Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

‘ମୋତେ ଟିକେ ଭଲ ଲାଗିଲା ତ’… ଯୁବତୀଙ୍କୁ ପିଛା କରି ଗେଟ୍ ଡେଇଁ ଘରେ ପଶିଗଲା ରୋମିଓ, ତା’ପରେ…

17/05/2021 at 11:28 AM

ପୁରୀ ୧୭/୦୫: ଦୁଇ ଦିନ ଧରି ଯୁବତୀଙ୍କୁ ପିଛା କଲା । ପରେ ଯୁବତୀଙ୍କ ପଛେ ପଛେ ତାଙ୍କ ଘରେ ପଶିଗଲା ଜଣେ ରୋମିଓ । ପଚାରିବାରୁ କହିଲା, ‘ମୋତେ ଟିକେ ଭଲ ଲାଗିଲା ତ… । ପିଛା କରି ପଶିଗଲି… ।’ ବାସ୍‌ ଏହାପରେ ହେଲା ଉତ୍ତମ ମଧ୍ୟମ । ବହେ ଛେଚା ଖାଇ ବନ୍ଧାହେଲା ରୋମିଓ । ଏଭଳି ଏକ ଘଟଣା ସମୁଦ୍ରକୂଳ ଥାନା ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ରୋମିଓ ଜଣକ ହେଲା ସିଦ୍ଧମହାବୀର ମାରୁତୀ ନଗର ସୁନୀଲ କୁମାର ବେହେରା (୨୬) ।

ପୁଲିସ କହିଛି ଯେ, ଶ୍ରୀକ୍ଷେତ୍ର କଲୋନୀରେ ଯୁବତୀଙ୍କ ଘର । ସେ ତାଙ୍କ ବାପାଙ୍କ ସହ ମର୍ଣ୍ଣିଂ ୱାକ୍‌ରେ ଯାଆନ୍ତି । ସକାଳୁ ସକାଳୁ ଯୁବତୀଙ୍କୁ ଦେଖି ସୁନୀଲ ପିଛା କରିବା ଆରମ୍ଭ କରିଥିଲା । ବାପଝିଅ ଯୁଆଡ଼େ ଚାଲି ଚାଲି ଗଲେ ସେ ତାଙ୍କୁ ପିଛା କରିଥିଲା । ରବିବାର ସକାଳେ ଯୁବତୀଙ୍କ ପଛରେ ଯାଇ ତାଙ୍କ ଗେଟ୍‌ ଡେଇଁ ଘରେ ପଶିଥିଲା ସୁନୀଲ । ଏହାପରେ ତାକୁ କାବୁ କରି ପଚାରିବାବେଳେ ଭଲ ଲାଗିବାରୁ ପଶିଗଲି ବୋଲି ସେ କହିଥିଲା । ଏହି ସମୟରେ ପୁଲିସ ଟିମ୍‌ ଯାଇ ତାକୁ ଉଦ୍ଧାର କରିଥିଲା । ଥାନାକୁ ଆଣିବା ପରେ ଏନେଇ ଯୁବତୀ ଏକ ଏତଲା ଦେଇଛନ୍ତି । ମାମଲା ରୁଜୁ କରି ପୁଲିସ ତାକୁ ଗିରଫ କରିଛି ।

   Related Posts