ଘରେ ପଶିବ ନାହିଁ ଗୋଟିଏ ବି ମଶା କି ମାଛି : ଅବଲମ୍ବନ କରନ୍ତୁ ଏହି ଉପାୟ

Published By : Prameya-News7 Bureau | May 09, 2019 IST

ଆପଣଙ୍କ ଘରେ ଯଦି ମାଛି ରହିଛି ତେବେ ଏହା ଏକ ଗୁରୁତର ସମସ୍ୟା ଏବଂ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ। ଏହା ଆପଣଙ୍କୁ ଆପଣଙ୍କ କଳ୍ପନାଠାରୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏକ ସାଧାରଣ ମାଛି ୬୦ରୁ ଅଧିକ ପ୍ରକାରର ରୋଗ ଯେପରିକି ଟାଇଫଏଡ଼,ହଇଜା ଆଦି ରୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ।

୧.କେତେକ ଅଧ୍ୟୟନରୁ ଜଣା ପଡ଼ିଛି ଯେ ଲବଙ୍ଗ ତେଲର ଗନ୍ଧରେ ମଶା ଏବଂ ମାଛି ଦୂରକୁ ପଳାଇଥାଆନ୍ତି। ଏହା ସହିତ ଲବଙ୍ଗ ତେଲକୁ ନଡ଼ିଆ ତେଲ ସହ ମିଶାଇ ତ୍ବଚାରେ ଲଗାଇବା ଦ୍ବାରା ଓଡ଼ୋମସର କାମ କରିଥାଏ।

୨.ଗେଣ୍ଡୁ ଫୁଲର ଗନ୍ଧରେ ମଶା ମାଛି ବାହାରକୁ ଚାଲିଯାଇଥାଆନ୍ତି। ନିଜ ବଗିଚାରେ ଗେଣ୍ଡୁ ଗଛ ଲଗାଇବା ଦ୍ବାରା ସନ୍ଧ୍ୟାରେ ମଶା ମାଛି ଘରକୁ ପ୍ରବେଶ କରି ପାରନ୍ତି ନାହିଁ।

୩.କେତେକ ଗବେଷଣାରୁ ଜଣାପଡ଼ିଛି ଯେ ଗ୍ରୀନ ଆପ୍ପଲ୍ ଲିକୁଇଡ ସୋପ ମାଛିକୁ ଆକର୍ଷିତ କରିଥାଏ। ଦୁଇ ଚାମଚ ଗ୍ରୀନ ଆପ୍ପଲ୍ ଲିକୁଇଡ ସୋପକୁ ଏକ ଜାରରେ ପକାଇ ଏହା ଉପରେ କିଛି ଇଞ୍ଚ ଯାଏଁ ପାଣି ଭର୍ତ୍ତି କରନ୍ତୁ। ମାଛି ଗ୍ରୀନ ଆପ୍ପଲ୍ ଲିକୁଇଡ ସୋପ ବାସ୍ନାରେ ଏହି ଜାର ଭିତରକୁ ଆସିବ ଏବଂ ପାଣିରେ ବୁଡ଼ିଯିବ। ଏହିଭଳି ଭାବରେ ଆପଣ ମାଛିକୁ ଧରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.