LIC ଦେଉଛି ସବୁଠୁ ଶସ୍ତାରେ ଘର କିଣିବାର ସୁବିଧା : ଜାଣନ୍ତୁ କିପରି?

Published By : Prameya-News7 Bureau | July 23, 2020 IST

ନୂଆଦିଲ୍ଲୀ ୨୩/୭: କରୋନା ସଙ୍କଟ ସମୟରେ ଘର କିଣିବା ଅତ୍ୟନ୍ତ ସହଜ ହୋଇଯାଇଛି। କେତେକ ବ୍ୟାଙ୍କ୍ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ ହୋମ୍ ଲୋନରେ ସୁଧ ଦର କମ୍ କରି ଦେଇଛନ୍ତି। କରୋନା ସଙ୍କଟରେ କେତେକ ବ୍ୟାଙ୍କ୍ ଦୁଇରୁ ତିନି ଥର ସୁଧ ଦର କାଟ୍ କରିଛି।

ଏହି ତାଲିକାରେ ଭାରତୀୟ ଜୀବନ ବୀମା ନିଗମର କମ୍ପାନୀ ହାଉସିଂ ଫାଇନାନ୍ସ ଲିମିଟେଡର ମଧ୍ୟ ନାଁ ସାମିଲ ହୋଇଯାଇଛି। ପ୍ରକୃତରେ,ଏଲଆଇସି ହାଉସିଂ ଫାଇନାନ୍ସ ହୋମ୍ ଲୋନର ସୁଧ ଦରରେ ପୁଣି ଥରେ କାଟ୍ କରିଛି।

ଏବେ ହୋମ୍ ଲୋନ୍ ନେଉଥିବା ନୂଆ ଗ୍ରାହକଙ୍କ ପାଇଁ ସୁଧ ଦର ୬.୯୦ପ୍ରତିଶତ ହୋଇ ଯାଇଛି। ଏଲଆଇସି ହାଉସିଂ ଫାଇନାନ୍ସର ଏହା ଏବେ ସୁଦ୍ଧାର ସବୁଠୁ ନିମ୍ନ ସୁଧ ଦର। ଯେଉଁ ଗ୍ରାହକଙ୍କ ସିଭିଲ୍ ସ୍କୋର୍ ୭୦୦ଅଥବା ଏହାଠାରୁ ଅଧିକ ହେବ ସେମାନଙ୍କୁ ଏହି ଦରରେ ହୋମ୍ ଲୋନ୍ ଉପଲବ୍ଧ କରାଯିବ।

 ଏଲଆଇସି ହାଉସିଂ ଫାଇନାନ୍ସ ତରଫରୁ ଜାରି ବୟାନ ମୁତାବକ ସିଭିଲରେ ୭୦୦ଅଥବା ଏହାଠାରୁ ଅଧିକ ସ୍କୋର୍ ରଖିଥିବା ଗ୍ରାହକଙ୍କ ପାଇଁ ୫୦ଲକ୍ଷ ଟଙ୍କା ଯାଏଁ ହୋମ୍ ଲୋନରେ ସୁଧ ଦର ୬.୯୦ପ୍ରତିଶତରୁ ଆରମ୍ଭ ହେବ।

ଏହି ପ୍ରକାର ଏତେ ସ୍କୋର ସହ ୮୦ଲକ୍ଷ ଟଙ୍କାରୁ ଅଧିକ ହୋମ୍ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ପାଇଁ ୭ପ୍ରତିଶତ ସୁଧ ଦର ହେବ।

କମ୍ପାନୀର ହୋମ୍ ଲୋନରେ ସୁଧ ଦର ଏବେ ସୁଦ୍ଧା ସବୁଠୁ ନିମ୍ନ ସ୍ତରରେ ପହଞ୍ଚି ଯାଇଛି ଏଥିପାଇଁ ଗ୍ରାହକଙ୍କୁ କରଜରେ ମାସିକ କିସ୍ତିର ବିନିଯୋଗ ମଧ୍ୟ କମ୍ କରିବାକୁ ପଡ଼ିବ। ଏହା ଦ୍ବାରା ଘର କିଣିବା ପାଇଁ ଦାବି ବଢ଼ାଇବାକୁ ସାହାଯ୍ୟ ମିଳିବ।

କମ୍ପାନୀ ଅପ୍ରେଲ୍ ମାସରେ ସିଭିଲରେ ୮୦୦ଅଙ୍କ ଅଥବା ଏହାଠାରୁ ଅଧିକ ସ୍କୋର ରଖିଥିବା ଘର କିଣୁଥିବା ନୂଆ ଗ୍ରାହକଙ୍କ ପାଇଁ ହୋମ୍ ଲୋନରେ ସୁଧ ଦରକୁ ହ୍ରାସ କରି ୭.୫ପ୍ରତିଶତ କରି ଦେଇଥିଲା।

ଏଲଆଇସି ହାଉସିଂ ପେନସନଭୋଗୀଙ୍କ ପାଇଁ ଏକ ଖାସ୍ ହୋମ୍ ଲୋନ୍ ପ୍ରଡକ୍ଟ ମଧ୍ୟ ଜାରି କରିଛି। ଏହି ଯୋଜନା ଅନୁସାରେ ପ୍ରସ୍ତୁତ ଘର କିଣୁଥିବା ଗ୍ରାହକଙ୍କୁ ୬ ଇଏମଆଇ ଛାଡ଼ ଏବଂ ନିର୍ମାଣାଧୀନ ଘର ପାଇଁ କିସ୍ତି ଇନଭେଷ୍ଟରେ ୪୮ମାସର ରୋକ ଅବଧି ଭଳି ସୁବିଧା ଉପଲବ୍ଧ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.