ମସ୍‌ଜିଦ୍‌ରେ ଗୁଳିମାଡ଼ : ୫ ମୃତ, ୧୮ ଆହତ

Published By : Prameya-News7 Bureau | November 23, 2020 IST

ନାଇଜେରିଆ ୨୩।୧୧: ମସ୍‌ଜିଦ ଗୁଳିମାଡ଼ । ମସ୍‌ଜିଦ୍‌ରେ ବନ୍ଧୁକାରୀର ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସୁରକ୍ଷାକର୍ମୀମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଖବର ଅନୁଯାୟୀ, ଆଫ୍ରିକୀୟ ଦେଶ ନାଇଜେରିଆର ଏକ ମସ୍‌ଜିଦରେ ବନ୍ଧୁକାରୀମାନେ  ଅଚାନକ ପଶିଯାଇଥିଲେ । ମସ୍‌ଜିଦ୍‌ରେ ସେହି ସମୟରେ ନମାଜ ପାଠ ପଢା ଚାଲିଥିଲା । ବନ୍ଧୁକଧାରୀମାନେ ହଠାତ୍‌ ମସଜିଦ୍‌ ପରିସରେ ଗୁଳିବର୍ଷଣ କରିବା ଆରମ୍ଭ କରିଥିଲେ । ଏହାପରେ ଜଣେ ଧର୍ମଗୁରୁଙ୍କ ସହିତ ୧୮ଜଣ ଲୋକଙ୍କୁ ଅପହରଣ କରିଥିଲା ।

ଏହାପରେ ଆକ୍ରମଣକାରୀମାନେ ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ଯେଉଁଥିରେ କି ଘଟଣାସ୍ଥଳରେ ହିଁ ୨ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ବାକି ୩ଜଣ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନିକଟରେ ଥିବା ଏକ ଜଙ୍ଗଲ ଭିତରକୁ ଦୌଡି ପଳାଇଯାଇଥିଲେ । ପୋଲିସ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଛାନ୍‌ଭିନ୍‌ ଜାରି ରଖିଛନ୍ତି । ତେବେ ବିଗତ କିଛି ଦିନମାନଙ୍କରେ ନାଇଜେରିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ଲୁଟ୍‌, ଅପହରଣ ଓ ଅନ୍ୟାନ୍ୟ ଅପରାଧିକ ମାମଲା ବଢିବାରେ ଲାଗିଛି । ଯାହାକି ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.