ଫୋର୍ବସ ମ୍ୟାଗଜିନରେ ଏହି ସବୁ ସହର ଏସିଆ ମହାଦେଶର ସବୁଠୁ ବିପଦଜନକ, ଏଥିରେ ଆପଣଙ୍କ ସହର ନାହିଁତ

Published By : Prameya-News7 Bureau | May 17, 2019 IST

ସାରା ବିଶ୍ବରେ ଏସିଆ ମହାଦେଶକୁ ସବୁଠୁ ସୁରକ୍ଷିତ ମହାଦ୍ବୀପ କୁହାଯାଏ । ଏଣୁ ବିଶ୍ବର ବିପଦଜନକ ସହର ସୂଚୀରେ ଏସିଆର ପ୍ରାୟ ସହର ଆସନ୍ତିନି। ହେଲେ ନିକଟରେ ଫୋର୍ବସ ମ୍ୟାଗଜିନ କରିଥିବା ଏକ ସର୍ଭେରୁ ଏହି ମହାଦ୍ବୀପର ଏମିତି କିଛି ସହର ଅଛି ଯେଉଁଠି ବସବାସ କରିବା ନିରାପଦ ନୁହେଁ । ଏଠାରେ ଏସିଆର ୪ଟି ବିପଦଜନକ ସହର ସମ୍ପର୍କରେ ଆମେ ଆଲୋଚନା କରିବା । ଯଦି ଆପଣ ସେଠାରେ ଅବସ୍ଥାନ କରୁଥାନ୍ତି କି ଯିବାକୁ ପ୍ଲାନିଂ କରୁଛନ୍ତି ତେବେ ଆଗରୁ ଥରଟିଏ ନିଶ୍ଚିତ ଚିନ୍ତା କରନ୍ତୁ।

{"id":113050}

ଏଭଳି ଏକ ସହର ହେଉଛି ଫିଲପାଇନ୍ସର ମେଟ୍ରୋମାନିଲା। ୧୨.୮ ନିୟୁତ ଜନସଂଖ୍ୟାର ଏହି ସହରରେ ଏବେ ପ୍ରାୟ ଦିନ ଲୁଟପାଟ ଓ ଅପରାଧ ବଢିବାରେ ଲାଗିଛି । ଯେଉଁଥିରେ ପ୍ରାୟତଃ ପର୍ଯ୍ୟଟକ ଦୁର୍ବୃତଙ୍କ ଶିକାର ହେଉଥିବା ଅଭିଯୋଗ କରୁଛନ୍ତି । ଏଠାକାର ପ୍ରାୟ ସ୍ଥାନରେ ଲୋକଙ୍କୁ ମଦ ପିଇ ଉତ୍ପାତ କରୁଥିବା ଦେଖାଯାଉଛି।  ସେହିପରି ଏସିଆର ଆଉ ଏକ ସହର ହେଉଛି ମଙ୍ଗୋଲିଆର ଅଲାନ ବଟର। ଏଠାକାର ଲୋକଙ୍କ ହିଁ ଏମିତି। ଉଚ୍ଚ ଶ୍ବରରେ କଥାବାର୍ତା ପସନ୍ଦ କରୁନଥିବା ଲୋକେ  ଜାତୀୟତାବାଦ ଆନ୍ଦୋଳନରେ ହୋଇ ସେଠାକୁ ଯାଉଥିବା ବିଦେଶୀ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି। ଯେପରି ବିଦେଶୀ ଲୋକଙ୍କ ସଂସ୍ପର୍ଷରେ ସ୍ଥାନୀୟ ଲୋକେ ନ ଆସନ୍ତି ସେଥିପାଇଁ ସେମାନଙ୍କୁ ଏଭଳି ବ୍ୟବହାର କରାଯାଉଛି। ଏଠାକାର ଅପରାଧ ହାର ଏବେ ଚିନ୍ତାର କାରଣ ପାଲଟିଛି।

{"id":113051}

ଏଇଭଳି ଅସୁରକ୍ଷିତ ସହର ସୂଚୀରେ ରହିଛି ଭାରତର ଗୁରଗ୍ରାମ। ରାଜଧାନୀ ଦିଲ୍ଲୀ ଏନସିଆର ଅଞ୍ଚଳ ଅନ୍ତର୍ଗତ ଏହି ସହରଟି ଏବେ ମହିଳା ଓ ଯୁବତୀଙ୍କ ପାଇଁ ଅସୁରକ୍ଷିତ ମନେ କରାଯାଉଛି। ଏଠାରେ ଅନେକ ବଡବଡ ସପିଂ ମଲ ଓ ରେଷ୍ଟୁରାଣ୍ଟ ରହିଛି । ହେଲେ ଏଠାରେ ମହିଳା ଓ ଯୁବତୀଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଏସିଆର ଆଉ ଗୋଟିଏ କୁଖ୍ୟାତ ସହର ହେଉଛି ମାଲେସିଆର କୁଆଲଲମ୍ପୁର। ଏଠାକୁ ଯିବାକୁ ଥିଲେ ଆଗରୁ ସହର ସମ୍ପର୍କରେ ସତର୍କ ହୋଇଯାଆନ୍ତୁ। ଏଠାରେ ଚୋରି, ଅଭଦ୍ର ବ୍ୟବହାର ଓ ଦୁଷ୍କର୍ମ ସାଧାରଣ କଥା। ହେଲେ କୁଆଲଲମ୍ପୁର ପୋଲିସ କେବେବି ଏହି ଅଭିଯୋଗକୁ ସ୍ବୀକାର କରୁନି।

{"id":113052}

ତେବେ ସମୟର ପରିବର୍ତ୍ତନ ସହ ଅପରାଧର ମଧ୍ୟ ସଜ୍ଞା ବଦଳିଛି। ଏଣୁ ଲୋକେ ଚାକିରୀ, ଭ୍ରମଣ ଓ ବିଭିନ୍ନ କାମ ପାଇଁ ଏହି ସବୁ ସହରକୁ ପ୍ରତ୍ୟହ ଆସୁଛନ୍ତି। ସେଠାକାର ବିପଦ ପ୍ରତି ସତର୍କତା ଅବଲମ୍ବନ କରା ନଗଲେ ଅପରାଧ ତତ୍ବଙ୍କ ଶିକାର ହେବା ନିଶ୍ଚିତ। ଯଦି ଏହି ସବୁ ସହରରେ ରହୁଥାନ୍ତି କି ସେଠାକୁ ଯାଉଥାନ୍ତି ନିଶ୍ଚିତ ସତର୍କତା ଅବଲମ୍ବନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.