Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପଞ୍ଚଭୂତରେ ବିଲୀନ ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର, ସାନ ପୁଅ ଦେଲେ ମୁଖାଗ୍ନି

2/11/2020 at 10:59 PM

ପୁରୀ୨/୧୧: ପୁରୀ ସ୍ୱର୍ଗଦ୍ୱାରରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ସାନ ପୁଅ ପୁନିତ ମିଶ୍ର ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ସ୍ୱର୍ଗଦ୍ୱାରରେ ରାଜୁ ମିଶ୍ରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବନ୍ଧୁ, ପ୍ରଶଂସକଙ୍କ ସୁଅ ଛୁଟିଥିଲା। ଆଜି ସକାଳେ ଜଟଣୀ ସ୍ଥିତ ବାସଭାବନରେ ହୃଦଘାତରେ ରାଜୁ ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ରାଜୁ ମିଶ୍ରଙ୍କ ବିୟୋଗରେ ପୁରା ଓଲିଉଡରେ ଶୋକରେ ଛାୟା ଖେଳିଯାଇଛି। 

ଓଡିଆ ଫିଲ୍ମ ଜଗତରେ ଅନେକ ସୁପରହିଟ ଫିଲ୍ମର ସେ ନିର୍ଦ୍ଦେଶନ ଦେଇଛନ୍ତି । ୨୦୧୨ ମସିହାରେ ତାଙ୍କୁ ଜୟଦେବ ପୁରସ୍କାର ମିଳିଥିଲା। ମମତା ମାଗେ ଫୁଲ, ସତ ମିଛ, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ । ରାଜୁ ମିଶ୍ର ଏକାଧାରରେ ନିର୍ଦ୍ଦେଶନା ଓ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ ମଧ୍ୟ କରୁଥିଲେ । ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଫିଲ୍ମ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ସେ ଡିଗ୍ରୀ ହାସଲ କରିଥିଲେ। 

   Related Posts