ଆଫଗାନିସ୍ତାନ ଗଜ୍‌ନୀରେ ମୋର୍ଟାର ବିସ୍ଫୋରଣ: ୮ ମୃତ, ୭ ଗୁରୁତର

Published By : Prameya-News7 Bureau | November 08, 2020 IST

କାବୁଲ ୮/୧୧: ଆଫିଗାନିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଫିଗାନିସ୍ତାନ ଗଜନୀ ସହର ଅନ୍ତର୍ଗତ ନାଓ ଆବାଦ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ୩ଟି ମୋର୍ଟାର ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୮ ଜଣଙ୍କ ଜୀବନ ଯାଇଥିବା ବେ​‌ଳେ ଅନ୍ୟ ୭ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଏନେଇ ପୋଲିସ ପ୍ରବକ୍ତା ଓ୍ବାହିଦୁଲା ଜୁମା ସୂଚନା ଦେଇଛନ୍ତି।

wp:core-embed/twitter {"url":"https://twitter.com/ANI/status/1325446195511087104","type":"rich","providerNameSlug":"twitter","className":""}
https://twitter.com/ANI/status/1325446195511087104
/wp:core-embed/twitter

ଏହାପୂର୍ବରୁ ଆଫଗାନିସ୍ତାନ ସେନା ତାଲିବାନର ୩ଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍‌ କରି ୨୯ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆଫଗାନିସ୍ତାନ ସେନା ଦ୍ବାରା ନିଆଯାଇଥିବା କାର୍ଯ୍ୟନୁଷ୍ଠାନରେ ଜଣେ ତାଲିବାନୀ ଗୁଇନ୍ଦା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହେଲମଣ୍ଡ ପ୍ରାନ୍ତରେ ନାଦ ଅଲି ଜିଲ୍ଲାରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ଦ୍ବାରା ୧୦ ତାଲିବାନୀ ସଦସ୍ୟଙ୍କ ସମେତ ଜଣେ ତାଲିବାନୀ ଗୁଇନ୍ଦା ଅଧିକାରୀଙ୍କ ମୃତ୍ୟୁ ହୋଇଛି। ସେନା ଆକ୍ରମଣରେ ଜଣେ ଗଭର୍ଣ୍ଣନର ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.