୫ ବର୍ଷୀୟ ଷ୍ଟାର ଫୁଟବଲର ରୋନାଲ୍ଡୋ ନିଜ ଇନଷ୍ଟାଗ୍ରାମ୍ ପେଜରେ କାର୍ ସହ ନିଜ ଫଟୋ ଅପଲୋଡ୍ କରିଛନ୍ତି । ରୋନାଲ୍ଡୋଙ୍କ ଗ୍ୟାରେଜରେ ଯେତିକି କାର୍ ରହିଛି ତାହାର ଦାମ୍ ମିଶାଇଲେ ପ୍ରାୟ ୩୦ ମିଲିୟନ ଡଲାର ବା ୨୬୪ କୋଟି ଟଙ୍କାରୁ ଅଧିକ ହେବ ।

ଏହି କାର୍‌ର ଘଣ୍ଟା ପ୍ରତି ବେଗ ସର୍ବାଧିକ ୩୮୦ କିମି । ୨.୪ ସେକେଣ୍ଡରେ ଏହା ଘଣ୍ଟା ପ୍ରତି ୬୦ କିମି ବେଗରେ ଗତି କରେ । ନିକଟରେ ବୁଗାଟି ଓ ନାଇକି ମିଳିତ ଭାବେ ରୋନାଲ୍ଡୋଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୋତା ପ୍ରସ୍ତୁତ କରିଥିଲେ ।

   Related Posts