ମାଂସଠୁ ଅଧିକ ଦାମ୍ ଚିକେନଠୁ ବେଶୀ ସ୍ବାସ୍ଥ୍ୟକର ,ଏମିତି ଅଛି ୯ଟି ପରିବା ଯାହାର ସ୍ବାଦ ବି ନିଆରା

Published By : Prameya-News7 Bureau | August 25, 2020 IST

ପନି-ପରିବାରେ ଭରପୂର ମାତ୍ରାରେ ପ୍ରୋଟିନ୍,ଭିଟାମିନ୍ ଏବଂ ଅନ୍ୟ ଜରୁରୀ ମିନେରାଲ୍ସ ରହିଥାଏ। କିଛି ପରିବା ଏପରି ହୋଇଥାଏ ଯେଉଁଥିରେ ଏହା ଭରପୂର ମାତ୍ରାରେ ମିଳିଥାଏ କିନ୍ତୁ ଏହି ପରିବା ସହଜରେ ମିଳିନଥାଏ। ମିଳିବିଗଲେ ଏହା ଅତ୍ୟନ୍ତ ମହଙ୍ଗା ହୋଇଥାଏ। ଆସନ୍ତୁ ଜାଣିବା ଦେଶର ଏହି ସମସ୍ତ ୯ଟି ପରିବା ବିଷୟରେ ଯାହା ଚିକେନ,ମଟନଠୁ ମଧ୍ୟ ମହଙ୍ଗା ମିଳିଥାଏ।

{"id":320028,"sizeSlug":"large"}

୧.ଚେରି ଟମାଟୋ : ଛୋଟ ଏବଂ ଗୋଲ ଟମାଟୋ ଯାହାର ଆକାର ଚେରୀ ଭଳି ହୋଇଥାଏ। ଏହା ଅନେକ ପ୍ରକାରର ବ୍ୟଞ୍ଜନରେ ଉପଯୋଗ କରାଯାଇଥାଏ। ଅନେକ ଥର ସାଲାଡରେ ମଧ୍ୟ ଏହାର ଉପଯୋଗ ହୋଇଥାଏ। କିନ୍ତୁ ଏହା ଅତ୍ୟଧିକ ମହଙ୍ଗା ହୋଇଥାଏ। କାରଣ ଏହାର ଚାହିଦା ଅନୁସାରେ ଏହା ଯୋଗାଣ ହୋଇପାରିନଥାଏ। ଏହି ସାଧାରଣ ପରିବା ବଜାର କିମ୍ବା ହାଟରେ ଖୁବ୍ କମ୍ ମିଳିଥାଏ। କିନ୍ତୁ ଆପଣ ଏହାକୁ ସୁପରମାର୍କେଟରୁ କିଣି ପାରିବେ। ସାଧାରଣତଃ ଏହାର ମୂଲ୍ୟ ୧୬୦ଟଙ୍କା କିଲୋଗ୍ରାମ୍ ହୋଇଥାଏ।

{"id":320033,"sizeSlug":"large"}

୨. ଜ୍ୟୁକିନି (କ୍ଷୁଦ୍ର ସବୁଜ ଲାଉ ପରି ପରିବା) : ଜ୍ୟୁକିନି ଏକ ଅତ୍ୟନ୍ତ ପୁଷ୍ଟିକର ପରିବା। ଆପଣ ଏହାକୁ ରୋଷେଇ ନକରି ମଧ୍ୟ ଖାଇ ପାରିବେ। ଏହା ସବୁଜ ଏବଂ ହଳଦିଆ ରଙ୍ଗର ହୋଇଥାଏ। ଏଥିରେ ନାମ ମାତ୍ର କ୍ୟାଲୋରୀ ରହିଥାଏ। ଏହାର ଅଧିକତର ଉପଯୋଗ ଫାଷ୍ଟ ଫୁଡ ଏବଂ ସାଲାଡରେ କରାଯାଇଥାଏ। ଅଧିକ ଚାହିଦା ଏବଂ କମ୍ ଯୋଗାଣ ଯୋଗୁଁ ବଜାରରେ ଏହା କମ୍ ଦେଖାଯାଇଥାଏ। ସୁପରମାର୍କେଟରେ ଏହା ଖୁବ୍ କଷ୍ଟରେ ମିଳିଥାଏ। ଏହାର ମୂଲ୍ୟ ପ୍ରତି କିଲୋଗ୍ରାମକୁ ୮୦ଟଙ୍କାରେ ମିଳିଥାଏ।

{"id":320034,"sizeSlug":"large"}

୩. ବେବି କର୍ନ : ଏହି ପରିବା ବିଷୟରେ ସମସ୍ତେ ଜାଣିଛନ୍ତି। ଏହା ବିଭିନ୍ନ ପ୍ରକାରର ଭାରତୀୟ ବ୍ୟଞ୍ଜନରେ ଉପଯୋଗ କରାଯାଇଥାଏ। ବେବି କର୍ନର ଉପଯୋଗ ସବୁଠୁ ଅଧିକ ଇଟାଲିୟନ ଏବଂ ଚାଇନିଜ ବ୍ୟଞ୍ଜନରେ ହୋଇଥାଏ। କିନ୍ତୁ ଏହାର ଚାହିଦା ଅତ୍ୟଧିକ ହୋଇଥାଏ। ଏଥିରେ ମଧ୍ୟ କ୍ୟାଲୋରୀ ବହୁତ କମ୍ ରହିଥାଏ। ଭାରତରେ ଏହା କମ୍ ଚାଷ କରାଯାଇଥାଏ। ଏଥିପାଇଁ ଏହା ଦାମୀ ହୋଇଥାଏ। ଏହାର ମୂଲ୍ୟ ପ୍ରତି କିଲୋଗ୍ରାମକୁ ୬୦ଟଙ୍କା।

{"id":320035,"sizeSlug":"large"}

୪. ସେଲେରୀ : ସେଲେରୀ ଏକ ସବୁଜ ରଙ୍ଗର ସାଲାଡ ଯାହା ଭାରତୀୟ ବଜାରରେ ଅଧିକ ମୂଲ୍ୟରେ ମିଳିଥାଏ। ଆପଣ ଏହାକୁ ରୋଷେଇ ନକରି ମଧ୍ୟ ଖାଇ ପାରିବେ। ଦେଶରେ ହେଉଥିବା ସେଲେରୀର ଦୁଇ-ତୃତୀୟାଂଶ ଭାଗ ବିଦେଶକୁ ଚାଲି ଯାଇଥାଏ। ଏଥିପାଇଁ ଏହାର ମୂଲ୍ୟ ଏଠାରେ ବଢ଼ିଯାଇଥାଏ କାରର ଚାହିଦା ଅଧିକ ହୋଇଥାଏ। ଏହାର ମୂଲ୍ୟ ପ୍ରତି କିଲୋଗ୍ରାମକୁ ୧୧୦ଟଙ୍କା।

{"id":320037,"sizeSlug":"large"}


୫.  ଲେଟୁସ୍ (ଭଙ୍ଗୁର ପତ୍ର ବିଶିଷ୍ଟ ଏକ ଉଦ୍ଭିଦ) : ଲେଟସ୍ ସବୁଠୁ ଅଧିକ ଫାଷ୍ଟଫୁଡରେ ବ୍ୟବହୃତ ହୋଇଥାଏ। ଏହା ଭାରତରେ ଅଧିକାଂଶ ଭାବରେ ଶୀତଦିନେ ଚାଷ କରାଯାଇଥାଏ। ଦକ୍ଷିଣ ଭାରତରେ ଏହାର ଚାଷ ଉପଯୁକ୍ତ ମାତ୍ରାରେ ହୋଇଥାଏ। କିନ୍ତୁ ଆପଣଙ୍କୁ ସାଧାରଣତଃ ଏହା ପରିବା ହାଟରେ ମିଳିବ ନାହିଁ। କିନ୍ତୁ ସୁପର ମାର୍କେଟରେ ଏହା ମିଳିଯିବ। ଏହାର ମୂଲ୍ୟ ପ୍ରତି କିଳୋଗ୍ରାମକୁ ୧୨୦ଟଙ୍କା।

{"id":320038,"sizeSlug":"large"}

୬. ଲିକ୍ ( ନଳାକାର ଧଳା କନ୍ଦା ପିଆଜ ଜାତୀୟ ପରିବା) : ଲିକ୍ ପିଆଜର ଏକ ପ୍ରଜାତି। ଏଥିରେ ଅଧିକ ମାତ୍ରାରେ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏହାକୁ ସବୁଠୁ ଅଧିକ ଲୋକେ ସାଲାଡରେ ଖାଇଥାନ୍ତି। ଏହାକୁ ପରିବା ସହ ମିଶାଇ ମଧ୍ୟ ରୋଷେଇ କରାଯାଏ। ଭାରତରେ ଏହାର ମୂଲ୍ୟ ପ୍ରତି କିଲୋଗ୍ରାମକୁ ୫୫ଟଙ୍କା ହୋଇଥାଏ।

{"id":320039,"sizeSlug":"large"}

୭.ଆସପାରାଗସ୍ (ଶତାବରୀ ଜାତୀୟ ଉଦ୍ଭିଦ) : ଭାରତରେ ମହଙ୍ଗା ବିକ୍ରି ହେଉଥିବା ପରିବା ମଧ୍ୟରେ ଆସପାରାଗସ୍ ଖୁବ୍ କଷ୍ଟରେ ମିଳିଥାଏ। ଏହା ଭାରତରେ ଚାଷ କରାଯାଇଥାଏ କିନ୍ତୁ ଏହାର ଉପଯୋଗ ବାଣିଜ୍ୟିକ ସ୍ତରରେ କମ୍ ହୋଇଥାଏ। ଅନେକ ଥର ଭାରତରେ ଏହାର ଚାହିଦାକୁ ପୂରା କରିବା ପାଇଁ ଏହାକୁ ବିଦେଶରୁ ଆମଦାନୀ କରାଯାଇଥାଏ। ଏହା ଆପଣଙ୍କୁ ସାଧାରଣ ପରିବା ହାଟରେ ମିଳିବ ନାହିଁ। ଏହାର ମୂଲ୍ୟ ୨୦୦ଟଙ୍କାରୁ ୩୫୦ଟଙ୍କା ପ୍ରତି କିଲୋ।

{"id":320042,"sizeSlug":"large"}

୮. ପାର୍ସଲେ (ଏକ ପ୍ରକାରର ଶାଗ ପତ୍ର ) : ସବୁଜ ଧନିଆ ପତ୍ର ଭଳି ଦେଖା ଯାଉଥିବା ଏହି ପରିବା ଭାରତର ସାଧାରଣ ବଜାରରେ ମିଳିନଥାଏ। ଭାରତର ରେଷ୍ଟୁରାଣ୍ଟରେ ସବୁବେଳେ ବିଦେଶରୁ ଆମଦାନୀ ହେଉଥିବା ପାର୍ସଲେ ବ୍ୟବହୃତ ହୋଇଥାଏ। ଏହାର ମୂଲ୍ୟ ପ୍ରତି କିଲୋ ୧୪୦ଟଙ୍କା ହୋଇଥାଏ।

{"id":320043,"sizeSlug":"large"}

୯. ବୋକ ଚୟ : ବୋକ ଚୟ ମଧ୍ୟ ଭାରତରେ ଖୁବ୍ ଦାମୀ ହୋଇଥାଏ। କାରଣ ଏହାର ଚାହିଦା କମ୍। ଏହା ସହଜରେ ସୁପରମାର୍କେଟରେ ମଧ୍ୟ ମିଳିନଥାଏ। ଏଥିପାଇଁ ପୂର୍ବରୁ ଅର୍ଡ଼ର ଦେବାକୁ ପଡ଼ିଥାଏ। ଏବେ ଏହା ଭାରତରେ ପ୍ରତିଦିନ ପ୍ରସିଦ୍ଧ ହେବାକୁ ଲାଗିଛି। ଭାରତରେ ଏହା ପ୍ରତି କିଲୋଗ୍ରାମକୁ ୯୦ଟଙ୍କାରେ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.