କରୋନାକୁ ମାତ୍ ଦେଇ ପାରିଲେନି ଗୋଲ୍ଡ ମେଡାଲିଷ୍ଟ ଓ ପୂର୍ବତନ କୋଚ୍ ଏମକେ କୌଶିକ, ୨୧ ଦିନ ସଂଘର୍ଷ ପରେ ଦେହାନ୍ତ

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୦୮।୦୫: ପୂର୍ବତନ ହକି ଖେଳାଳି ଓ କୋଚ୍ ଏମକେ କୌଶିକ ତିନି ସପ୍ତାହ ଧରି କରୋନା ସହ ସଂଘର୍ଷ ପରେ ଶନିବାର ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ  ହୋଇଥିଲା। ତାଙ୍କ ପରିବାର କହିଲେ ପତ୍ନୀ ଏବଂ ପୁଅ।

ମସ୍କୋ ଅଲିମ୍ପିକ ୧୯୮୦ରେ ସ୍ଵର୍ଣ୍ଣ ପଦକ ବିଜେତା ଦଳର ସଦସ୍ୟ ଥିବା କୌଶିକଙ୍କୁ ଏପ୍ରିଲ ୧୭ରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ପରେ ଏକ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ପୁଅଙ୍କ ଅନୁଯାୟୀ, ଶନିବାର ସକାଳେ ତାଙ୍କୁ ଜୀବର ରକ୍ଷାକାରୀ ଯନ୍ତ୍ର(ଭେଣ୍ଟିଲେଟର)ରେ ରଖାଯାଇଥିଲା। ହେଲେ ଆଜି ତାଙ୍କ ପରଲୋକ ଘଟିଛି।

wp:html /wp:html

କୌଶିକ ଭାରତର ସିନିୟର ପୁରୁଷ ଏବଂ ମହିଳା ଦଳର ପ୍ରଶିକ୍ଷକ ମଧ୍ୟ ଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ପୁରୁଷ ଦଳ ବ୍ୟାଙ୍କକ୍ ଏସୀୟ କ୍ରୀଡା ୧୯୯୮ରେ ସ୍ଵର୍ଣ୍ଣ ପଦକ ଜିତିଥିଲା। କେବଳ ଏତିକି ନୁହେଁ ଭାରତୀୟ ମହିଳା ଦଳ ମଧ୍ୟ ୨୦୦୬ ଦୋହା ରାଜ୍ୟଗୋଷ୍ଠୀ କ୍ରୀଡାରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲା।

ହକି ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ୧୯୯୮ରେ ଅର୍ଜୁନ ପୁରସ୍କାର ଓ ୨୦୦୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ହକି ଇଣ୍ଡିଆ ମଧ୍ୟ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛି। କ୍ରୀଡା ମନ୍ତ୍ରୀ କିରେନ ରିଜିଜ୍ କୌଶିକଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ମସ୍କୋ ଅଲିମ୍ପିକର ସ୍ଵର୍ଣ୍ଣ ପଦକ ବିଜେତା ଦଳର ସ୍ଵର୍ଣ୍ଣିମ ସଦସ୍ୟଙ୍କୁ ଆମେ ହରାଇଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.