କରୋନା ସହ ଲଢେଇ କରି ହାରିଗଲେ ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୦୮।୦୫: ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ତଥା ମସ୍କୋ ଅଲିମ୍ପିକ ୧୯୮୦ର ସ୍ଵର୍ଣ୍ଣ ପଦକ  ବିଜେତା ରବିନ୍ଦର ପାଲ ସିଂହଙ୍କର କରୋନାରେ ପରଲୋକ ଘଟିଛି। ଗତ କିଛି ଦିନ ହେବ କରୋନା ସହ ସଂଘର୍ଷ ପରେ ଶନିବାର ସକାଳେ ଲକ୍ଷ୍ନୌରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ରବିନ୍ଦର। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସିଂହଙ୍କୁ ଏପ୍ରିଲ ୨୪ରେ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପରିବାର ଲୋକଙ୍କ ଅନୁଯାୟୀ, ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିଲେ ଏବଂ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ କରୋନା ଓ୍ଵାର୍ଡରୁ ବାହାରିଥିଲେ। ତେବେ ଶୁକ୍ରବାର ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଚାନକ ବିଗିଡିଥିଲା ଏବଂ  ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଲସ୍ ଏଞ୍ଜଲେସ୍ ଅଲିମ୍ପିକ ୧୯୮୪ରେ ଅଂଶ ଗ୍ରହଣ କରିଥିବା ସିଂହ ଅବିବାହିତ ଥିଲେ। ସେ ୧୯୭୯ ଜୁନିୟର ବିଶ୍ଵ କପରେ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ। ହକିରୁ ଅବସର ନେବା ପରେ ଷ୍ଟେଟ ବ୍ୟାଙ୍କରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ।

wp:html /wp:html

ସୀତାପୁରରେ ଜନ୍ମିତ ରବିନ୍ଦର ପାଲ୍ ସିଂହ ୧୯୭୯ ରୁ ୧୯୮୪ ମଧ୍ୟରେ ଦଳ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ। ଦୁଇଟି ଅଲିମ୍ପିକ ବ୍ୟତୀତ ସେ ୧୯୮୦ ଓ ୧୯୮୩ରେ ଚମ୍ପିଆନ୍ସ ଟ୍ରଫି, ୧୯୮୨ରେ ବିଶ୍ଵ କପ୍ ଓ ୧୯୮୨ରେ ଏସିଆ କପରେ ଭାରତ ପକ୍ଷରୁ ଖେଳିଥିଲେ। କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଦେହାନ୍ତରେ ଶୋକ ପ୍ରକଟ କରି କହିଛନ୍ତି, ଏହା ଶୁଣି ମୋତେ ଦୁଃଖ ଲାଗିଲା ଯେ, ରବିନ୍ଦର ପାଲ୍ ସିଂହ କରୋନା ଲଢେଇରେ ହାରିଗଲେ। ଭାରତ ମସ୍କୋ ଅଲିମ୍ପିକର ସ୍ଵର୍ଣ୍ଣ ପଦକ ବିଜେତା ହକି ଦଳର ଏକ ସ୍ଵର୍ଣ୍ଣିମ ସଦସ୍ୟଙ୍କୁ  ହରାଇଛି। ଭାରତୀୟ କ୍ରୀଡାରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନକୁ ମନେ ରଖିବ ବୋଲି ରିଜିଜୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.