Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଶ୍ବର ଏହି ୩ଟି ଦେଶରେ ହୋଇଥାଏ ସବୁଠୁ ଅଧିକ ଦୁର୍ନୀତି : ପଢ଼ନ୍ତୁ ପୂରା ଖବର

10/11/2019 at 2:23 PM

ବିଶ୍ବରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ  ଦୁର୍ନୀତି ଚାଲିଛି। ଯେଉଁ ଦେଶରେ ଦୁର୍ନୀତି ଚାଲିଥାଏ ସେଠାରେ ବେକାରୀ,ଦାରିଦ୍ର୍ୟ ଭଳି ସମସ୍ୟା ଦେଖିବାକୁ ମିଳିଥାଏ। ଭାରତ ମଧ୍ୟ ବିଶ୍ବର ଦୁର୍ନିୀତିଗ୍ରସ୍ତ ଦେଶ ମଧ୍ୟରୁ ଗୋଟିଏ। ଏହି କାରଣରୁ ଏହି ଦେଶରେ ବେକାରୀ ସମସ୍ୟା ସବୁଠୁ ଅଧିକ ଦେଖିବାକୁ ମିଳିଥାଏ। କିନ୍ତୁ ଭାରତ ବ୍ୟତୀତ ବିଶ୍ବରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ଦୁନୀତିଗ୍ରସ୍ତ ଶାସନ ଚାଲିଛି।

୧. ମିଆଁମାର : ମିଆଁମାରଙ୍କ ତୃତୀୟ ଏପରି ଦେଶ ଯେଉଁଠାରେ ସବୁଠୁ ବେଶୀ ଦୁର୍ନୀତି ଚାଲିଥାଏ। ଏଠାରେ ଦୀର୍ଘ ଦିନ ଯାଏଁ ଆର୍ମିଙ୍କ ଶାସନ ଚାଲିଥିଲା। ଏଠାରେ ଆର୍ମିଙ୍କ ରାଜୁତି ଚାଲିଥିବା ଯୋଗୁଁ ଅନେକ ବଡ଼ ବଡ଼ ଅଫିସର କୋଟି କୋଟି ଟଙ୍କା ଲୁଟି ନେଉଥିଲେ।

୨. ଉତ୍ତର କୋରିଆ : ଉତ୍ତର କୋରିଆ ବିଶ୍ବର ଦ୍ବିତୀୟ ଏପରି ଦେଶ ଯେଉଁଠାରେ ସବୁଠୁ ବେଶୀ ଦୁର୍ନୀତି ହୋଇଥାଏ। ଉତ୍ତର କୋରିଆ ଏକ ଗଣତାନ୍ତ୍ରିକ ଦେଶ ହେବା ସତ୍ବେ  ମଧ୍ୟ ଏଠାରେ ଜଣେ ଶାସକ କିମ ଜଙ୍ଗ ଉନଙ୍କ ଶାସନ ଚାଲିଥାଏ। ଏଠାକାର ସରକାର ଏବଂ ଆର୍ମି ମଧ୍ୟ ଦୁର୍ନୀତିଗ୍ରସ୍ତ ହୋଇଥାଆନ୍ତି। ଏହା ବ୍ୟତୀତ ଏଠାରେ ଲୋକଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ। କିନ୍ତୁ ତଥାପି ଏହି ଦେଶରେ ଅଧିକାଂଶ ଲୋକେ ବେକାରୀ ସମସ୍ୟା ଭୋଗୁଛନ୍ତି।

୩. ସୋମାଲିଆ : ସୋମାଲିଆ ବିଶ୍ବର ପ୍ରଥମ ଏପରି ଦେଶ ଯେଉଁଠାରେ ସବୁଠୁ ଅଧିକ ଦୁର୍ନୀତି ଚାଲିଥାଏ। ସୋମାଲିଆକୁ ବିଶ୍ବର ସବୁଠୁ ଗରିବ ଦେଶ ବୋଲି ଜଣାଯାଏ।

   Related Posts