Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଶାଙ୍କଠୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଘରୋଇ ଉପାୟ, ଦର୍କାର ହେବନି ମଶାଧୂପ

ଗ୍ରୀଷ୍ମ ଋତୁ ଆସିଲେ ମଶାଙ୍କ ସଂଖ୍ୟା ବଢିଯାଏ। ମଶାଙ୍କଠୁ ରକ୍ଷା ପାଇବା ପାଇଁ ଲୋକେ ଅନେକ ପନ୍ଛା ଅବଲମ୍ବନ କରିଥାନ୍ତି । କିଏ ବଜାରରେ ମିଳୁଥିବା ମଶା ଧୂପ ବା କଏଲ ବ୍ୟବହାର କରିଥାଏ ଥ କିଏ ମଶାରୀ ଟାଣି ଭୀଷଣ ଗରମରେ ହନ୍ତସନ୍ତ ହେଉଥାଏ । ତେବେ ଏମିତି କିଛି ଘରୋଇ ଔଷଧିୟ ଉପଚାର ରହିଛି ଯାହା ଦ୍ୱାରା ମଶାଙ୍କଠୁ ମୁକ୍ତି ମିଳିଥାଏ।ଏହା ଜାଣିଲେ ଆପଣ ବି ମଶାଧୂପର ଉତ୍କଟ ଧୂଆଁରୁ ରକ୍ଷା ପାଇପାରିବେ ।
ବଜାରରେ ମିଳୁଥିବା କଏଲ କିମ୍ୱା ମଶା ଧୂପ ସ୍ୱାସ୍ଥ ପାଇଁ କ୍ଷତିକାରକ ହୋଇଥାଏ। ତେବେ ମଶା ଓ ମଶାଧୂପର ଧୂଆଁରୁ ରକ୍ଷା ପାଇବା ଲାଗି ସହଜ ଉପାୟଟି ହେଲା ରଶୁଣ। ଖାଇବା ସମୟରେ ସବୁବେଳେ ରସୁଣ ଖାଇଲେ ମଶାମାନେ ପାଖକୁ ମଧ୍ୟ ଆସିବେ ନାହିଁ।

ତ୍ୱଚାରେ ନୀମ ତେଲ ବ୍ୟବହାର କରିଲେ ମଶାଙ୍କଠୁ ମୁକ୍ତି ମିଳିଥାଏ। ଏହି ଔଷଧିୟ ଉପଚାର ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ନୀମ ତେଲ ଲଗାଇଲେ ଶରୀରରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ। ମଶା ଧୂପ ଲଗାଇଲେ ମଶା କାମୁଡିବା ସମସ୍ୟାର ସମାଧାନ ହେବ ସତ କିନ୍ତୁ ଏହାର ଧୂଆଁ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଭାରତୀୟ ପରୀକ୍ଷା ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ହୋଇଥିବା ଏକ ସର୍ବଷେଣ ଅନୁସାରେ ଗୋଟେ ମଶା ଧୂପର କଏଲରୁ ବାହାରୁଥିବା ଧୂଆଁ ୧୦୦ଟି ସିଗରେଟ ଧୂଆଁ ସହିତ ସମାନ। ତେବେ ଏହି କାରଣରୁ ମଶା ଧୂପର କଏଲ ବ୍ୟବହାର କରିବା ଖରାପ । ତାଇୱାନ ଇନଷ୍ଟିଚ୍ୟୁଟ ଅଫ ମେଡିସିନର ଏକ ଗବେଷଣାର ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ଲୋକଙ୍କ ଫୁସଫୁସରେ କ୍ୟାନସର ହେବାର କାରଣ ମଧ୍ୟ ଏହି ମଶା ଧୂପର ଧୂଆଁ। ପ୍ରକୃତରେ ମଶା ଧୂପରେ ପିରେଥ୍ରମ କ୍ୟାମିକାଲ୍ସ ଥାଏ ଯାହା ଦ୍ୱାରା ମଶା ଅନ୍ଧ ହୋଇ ମରିଥାନ୍ତି। ତେବେ ଏହା ଆଜମା ଓ ଶ୍ୱାସ ରୋଗୀଙ୍କ ପାଇଁ ଅଧିକ କ୍ଷତିକାରକ ହୋଇଥାଏ। 

695 Views

   ସମ୍ବନ୍ଧିତ ଖବର